ସଙ୍ଗରୋଧ କେନ୍ଦ୍ର ଆଗରେ ଉତ୍ପାତ କରି ବାନ୍ତି କଲେ

ଭଦ୍ରକ(ଓଡ଼ିଶା ରିପୋର୍ଟର): ସଟଡାଉନ ସତ୍ତ୍ୱେ ମଧ୍ୟ ପ୍ରବାସୀ ଓଡିଆଙ୍କ କ୍ୱାରେଣ୍ଟାଇନ୍‌ସେଣ୍ଟର ଆଗରେ ଗଣ୍ଡଗୋଳ। ତିହିଡି ବ୍ଲକ ବାରୋ ପଞ୍ଚାୟତ ବାରୋଶାସନର ୪ଜଣ ପ୍ରବାସୀ ଓଡ଼ିଆ ଭଦ୍ରକ ପହଂଚି ଭଣ୍ଡାରୀପେଖରୀରୁ ସରକାରୀ ଆଇଟିଆଇରୁ ନାମ ପଞ୍ଜିକରଣ କରି ନିଜ ପଞ୍ଚାୟତ କ୍ୱାରେଣ୍ଟାଇନ୍‌କୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୩ଜଣ ପୁରୁଷଙ୍କ ସମେତ ଜଣେ ମହିଳା ଦହପାଣି କ୍ୱାରେଣ୍ଟାଇନ୍‌କୁ ଆସିଥିଲା। ତାଙ୍କୁ ଭିତରକୁ ଛଡା ନ ଯାଇଥିଲା। ଏମାନଙ୍କ ମଧ୍ୟରୁ ୨ଜଣ ଯୁଵକ ମଦ ପିଇ ସେଣ୍ଟର ଆଗରେ ଉତ୍ପାତ କରିଥିଲେ। […]

puri

Tapas Behera
  • Published: Sunday, 07 June 2020
  • , Updated: 07 June 2020, 07:20 PM IST

ଭଦ୍ରକ(ଓଡ଼ିଶା ରିପୋର୍ଟର): ସଟଡାଉନ ସତ୍ତ୍ୱେ ମଧ୍ୟ ପ୍ରବାସୀ ଓଡିଆଙ୍କ କ୍ୱାରେଣ୍ଟାଇନ୍‌ସେଣ୍ଟର ଆଗରେ ଗଣ୍ଡଗୋଳ। ତିହିଡି ବ୍ଲକ ବାରୋ ପଞ୍ଚାୟତ ବାରୋଶାସନର ୪ଜଣ ପ୍ରବାସୀ ଓଡ଼ିଆ ଭଦ୍ରକ ପହଂଚି ଭଣ୍ଡାରୀପେଖରୀରୁ ସରକାରୀ ଆଇଟିଆଇରୁ ନାମ ପଞ୍ଜିକରଣ କରି ନିଜ ପଞ୍ଚାୟତ କ୍ୱାରେଣ୍ଟାଇନ୍‌କୁ ଯାଇଥିଲେ। ଏମାନଙ୍କ ମଧ୍ୟରୁ ୩ଜଣ ପୁରୁଷଙ୍କ ସମେତ ଜଣେ ମହିଳା ଦହପାଣି କ୍ୱାରେଣ୍ଟାଇନ୍‌କୁ ଆସିଥିଲା।

ତାଙ୍କୁ ଭିତରକୁ ଛଡା ନ ଯାଇଥିଲା। ଏମାନଙ୍କ ମଧ୍ୟରୁ ୨ଜଣ ଯୁଵକ ମଦ ପିଇ ସେଣ୍ଟର ଆଗରେ ଉତ୍ପାତ କରିଥିଲେ। ଗଣ୍ଡଗୋଳ ସହ ମଦ ପିଇ ବାନ୍ତି କରିଥିବା ସ୍ଥାନୀୟ ସରପଞ୍ଚ କହିଛନ୍ତି। ଏହାକୁ ଅନ୍ୟ କ୍ୱାରେଣ୍ଟାଇନ୍‌ବାସୀମାନେ ପ୍ରତିବାଦ କରିଥିଲେ।

ଏପରିକି ଦାୟିତ୍ୱରେ ଥିବା ସ୍ଵିକ୍ୟୁରିଟି ଗାର୍ଡ, ଭିତରେ ଥିବା ପ୍ରଵାସୀ ଓ ସ୍ଥାନୀୟ ଲୋକଙ୍କ ସହ ପାଟିମୁଣ୍ଡ କରିଥିଲେ। ସ୍ଥିତି ଅସମ୍ଭାଳ ହେଵାରୁ ବାଧ୍ୟ ହୋଇ ସ୍ଥାନୀୟ ସରପଞ୍ଚ ତିହିଡି ପୁଲିସକୁ ଖବର ଦେଇଥିଲେ।

Related story