କାଳବୈଶାଖୀ ତାଣ୍ଡବ: ଘଡ଼ଘଡ଼ି ସହ ବର୍ଷା

ଭୁବନେଶ୍ୱର:ଆଜି ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ   ବର୍ଷା ହୋଇଛି। ଜୋରରେ ପବନ ବୋହିବା ସହ ତୁହାକୁ ତୁହା ଘଡ଼ଘଡ଼ି ମାରିଥିଲା। ତେବେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ କିଛିଟା ଆଶ୍ବସ୍ତି  ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି।  ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ […]

rain-4

Rakesh Mallick
  • Published: Sunday, 16 April 2017
  • , Updated: 16 April 2017, 09:01 PM IST

ଭୁବନେଶ୍ୱର:ଆଜି ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ଘଡ଼ଘଡ଼ି ସହ   ବର୍ଷା ହୋଇଛି। ଜୋରରେ ପବନ ବୋହିବା ସହ ତୁହାକୁ ତୁହା ଘଡ଼ଘଡ଼ି ମାରିଥିଲା। ତେବେ ଏହି ବର୍ଷା ଯୋଗୁ ଲୋକଙ୍କୁ ଗରମରୁ କିଛିଟା ଆଶ୍ବସ୍ତି  ମିଳିଛି। ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର ଏବଂ ଢେଙ୍କାନାଳ ଜିଲ୍ଲାରେ ପ୍ରବଳରୁ ପ୍ରବଳ ବର୍ଷା ହୋଇଛି।  ଗତ କିଛିଦିନ ହେବ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଥିଲା। ଆଜି ବି ରାଜ୍ୟର ବିଭିନ୍ନ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ଥିଲା।

ଅତ୍ୟଧିକ ତାପମାତ୍ରା ଯୋଗୁ ବଙ୍ଗୋପ ସାଗରରେ ଲଘୁଚାପ ସୃଷ୍ଟି ହୋଇଥିବା ଆକଳନ କରିଥିଲା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ଏହାର ପ୍ରଭାବରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଥିଲା।

Related story