କ୍ୱାରେଣ୍ଟାଇନ ସେଣ୍ଟରକୁ କ୍ୱାଟ୍ ଚାଲାଣ, ଉଠିଲା ପ୍ରତିବାଦର ସ୍ୱର

ଛତ୍ରପୁର:(ଓଡ଼ିଶା ରିପୋର୍ଟର): କ୍ୱାରେଣ୍ଟାଇନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ। ଏହାକୁ ନେଇ ତାତିଲେ ଲୋକେ। ମଦ ଚାଲାଣକୁ ତୀବ୍ର ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗାଁ ଲୋକେ। ଗଂଜାମ ଜିଲ୍ଲା ଛତ୍ରପୁର କଳମ୍ବ ପଞ୍ଚାୟତରେ ଏହି ଘଟଣା ଘଟିଛି । ଏହି ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏଠାରେ କିଛି ମଦ ବ୍ୟବସାୟୀ ସଂଘରୋଧ କେନ୍ଦ୍ରରେ ମଦ ଯୋଗାଉଥିବା ଅଭିଯୋଗ ହେଉଥିଲା। ପ୍ରତିବାଦ କରିବାରୁ ସରପଞ୍ଚ ଓ କିଛି କରୋନା ଯୋଦ୍ଧାଙ୍କ […]

1-3-696x391

Tapas Behera
  • Published: Sunday, 31 May 2020
  • , Updated: 31 May 2020, 09:16 PM IST

ଛତ୍ରପୁର:(ଓଡ଼ିଶା ରିପୋର୍ଟର): କ୍ୱାରେଣ୍ଟାଇନ ସେଣ୍ଟରରେ ମଦ ଯୋଗାଣ ଅଭିଯୋଗ। ଏହାକୁ ନେଇ ତାତିଲେ ଲୋକେ। ମଦ ଚାଲାଣକୁ ତୀବ୍ର ବିରୋଧ କରି ଟାୟାର ଜାଳି ରାସ୍ତାରୋକ କରିଛନ୍ତି ଗାଁ ଲୋକେ।

ଗଂଜାମ ଜିଲ୍ଲା ଛତ୍ରପୁର କଳମ୍ବ ପଞ୍ଚାୟତରେ ଏହି ଘଟଣା ଘଟିଛି । ଏହି ପଞ୍ଚାୟତର ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆ ରହୁଛନ୍ତି। ଏଠାରେ କିଛି ମଦ ବ୍ୟବସାୟୀ ସଂଘରୋଧ କେନ୍ଦ୍ରରେ ମଦ ଯୋଗାଉଥିବା ଅଭିଯୋଗ ହେଉଥିଲା।

ପ୍ରତିବାଦ କରିବାରୁ ସରପଞ୍ଚ ଓ କିଛି କରୋନା ଯୋଦ୍ଧାଙ୍କ ଉପରେ ଆକ୍ରମଣ ହୋଇଥିବାର ଅଭିଯୋଗ କରିଛନ୍ତି ସେମାନେ। ଏହା ପରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି। ଏନେଇ ଗାଁ ଲୋକେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।

Related story