ଓଡ଼ିଆ ବୁଣାକାରଙ୍କ ହସ୍ତତନ୍ତ ବିକିବ ‘ଫ୍ଲିପ୍‌କାର୍ଟ’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇ-କମର୍ସ କମ୍ପାନୀ ‘ଫ୍ଲିପ୍‌କାର୍ଟ’ରେ ଏବେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ମିଳିବ। ଏଥିପାଇଁ ‘ଫ୍ଲିପ୍‌କାର୍ଟ’ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏବେ ‘ଫ୍ଲିପ୍‌କାର୍ଟ’ ଓଡ଼ିଶାର କଳା, ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଇ-କମର୍ସ କ୍ଷେତ୍ରକୁ ଆଣି ତାକୁ ପ୍ରୋତ୍ସାହିତ କରିବ। ‘ଫ୍ଲିପ୍‌କାର୍ଟ’ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଡେଭ୍‌ଲପ୍‌ମେଣ୍ଟ ମେଣ୍ଟ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ (ଏସ୍‌ଆଇଡିଏସି) ସହିତ ଏହି ସହଭାଗିତା ହୋଇଛି। ଫଳରେ ଓଡ଼ିଶାର ସ୍ଥାନୀୟ […]

sambalpuri

sambalpuri

Manoranjan Sial
  • Published: Saturday, 18 July 2020
  • Updated: 18 July 2020, 11:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଇ-କମର୍ସ କମ୍ପାନୀ ‘ଫ୍ଲିପ୍‌କାର୍ଟ’ରେ ଏବେ ଓଡ଼ିଶାର ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ମିଳିବ। ଏଥିପାଇଁ ‘ଫ୍ଲିପ୍‌କାର୍ଟ’ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି। ଏବେ ‘ଫ୍ଲିପ୍‌କାର୍ଟ’ ଓଡ଼ିଶାର କଳା, ହସ୍ତଶିଳ୍ପ ଓ ହସ୍ତତନ୍ତକୁ ଇ-କମର୍ସ କ୍ଷେତ୍ରକୁ ଆଣି ତାକୁ ପ୍ରୋତ୍ସାହିତ କରିବ।

‘ଫ୍ଲିପ୍‌କାର୍ଟ’ ସମର୍ଥ କାର୍ଯ୍ୟକ୍ରମ ଅଧୀନରେ ଷ୍ଟେଟ୍ ଇନ୍‌ଷ୍ଟିଚ୍ୟୁଟ୍ ଫର୍ ଡେଭ୍‌ଲପ୍‌ମେଣ୍ଟ ମେଣ୍ଟ ଅଫ୍ ଆର୍ଟସ୍ ଆଣ୍ଡ କ୍ରାଫ୍ଟସ୍ (ଏସ୍‌ଆଇଡିଏସି) ସହିତ ଏହି ସହଭାଗିତା ହୋଇଛି। ଫଳରେ ଓଡ଼ିଶାର ସ୍ଥାନୀୟ କାରିଗର, ବୁଣାକାର ଓ ଶିଳ୍ପୀମାନଙ୍କୁ ନିଜର ହଲ୍‌ମାର୍କ ଉତ୍ପାଦଗୁଡ଼ିକୁ ଦେଶର ଲକ୍ଷ ଲକ୍ଷ ଗ୍ରାହକଙ୍କ ନିକଟରେ ପ୍ରଦର୍ଶିତ କରିବା ପାଇଁ ସୁଯୋଗ ମିଳିବ।

