ମହାଶିବରାତ୍ରୀ ପାଇଁ ଏକାମ୍ର କ୍ଷେତ୍ର ଚଳଚଞ୍ଚଳ

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ମହାଶିବରାତ୍ରୀ। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଳନ ପାଇଁ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ଭିତରେ ଓ ବାହାରେ ୨୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ମନ୍ଦିର ଭିତରେ ଏକ ଫାଣ୍ଡି ଖୋଲା ଯିବା ସହ କମିଶନରେଟ ପୋଲିସ ପକ୍ଷରୁ ୧୦୦ ପୋଲିସ ଅଧିକାରୀ ଓ […]

Lingaraj_Temple

Rakesh Mallick
  • Published: Thursday, 23 February 2017
  • , Updated: 23 February 2017, 08:44 AM IST

ଭୁବନେଶ୍ୱର: ଆସନ୍ତାକାଲି ପବିତ୍ର ମହାଶିବରାତ୍ରୀ। ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଉତ୍ସବ ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। ମହାଶିବରାତ୍ରୀ ଓ ଜାଗର ଯାତ୍ରା ପାଳନ ପାଇଁ ଏଠାରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୋଲିସ ଓ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମନ୍ଦିର ଭିତରେ ଓ ବାହାରେ ୨୨ଟି ସିସିଟିଭି କ୍ୟାମେରା ଲଗାଯାଇଛି। ମନ୍ଦିର ଭିତରେ ଏକ ଫାଣ୍ଡି ଖୋଲା ଯିବା ସହ କମିଶନରେଟ ପୋଲିସ ପକ୍ଷରୁ ୧୦୦ ପୋଲିସ ଅଧିକାରୀ ଓ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ଏଥିସହ ଉଭୟ ମନ୍ଦିର ଭିତରେ ଓ ବାହାରେ ବ୍ୟାରିକେଡିଂ ପାଇଁ ବ୍ୟବସ୍ଥା କରାଯିବ।

ଚଳିତବର୍ଷ ଉଭୟ ସାଧାରଣ ଭକ୍ତ ଓ ପାସ ପାଇଥିବା ଶ୍ରଦ୍ଧାଳୁ ଗୋଟିଏ ଦ୍ୱାରରେ ପ୍ରବେଶ କରିବେ। ପୂର୍ବବର୍ଷ ଭଳି ଏଥର ରାତି ୧୦ଟାରେ ମହାଦୀପ ଉଠିବ।

ଭେଟ ଅର୍ଥ ବିବାଦର ସମାଧାନ ଦାବିରେ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ ପ୍ରଶାସନକୁ ଅସହଯୋଗ କରି ଦୁଇ ପ୍ରସ୍ତୁତି ବୈଠକକୁ ଆସିନାହାନ୍ତି। ତେବେ ପ୍ରଶାସନର ଅନୁରୋଧ ପରେ କାର୍ଯ୍ୟରେ ସହଯୋଗ ପାଇଁ ନିଯୋଗ ନିଷ୍ପତ୍ତି ନେଇଛି।

Related story