ବଜ୍ରପାତରେ ଜଣେ ବ୍ୟକ୍ତି ସହ ଆଠ ଗୋରୁ ମୃତ

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ତଳଗୁମାଣ୍ଡି ପଞ୍ଚାୟତ ମାଠିଆସାହି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିବା ଜଣେ ବ୍ୟକ୍ତି   ବଜ୍ରପାତରେ ଆଖି ବୁଜିଛନ୍ତି । ଏଥିସହ ସେ ଚରାଇବାକୁ ନେଇଥିବା ଆଠଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକ  ହେଲେ ବିକେୟା ତାଡିଙ୍ଗି। ତାଙ୍କ ଘର ବାରି ଗାଁରେ। ଗତକାଲି ବିକେୟା ଗୋରୁ ନେଇ ମାଠିସାହି ଜଙ୍ଗଲକୁ ଯାଇଥିଲେ। ହେଲେ ରାତିରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ […]

lighting-12

Tapaswini Nayak
  • Published: Tuesday, 08 October 2019
  • , Updated: 08 October 2019, 02:49 PM IST

ନାରାୟଣପାଟଣା(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା ତଳଗୁମାଣ୍ଡି ପଞ୍ଚାୟତ ମାଠିଆସାହି ଜଙ୍ଗଲକୁ ଗୋରୁ ଚରାଇବାକୁ ଯାଇଥିବା ଜଣେ ବ୍ୟକ୍ତି   ବଜ୍ରପାତରେ ଆଖି ବୁଜିଛନ୍ତି । ଏଥିସହ ସେ ଚରାଇବାକୁ ନେଇଥିବା ଆଠଟି ଗୋରୁଙ୍କର ମଧ୍ୟ ମୃତ୍ୟୁ ଘଟିଛି। ମୃତକ  ହେଲେ ବିକେୟା ତାଡିଙ୍ଗି। ତାଙ୍କ ଘର ବାରି ଗାଁରେ।

ଗତକାଲି ବିକେୟା ଗୋରୁ ନେଇ ମାଠିସାହି ଜଙ୍ଗଲକୁ ଯାଇଥିଲେ। ହେଲେ ରାତିରେ ସେ ଆଉ ଘରକୁ ଫେରି ନଥିଲେ। ପରିବାର ଲୋକେ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ। ଆଜି ସକାଳେ ଜଙ୍ଗଲରୁ ତାଙ୍କ ମୃତଦେହ ମିଳିଥିଲା। ଏହାସହ ଆଠଟି ଗୋରୁଙ୍କର ମୃତଦେହ ମଧ୍ୟ ମିଳିଥିଲା।

ଗତକାଲି ସନ୍ଧ୍ୟାରେ ହୋଇଥିବା ବଜ୍ରପାତରେ ତାଙ୍କର ମୃତ୍ୟୁ ଘଟିଥିବା କୁହାଯାଉଛି। ବିକେୟାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି।

Related story