ଆମ ବେଳକୁ ନିୟମ, ୟାଙ୍କ ବେଳକୁ ନାଇଁ !

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏବେ ଏହି ଉକ୍ତିର ପ୍ରମାଣ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ବାରମ୍ବାର ଦେଖିବାକୁ ମିଳୁଛି।  ପ୍ରଥମେ ବଲିଉଡ୍‌ ଅଭିନେତ୍ରୀ ପରେ କେନ୍ଦ୍ର ମନ୍ତ୍ରୀ। ପୁଣି ଭାଇରାଲ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ।  ଏଥର ଗର୍ଭଗୃହ ଫଟୋ ଟ୍ୱିଟ୍‌ ଯୋଗେ ଭାଇରାଲ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଜୟ ଗୋୟଲ । ଯାହାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ଉଭୟ ବିଜେଡ଼ି ଓ କଂଗ୍ରେସ […]

lingaraj

Rakesh Mallick
  • Published: Monday, 02 April 2018
  • , Updated: 02 April 2018, 08:40 PM IST

ଭୁବନେଶ୍ୱର,(ଓଡ଼ିଶା ରିପୋର୍ଟର):କଥାରେ ଅଛି ପଣ୍ଡିତ ପୁଅ ମାଙ୍କଡ଼ ମାରିଲେ ଦୋଷ ନାହିଁ। ଏବେ ଏହି ଉକ୍ତିର ପ୍ରମାଣ ପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ବାରମ୍ବାର ଦେଖିବାକୁ ମିଳୁଛି।  ପ୍ରଥମେ ବଲିଉଡ୍‌ ଅଭିନେତ୍ରୀ ପରେ କେନ୍ଦ୍ର ମନ୍ତ୍ରୀ। ପୁଣି ଭାଇରାଲ ହେଲା ପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିରର ଫଟୋ।  ଏଥର ଗର୍ଭଗୃହ ଫଟୋ ଟ୍ୱିଟ୍‌ ଯୋଗେ ଭାଇରାଲ୍ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ବିଜୟ ଗୋୟଲ । ଯାହାକୁ ନେଇ ସୃଷ୍ଟି ହୋଇଛି ରାଜନୈତିକ ଝଡ଼ । ଉଭୟ ବିଜେଡ଼ି ଓ କଂଗ୍ରେସ ଘଟଣାକୁ ନିନ୍ଦା କରିଥିବା ବେଳେ ଗୋୟଲଙ୍କ ପୂଜକ କହିଛନ୍ତି ଯେ, କେହି ଅଫିସିଆଲ ଏହି ଫଟୋ ଉଠାଇଥାଇପାରନ୍ତି । ଏପଟେ ଟ୍ୱିଟ୍‌କୁ  ନେଇ ତୋମ୍ବିତୋଫାନ ଚାଲିଥିବା ବେଳେ ନିଜ ଅଜ୍ଞତାରୁ ଫଟୋ ପୋଷ୍ଟ କରିଥିବା ଦର୍ଶାଇ କେନ୍ଦ୍ର ମନ୍ତ୍ରୀ ଗୋୟଲ କ୍ଷମା ପ୍ରାର୍ଥନା କରିଛନ୍ତି।

ଗତକାଲି ଉତ୍କଳ ଦିବସ ଅବସରରେ ଓଡିଶାବାସୀଙ୍କ ଶୁଭେଚ୍ଛା ଜଣାଇବା ପାଇଁ ଏହି ଫଟୋକୁ ଟ୍ୱିଟ୍‌ରେ ପୋଷ୍ଟ କରିଥିଲେ ଗୋୟଲ।  ଲିଙ୍ଗରାଜ ମନ୍ଦିରର ଗର୍ଭଗୃହରେ ଗୋୟଲ ପୂଜା କରୁଥିବା ଏହି ଫଟୋରେ ରହିଛି।  ତେବେ ନୋ ଫଟୋ ଜୋନ୍‌ରେ ମନ୍ତ୍ରୀ କେମିତି ଫଟୋ ଉଠାଇଲେ ବୋଲି ପ୍ରଶ୍ନ ଉଠିଛି ? ଅନ୍ୟପଟେ ଏହି ଫଟୋକୁ ନେଇ ଉଭୟ ବିଜେଡି ଓ କଂଗ୍ରେସ କଡା ଭାଷାରେ ମନ୍ତ୍ରୀଙ୍କ ଉପରେ ବର୍ଷିଛନ୍ତି  ସେପଟେ ବିବାଦ ଦେଖା ପରେ ନିଜ ତ୍ରୁଟି ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି ଗୋୟଲ।  ଭୁଲବଶତଃ ସେ ଫଟୋ ଟ୍ୱିଟ୍‌ କରିଥିବା ଦର୍ଶାଇଛନ୍ତି ।

ତେବେ ଗତ ବର୍ଷ ଏପ୍ରିଲ ୧୫ ତାରିଖରେ ପ୍ରଧାନମନ୍ତ୍ରୀ ପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାର କିଛି ସମୟ ପୂର୍ବରୁ ଗୋୟଲ ମନ୍ଦିରକୁ ଯାଇଥିଲେ।  ସେଇ ସମୟରେ ହିଁ ଫଟୋଟିକୁ ଉଠାଯାଇଥିବା କୁହାଯାଉଛି । ସେପଟେ ଗୋୟଲଙ୍କୁ ପୂଜା କରାଇଥିବା ବଡୁ ନିଯୋଗ ସମ୍ପାଦକ ଫଟୋ ଭାଇରାଲ କରାଯିବା ଘଟଣାକୁ ନିନ୍ଦା କରଛନ୍ତି । ତେବେ ମନ୍ତ୍ରୀଙ୍କ ସହ ଆସିଥିବା ସୁରକ୍ଷା କର୍ମୀ କିମ୍ବା କେହି ଅଫିସର ଏହି ଫଟୋ ଉଠାଇଥାଇପାରନ୍ତି ବୋଲି ସେ କହିଛନ୍ତି।  ମନ୍ଦିର ଟ୍ରଷ୍ଟ ବୋର୍ଡ ଆଗକୁ କଟକଣାକୁ ଆହୁରି କଡ଼ାକଡ଼ି କରାଯିବା ନେଇ ପ୍ରତିକ୍ରିୟା ରଖିଛି।

କିଛି ଦିନ ତଳେ ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ ଲିଙ୍ଗରାଜ ମନ୍ଦିର ପରିସରରେ ବିଜ୍ଞାପନ ସୁଟିଂକୁ ନେଇ ବିବାଦ ଦେଖାଦେଇଥିଲା । ତେବେ ଏଭଳି ଘଟଣା ବାରମ୍ବାର କାହିଁକି ଘଟୁଛି ଓ ଏଥିପାଇଁ  କିଏ ଦାୟୀ ?  କାରଣ ମନ୍ଦିରକୁ କ୍ୟାମେରା ଓ ମୋବାଇଲା ନେବା ଏବଂ ଫଟୋ ଉଠା ନେଇ ସାଧାରଣ ଲୋକଙ୍କ ପାଇଁ ଯେଉଁ ନିୟମ ରହିଛି,ବିଶିଷ୍ଟ ବ୍ୟକ୍ତିଙ୍କ କ୍ଷେତ୍ରରେ ସେଇ ନିୟମ ବାଟବଣା କିଭଳି ହୋଇଯାଉଛି, ତାକୁ ନେଇ ଉଠିଛି ପ୍ରଶ୍ନ?

https://youtu.be/vNPdKKv1Rgs

Related story