ଉଭୟ ଏସ୍‌ଆଇଡିଏସି ଓ ‘ଫ୍ଲିପ୍‌କାର୍ଟ’ ସମାଜର ଅଣସଂରକ୍ଷିତ ବର୍ଗର ଲୋକଙ୍କ ପାଇଁ ବାଣିଜ୍ୟ ସୁଯୋଗ ଓ ବ୍ୟବସାୟ ବୃଦ୍ଧିବାରେ ସହାୟକ ହେବେ। ଯାହାଫଳରେ ମେକ ଇନ୍ ଇଣ୍ଡିଆ ପ୍ରୟାସକୁ ଅଧିକ ଉତ୍ସାହ ଓ ପ୍ରୋତ୍ସାହନ ମିଳିବ। ଏହି ଚୁକ୍ତିନାମାର ଏକ ଅଂଶ ଭାବେ ‘ଫ୍ଲିପ୍‌କାର୍ଟ’ ପ୍ରତିଷ୍ଠିତ ସ୍ଥାନୀୟ ଓଡ଼ିଆ ବ୍ରାଣ୍ଡ ଯେପରିକି- ବୟନିକା, ଉତ୍କଳିକା ଓ ସମ୍ବଲପୁରୀ ବସ୍ତ୍ରାଳୟ ଆଦି ଉଦ୍ୟୋଗଗୁଡ଼ିକ ସହ କାର୍ଯ୍ୟ କରିବ। ଏଥିସହ ଓଡ଼ିଶାର କାରିଗରଙ୍କ ବିକାଶ ସହିତ ହସ୍ତଶିଳ୍ପ ଓ ହସ୍ତତନ୍ତ ଉତ୍ପାଦଗୁଡିକୁ ପ୍ରୋତ୍ସାହିତ କରିବା ଦିଗରେ  କାମ କରିବ।

ଚୁକ୍ତି ସମ୍ପର୍କରେ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର ଅତିରିକ୍ତ ସଚିବ କୈଳାଶ ଚନ୍ଦ୍ର ସାହୁ କହିଛନ୍ତି, “ଫ୍ଲିପକାର୍ଟ ସହିତ ସହବନ୍ଧିତା ଦ୍ୱାରା ଓଡ଼ିଶାର ହସ୍ତତନ୍ତ ଏବଂ ହସ୍ତଶିଳ୍ପ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇପାରିବ। ଏହି କିଣାବିକା ପ୍ରକ୍ରିୟା ବୟନିକା, ଉତ୍କଳିକା, ସମ୍ବଲପୁରୀ ବସ୍ତ୍ରାଳୟ ଓ ଅନ୍ୟମାନଙ୍କ ଦ୍ୱାରା ପରିଚାଳିତ ହେବ। ଫଳରେ ଯେଉଁ କାରିଗରମାନେ ଉପାନ୍ତ ଅଞ୍ଚଳରେ ବସବାସ କରୁଛନ୍ତି, ସେମାନେ ତାଙ୍କ ସାମଗ୍ରୀ ବିକ୍ରି କରିବା ପାଇଁ ଉକ୍ତୃଷ୍ଟ ବଜାର ସୁଯୋଗ ପାଇପାରିବେ। ତା’ ସହିତ ଏହି ଚୁକ୍ତି ସାହାଯ୍ୟରେ କାରିଗରମାନେ ଆଂଚଳିକ ସଂସ୍କୃତି ଏବଂ ହଲମାର୍କ ଉତ୍ପାଦକୁ ପ୍ରଦର୍ଶନ କରିବା ସମୟରେ ବ୍ରାଣ୍ଡିଂ, ଡ଼ିଜିଟାଲ ମାର୍କେଟିଂ ଓ ଆର୍ଥିକ ପରିଚାଳନା ବିଷୟରେ ଜାଣିପାରିବେ।”

ଏନେଇ ଫ୍ଲିପ୍‌କାର୍ଟ ଗ୍ରୁପ୍‌ର ଚିଫ୍ କର୍ପୋରେଟ୍ ଏଫାୟାର୍ସ ଅଫିସର ରଜନିସ କୁମାର ମଧ୍ୟ ଓଡ଼ିଶା ସହିତ ବ୍ୟବସାୟ କରି ଖୁସିଥିବା କହିଛନ୍ତି। ସେ କହିଛନ୍ତି-“ଆମେ ରାଜ୍ୟର ଐତିହ୍ୟକୁ ଆମ ପ୍ଲାଟ୍‌ଫର୍ମକୁ ଆଣିବା ସହିତ ରାଜ୍ୟର କାରିଗର ଓ ବୁଣାକାରଙ୍କୁ ନିଜ ସ୍ୱପ୍ନକୁ ପୂରା କରିବୁ। ସର୍ବଭାରତୀୟ ସ୍ତରରେ ନିଜ ବ୍ୟବସାୟର ବିସ୍ତାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରାଯିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story