ରାଜ୍ୟ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସମ୍ପତ୍ତି ତାଲିକା ଦାଖଲ ହେଲା ଜରୁରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସବୁ ବର୍ଗର ସରକାରୀ କର୍ମଚାରୀ ଓ ଅଫିସରଙ୍କ ପଦୋନ୍ନତିବେଳେ ଏଣିକି ସେମାନଙ୍କର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ଏକ ପୂର୍ବ ସର୍ତ୍ତାବଳୀ ଭାବେ ବିବେଚନା କରାଯିବ। ସେହିପରି ଯଦି ସେମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ତାଲିକା ପୈଠ ନକରିଥିବେ ତା’ହେଲେ ଏଚଆରଏମଏସରେ ଅନଲାଇନରେ ସେମାନଙ୍କର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ଦାଖଲ ମଧ୍ୟ ସମ୍ଭବପର ହୋଇପାରିବ ନାହିଁ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏକ ରିଜୋଲ୍ୟୁସନରେ ଏହା ଉଲ୍ଲେଖ […]

office

office

Ordigital Desk
  • Published: Friday, 12 February 2021
  • Updated: 12 February 2021, 10:42 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ସବୁ ବର୍ଗର ସରକାରୀ କର୍ମଚାରୀ ଓ ଅଫିସରଙ୍କ ପଦୋନ୍ନତିବେଳେ ଏଣିକି ସେମାନଙ୍କର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲକୁ ଏକ ପୂର୍ବ ସର୍ତ୍ତାବଳୀ ଭାବେ ବିବେଚନା କରାଯିବ। ସେହିପରି ଯଦି ସେମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ତାଲିକା ପୈଠ ନକରିଥିବେ ତା’ହେଲେ ଏଚଆରଏମଏସରେ ଅନଲାଇନରେ ସେମାନଙ୍କର ବାର୍ଷିକ ପ୍ରଦର୍ଶନ ରିପୋର୍ଟ ଦାଖଲ ମଧ୍ୟ ସମ୍ଭବପର ହୋଇପାରିବ ନାହିଁ। ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଏକ ରିଜୋଲ୍ୟୁସନରେ ଏହା ଉଲ୍ଲେଖ ରହିଛି। ଗତ ଡିସେମ୍ବର ମାସରେ ଅନୁଷ୍ଠିତ ବିଜେଡି କାର୍ଯ୍ୟକାରିଣୀରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସରକାରୀ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ବାର୍ଷିକ ସମ୍ପତ୍ତିକୁ ସାର୍ବଜନୀନ କରାଯିବ ବୋଲି କହିବାପରେ ସାଧାରଣ ପ୍ରଶାସନ ବିଭାଗ ଏହି ରିଜୋଲ୍ୟୁସନ ଜାରି କରିଛି।

ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ସଂକଳ୍ପ ଅନୁସାରେ, ସରକାରୀ କର୍ମଚାରୀମାନେ ଏବେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ପ୍ରକ୍ରିୟା ଓଡ଼ିଶା ସରକାରୀ କର୍ମଚାରୀ କଣ୍ଡକ୍ଟ ରୁଲ-୧୯୫୯ର ରୁଲ-୨୧ ପ୍ରାବଧାନ ଆଧାରରେ କରୁଛନ୍ତି। ତେବେ ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ। ତେଣୁ ସମସ୍ତ ବର୍ଗର କର୍ମଚାରୀ ଓ ଜନପ୍ରତିନିଧିଙ୍କ ପାଇଁ ବାର୍ଷିକ ସମ୍ପତ୍ତି ତାଲିକା ଦାଖଲକୁ ରାଜ୍ୟ ସରକାର ବାଧ୍ୟତାମୂଳକ ଥିବାରୁ ଏହି ଆଇନର ସଂଶୋଧନ କରାଯିବା ଜରୁରୀ ହୋଇଛି। ତେବେ ତା’ପୂର୍ବରୁ ରାଜ୍ୟ ସରକାର ନିଜର କର୍ମଚାରୀଙ୍କ ନିମନ୍ତେ ସରକାର କେତେକ ସର୍ତ୍ତାବଳୀ ନିର୍ଦ୍ଧାରଣ କରି ତାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରତ୍ୟେକ କର୍ମଚାରୀ ଜାନୁୟାରୀ ୩୧ତାରିଖ ସୁଦ୍ଧା ପ୍ରତିବର୍ଷର ବାର୍ଷିକ ସମ୍ପତ୍ତି ବିବରଣୀ(ଜାନୁୟାରୀ ୧ପର୍ଯ୍ୟନ୍ତ) ଦାଖଲ କରିବେ। କର୍ମଚାରୀମାନେ ନିଜର ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ ନକରିବା ପର୍ଯ୍ୟନ୍ତ ଏଚଆରଏମଏସରେ ଅନଲାଇନରେ ସେମାନଙ୍କର ପିଏଆର(ପରଫରମାନ୍ସ ଆପ୍ରାଇଜାଲ ରିପୋର୍ଟ) ଦାଖଲ ସମ୍ଭବପର ହେବନାହିଁ। ସେହିପରି ବାର୍ଷିକ ସମ୍ପତ୍ତି ବିବରଣୀ ଦାଖଲ କରୁଥିଲେ ମଧ୍ୟ କର୍ମଚାରୀ ବିବାହ କରିବାର ୩ମାସ ମଧ୍ୟରେ ଏକ ସମ୍ପତ୍ତି ତାଲିକା ପୈଠ କରିବାକୁ ପଡ଼ୁଥିଲା। ଏବେ ରାଜ୍ୟ ସରକାର ଏହି ବ୍ୟବସ୍ଥାକୁ ଉଠାଇ ଦେଇଛନ୍ତି। କେବଳ ସେତିକି ନୁହେଁ, ସମ୍ପତ୍ତି ତାଲିକା ସାର୍ବଜନୀନ କରିବା ବାଧ୍ୟତାମୂଳକ ଥିବାରୁ ଏଣିକି ସାଧାରଣ ପ୍ରଶାସନ ବିଭାଗ ପାଖରେ ‘ବନ୍ଦ ଲଫାପା’ରେ ସମ୍ପତ୍ତି ତାଲିକା ଦାଖଲ କରିବାର ବ୍ୟବସ୍ଥାକୁ ବି ଉଠାଇ ଦିଆଯାଇଛି। କର୍ମଚାରୀମାନେ ନିଜେ ନିଜର ସମ୍ପତ୍ତି ତାଲିକା ଅନଲାଇନରେ ଦାଖଲ କରିବାର ପ୍ରାବଧାନ ଥିବାରୁ ଏଣିକି ସେମାନଙ୍କର କର୍ତ୍ତୃପକ୍ଷଙ୍କ ପାଖରେ ସମ୍ପତ୍ତି ତାଲିକା ଦାଖଲ କରିବାର ବ୍ୟବସ୍ଥାକୁ ବି ଉଚ୍ଛେଦ କରାଯାଇଛି । ଯେଉଁ ଚତୁର୍ଥ ଶ୍ରେଣୀ ବର୍ଗର କର୍ମଚାରୀମାନେ ଅନଲାଇନରେ ନିଜର ସମ୍ପତ୍ତି ତାଲିକା ଦାଖଲ କରିପାରିବେ ନାହିଁ ସେମାନଙ୍କର ଏଷ୍ଟାବ୍ଲିସମେଣ୍ଟ ଦାୟିତ୍ୱରେ ଥିବା ଅଧିକାରୀ ଉକ୍ତ ସମ୍ପତ୍ତି ତାଲିକାକୁ ଏଚଆରଏମଏସରେ ଅନଲାଇନରେ ଦାଖଲ କରିପାରିବେ।

ସୂଚନାଯୋଗ୍ୟ, ଏହି ସମସ୍ତ କର୍ମଚାରୀ ଓ ଜନପ୍ରତିନିଧିଙ୍କ ବାର୍ଷିକ ସମ୍ପତ୍ତି ତାଲିକାକୁ ସିଏମଜିଆଇରେ ସାର୍ବଜନୀନ କରାଯିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos