ମହଙ୍ଗା ପଡ଼ିଲା ସେବାୟତ ହତ୍ୟା: ଜୀବନ ସାରା ଚକି ପେଷିବେ ଦୁଇ ଅଭିଯୁକ୍ତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ସେବାୟତ କାଶୀନାଥ ବଢୁ ହତ୍ୟାକାଣ୍ଡ ମାମଲାରେ  ଅକ୍ଷୟ ମହାପାତ୍ର ଓ କୁନିଆ ମହାପାତ୍ରଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଦୀର୍ଘ ୭ ବର୍ଷ ପରେ ଏହି ରାୟ ଆସିଛି। ଭୁବନେଶ୍ୱର ଏଡିଜେ କୋର୍ଟ ଆଜି ଏହି ରାୟ ପ୍ରଦାନ କରିଛନ୍ତି। ୨୦୧୦ ଅଗଷ୍ଟ ୮  ତାରିଖ ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରୁ ଡାକି ନେଇ ଏହି ହତ୍ୟାକାଣ୍ଡ କରାଯାଇଥିଲା। ସେତେବେଳେ ଏହି ମାମଲାରେ […]

Lingaraj-Temple in bbsr

Rakesh Mallick
  • Published: Monday, 05 February 2018
  • , Updated: 05 February 2018, 07:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଲିଙ୍ଗରାଜ ମନ୍ଦିର ସେବାୟତ କାଶୀନାଥ ବଢୁ ହତ୍ୟାକାଣ୍ଡ ମାମଲାରେ  ଅକ୍ଷୟ ମହାପାତ୍ର ଓ କୁନିଆ ମହାପାତ୍ରଙ୍କୁ ଆଜୀବନ କାରାଦଣ୍ଡ ମିଳିଛି। ଦୀର୍ଘ ୭ ବର୍ଷ ପରେ ଏହି ରାୟ ଆସିଛି। ଭୁବନେଶ୍ୱର ଏଡିଜେ କୋର୍ଟ ଆଜି ଏହି ରାୟ ପ୍ରଦାନ କରିଛନ୍ତି।

୨୦୧୦ ଅଗଷ୍ଟ ୮  ତାରିଖ ବିଳମ୍ବିତ ରାତିରେ ଏହି ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଘରୁ ଡାକି ନେଇ ଏହି ହତ୍ୟାକାଣ୍ଡ କରାଯାଇଥିଲା। ସେତେବେଳେ ଏହି ମାମଲାରେ ପୋଲିସ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ୨୫ରୁ ଅଧିକ ସାକ୍ଷୀଙ୍କ ବୟାନକୁ ଆଧାର କରି ଦୁଇ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି କୋର୍ଟ। ତୃତୀୟ ଅଭିଯୁକ୍ତ ଜୁଭେନାଇଲ ଥିବାରୁ ସେ ଜାମିନରେ ଅଛି।

Related story