ପ୍ରଭୁ ଲିଙ୍ଗରାଜଙ୍କୁ ମନ୍ଦିର ଭିତରକୁ ଛାଡ଼ିଲେ ନାହିଁ ମାଆ ପାର୍ବତୀ

Ordigital Desk
  • Published: Saturday, 31 March 2018
  • , Updated: 31 March 2018, 09:32 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରୁକୁଣା ରଥଯାତ୍ରା ଶେଷ କରି ମନ୍ଦିରକୁ ଫେରିଲେ ପ୍ରଭୁ ଲିଙ୍ଗରାଜ। ଶୁକ୍ରବାର ସଂଧ୍ୟାରେ ବାଣ,ବାଜା ଓ ବାଇଦ ରୋଷଣୀରେ ସ୍ୱର୍ଣ୍ଣାଦ୍ରି ବିଜେ କରିଛନ୍ତି। ମହାପ୍ରଭୁ ଲିଙ୍ଗରାଜ ରଥ ଉପରେ ସମସ୍ତ ନିତୀକାନ୍ତି ଶେଷ ହେବା ପରେ ସେବାୟତମାନେ ଲିଙ୍ଗରାଜଙ୍କ ପହଣ୍ଡି&nbsp; କରିଥିଲେ। ରୁକୁଣା ରଥଯାତ୍ରାରେ ମା&rsquo; ପାର୍ବତୀଙ୍କୁ ସାଙ୍ଗରେ ନେଇ ନ ଥିବାରୁ ପରମ୍ପରା ଅନୁଯାୟୀ ମା&rsquo; ପାର୍ବତୀ କ୍ଷୋଭରେ ମନ୍ଦିର ଦ୍ୱାର ବନ୍ଦ କରିବା ସହିତ ପ୍ରଭୁ ଲିଙ୍ଗରାଜଙ୍କୁ ମନ୍ଦିର ଭିତରକୁ ଛାଡ଼ି ନ ଥିଲେ।&nbsp;&nbsp; ଏନେଇ ମା ପାର୍ବତୀ ଓ ପ୍ରଭୁ ଲିଙ୍ଗରାଜଙ୍କ ମଧ୍ୟରେ ବଚନିକା ହୋଇଥିଲା। ଆସନ୍ତା ଚନ୍ଦନ ଯାତ୍ରାରେ ମା&rsquo; ପାର୍ବତୀଙ୍କୁ ସାଙ୍ଗରେ ନେବେ ବୋଲି ପ୍ରତିଶୃତି ଦେବାପରେ ଦ୍ୱାର ଖୋଲା ହୋଇଥିଲା। ଏହାପରେ ପ୍ରଭୁ ଲିଙ୍ଗରାଜ ମନ୍ଦିରକୁ ପ୍ରବେଶ କରିଥିଲେ।</p> <p>&amp;nbsp;</p> <p>&amp;nbsp;</p>

Related story