ସୁନ୍ଦରଗଡ(ଓଡ଼ିଶା ରିପୋର୍ଟର): ମଦ ଉଜାଡ଼ି ଦେଉଛି ଶୈଶବ। ନଷ୍ଟ ହେଉଛି ପରିବାର। ପ୍ରତିଦିନ ଘରେ ମଦକୁ ନେଇ ଗଣ୍ଡଗୋଳ ହେଉଛି। ଏଥିପାଇଁ ଜିଲ୍ଲାପାଳଙ୍କୁ ଭେଟି ମଦ ବନ୍ଦ କରିବାକୁ ଗୁହାରି କରିଛନ୍ତି ୧୦ ବର୍ଷର କୁନି ଝିଅ ବର୍ଷା ଓ ସରସ୍ୱତୀ। ରାଣିବଗିଚା ଅଞ୍ଚଳରେ ଥିବା ବିଭିନ୍ନ ମଦ ଭାଟିକୁ ବନ୍ଦ କରିବାକୁ ଏହି ଦୁଇ କୁନି ଝିଅ ସୁନ୍ଦରଗଡ଼ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି।
ମଦ ପାଇଁ କୁନି ଝିଅ ବର୍ଷର ପରିବାର ଉଜୁଡ଼ି ଯାଇଛି। ୨୦୧୭ରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ତା’ପର ବର୍ଷ ମାଆଙ୍କର ମଧ୍ୟ ମଦଜନିତ ମୃତ୍ୟୁ ହୋଇଥିଲା। ସେହିପରି ସରସ୍ୱତୀର ଘରେ ମଧ୍ୟ ମଦ ଲାଗି ପ୍ରତିଦିନ ଗଣ୍ଡଗୋଳ ହେଉଛି। ତେଣୁ ତୁରନ୍ତ ମଦ ଭାଟିକୁ ବନ୍ଦ କରିବାକୁ ବର୍ଷା ଏବଂ ସରସ୍ୱତୀଙ୍କ ସହ ମିଶି ଅଂଚଳର ଅନେକ ଶିଶୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି। ସେପଟେ ସୁନ୍ଦରଗଡ଼ ଜିଲ୍ଲାପାଳ ମଧ୍ୟ ଅଭିଯୋଗକୁ ଶୁଣି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।