‘ପୁରୀରେ ‘ବିଚ୍ ଶାକ୍ସ ’ ଯୋଜନା ଲାଗୁ ହେଲେ ପରିସ୍ଥିତି ସାଂଘାତିକ ହେବ’

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ‘ବିଚ୍ ଶାକ୍ସ’  ଯୋଜନା କାର୍ଯ୍ୟକାରୀ କରାଯିବାକୁ ସରକାର ତତ୍ପର ଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ପୁରୀ ପରି ଧାର୍ମିକ ତଥା ଐତିହ୍ୟ ସ୍ଥାନରେ ଏପରି କାର୍ଯ୍ୟକ୍ରମ କରାଗଲେ ପରିସ୍ଥିତି ସାଂଘାତିକ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ୨୧ଟି ସଙ୍ଗଠନ ପକ୍ଷରୁ ଆଜି ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇ  ତୁରନ୍ତ ଏପରି ଯୋଜନାକୁ ବନ୍ଦ କରିବାକୁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ, ଗୋଆ […]

liquor

liquor

Niharika Rout
  • Published: Thursday, 29 July 2021
  • Updated: 29 July 2021, 02:21 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବେଳାଭୂମିରେ ‘ବିଚ୍ ଶାକ୍ସ’  ଯୋଜନା କାର୍ଯ୍ୟକାରୀ କରାଯିବାକୁ ସରକାର ତତ୍ପର ଥିବା ବେଳେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ଲୋକ। ପୁରୀ ପରି ଧାର୍ମିକ ତଥା ଐତିହ୍ୟ ସ୍ଥାନରେ ଏପରି କାର୍ଯ୍ୟକ୍ରମ କରାଗଲେ ପରିସ୍ଥିତି ସାଂଘାତିକ ହେବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି। ଏନେଇ ୨୧ଟି ସଙ୍ଗଠନ ପକ୍ଷରୁ ଆଜି ପୁରୀ ଜିଲ୍ଲାପାଳଙ୍କୁ ଦାବିପତ୍ର ଦିଆଯାଇ  ତୁରନ୍ତ ଏପରି ଯୋଜନାକୁ ବନ୍ଦ କରିବାକୁ ଦାବି ଜଣାଇଛନ୍ତି।

ସୂଚନାଯୋଗ୍ୟ, ଗୋଆ ଭଳି ପୁରୀ ବେଳାଭୂମିରେ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ ବା OTDC ପକ୍ଷରୁ ‘ବିଚ୍ ଶାକ୍ସ’ ପ୍ରୋଗ୍ରାମ୍‌ କାର୍ଯ୍ୟକାରୀ କରିବାକୁ ବେଶ୍‌ ତତ୍ପର ଅଛନ୍ତି ରାଜ୍ୟ ସରକାର। ଏହି ଯୋଜନା କାର୍ଯ୍ୟକାରୀ ହେଲେ ବେଳାଭୂମିରେ ପର୍ଯ୍ୟଟକଙ୍କୁ ମଦ ପରସାଯିବ।  । ପୁରୀ ବେଳାଭୂମିରେ  ମଦ୍ୟ ପାନ ବ୍ୟବସ୍ଥା ବ୍ୟବସ୍ଥା ନିମନ୍ତେ ଅନଲାଇନ୍ ଆବେଦନ ଆରମ୍ଭ ହୋଇ ସାରିଥିବା ବେଳେ ଆସନ୍ତାକାଲି ଆବେଦନର ଶେଷ ଦିନ ରହିଛି ।

ତେବେ ପୁରୀ ଏକ ଧାର୍ମିକ ସ୍ଥଳ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏପରି ପଦକ୍ଷେପକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା। ତେଣୁ ଏପରି ବ୍ୟବସ୍ଥା  ଆରମ୍ଭ ହେବା ନେଇ ଦେଖାଦେଇଛି ଅନିଶ୍ଚିତତା।

ଅନ୍ୟପଟେ ଶ୍ରୀକ୍ଷେତ୍ର ଭଳି ଜାଗାରେ ପର୍ଯ୍ୟଟନର ବିକାଶ ନାଁରେ ଓଟିଡିସି ପକ୍ଷରୁ ମଦର ପ୍ରସାର ନିମନ୍ତେ ହେଉଥିବା ଯୋଜନାକୁ କଡ଼ା ବିରୋଧ କରିଛନ୍ତି ପୁରୀ ସହରର ବିଭିନ୍ନ ସଂଗଠନ । ପୁରୀ ସହରରେ ଏପରି ଯୋଜନା କେବେ କି ଆରମ୍ଭ ହେବାକୁ ଦିଆଯିବନି ବୋଲି  ବିଭିନ୍ନ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।  ଏନେଇ ଆଜି ପୁରୀ ଜିଲାପାଳଙ୍କୁ ଭେଟି ଏହି ଯୋଜନା ବନ୍ଦ ପାଇଁ ବହୁ ସଙ୍ଗଠନ କର୍ମକର୍ତ୍ତା ଦାବି ଜଣାଇଛନ୍ତି।

ପୁରୀ ଏପରି ଏକ ପବିତ୍ର ସ୍ଥାନ ଯେଉଁଠି ପ୍ରଭୁଙ୍କ ଦର୍ଶନ କଲେ ମୁକ୍ତି ମିଳେ । ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବାକୁ ପ୍ରଭୁ ରାସ୍ତାକୁ ଆସି ବଡ଼ଦାଣ୍ଡରେ ବୁଲନ୍ତି ।  ମଦ, ମାଂସ ନୃତ୍ୟ କରି ଏପରି ଏକ ଧାର୍ମିକ ସ୍ଥାନର ସାଂସ୍କୃତିକ ଅବକ୍ଷୟ କରିବା, ଭାରତୀୟଙ୍କ ଯୁଗ ଯୁଗର ନୈତିକ, ମୌଳିକ ଅଧିକାର ଉପରେ ଆଘାତ ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ।

ପୁରୀ ବେଳାଭୂମିରେ ମଦ୍ୟପାନ ବ୍ୟବସ୍ଥାକୁ ବିରୋଧ କରି ଆଜି ୨୧ ଅନୁଷ୍ଠାନ ଦାବିପତ୍ର ଦେଇଛନ୍ତି। ସରକାରଙ୍କ ତରଫରୁ ଏନେଇ ଏକ ଯୋଜନା ପ୍ରସ୍ତୁତ ହୋଇଥିବା ବେଳେ କିନ୍ତୁ ଏହାଦ୍ୱାରା ଯେପରି ପୁରୀର ଐତିହ୍ୟ ଉପରେ କୁପ୍ରଭାବ ନ ପଡ଼େ ସେ ଦିଗରେ ପଦକ୍ଷେପ ନିଆଯିବ। ଏହା ସରକାରଙ୍କ ଏକ ପଦକ୍ଷେପ ହୋଇଥିବା ବେଳେ ଏନେଇ ଆଲୋଚନା କରାଯାଇ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos