ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍, ବ୍ୟାଟରେ ପିଟି ଧରିନେଲେ ଯୁବକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍। ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୁଲିସ। ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଏମିତି ଘଟଣା ଘଟିଛି। ସ୍ଥାନୀୟ ଅଞ୍ଚଳର ଏସବିଆଇ ଶାଖାରେ ସମୟ ପ୍ରାୟ ସନ୍ଧ୍ୟା ୬ଟା । କର୍ମଚାରୀମାନେ ବ୍ୟାଙ୍କ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଗ୍ରାହକ ସାଜି ଭିତରେ ବସିଥିବା ଲୁଟେରାକୁ ବାହାରକୁ ଯିବାକୁ […]

7bn

Tapas Behera
  • Published: Wednesday, 01 September 2021
  • , Updated: 01 September 2021, 08:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର)ଖେଳଣା ବନ୍ଧୁକରେ ବ୍ୟାଙ୍କ ଲୁଟ୍ ଖେଳ ଖତମ୍। ୪୫ ମିନିଟ୍ ଧରି ଲୁଟ୍ ଅପରେସନର ଟେର ପାଇଲାନି ପୁଲିସ। ହେଲେ ସ୍ଥାନୀୟ ଅଞ୍ଚଳର ୭ ଯୁବକ ଲୁଟେରାକୁ କାବୁ କଲେ, ବହେ ଛେଚିଲେ। ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଏମିତି ଘଟଣା ଘଟିଛି।

ସ୍ଥାନୀୟ ଅଞ୍ଚଳର ଏସବିଆଇ ଶାଖାରେ ସମୟ ପ୍ରାୟ ସନ୍ଧ୍ୟା ୬ଟା । କର୍ମଚାରୀମାନେ ବ୍ୟାଙ୍କ ବନ୍ଦ କରିବାକୁ ପ୍ରସ୍ତୁତ ହେଉଥିବାବେଳେ ଗ୍ରାହକ ସାଜି ଭିତରେ ବସିଥିବା ଲୁଟେରାକୁ ବାହାରକୁ ଯିବାକୁ କହିଥିଲେ । ହେଲେ ଲୁଟେରା ହଠାତ୍ ଏକ ବନ୍ଧୁକ ଓ ଛୁରି ଦେଖାଇ ପ୍ରଥମେ ଜଣେ କର୍ମଚାରୀଙ୍କୁ ଭୟଭୀୟ କରିଥିଲା ତାପରେ ଜଣ ଜଣ କରି ଦୁଇ ମହିଳାଙ୍କ ସମେତ ଅନ୍ୟ ୩ଜଣ କର୍ମଚାରୀଙ୍କୁ ପଛରୁ ହାତ ବାନ୍ଧି ଆଣ୍ଠୁଆ ବସାଇଥଲା । ଆଉ ଆରମ୍ଭ କରି ଦେଇଥିଲା ଲୁଟ୍‌ପାଟ । ପ୍ରଥମେ କ୍ୟାସ ବାକ୍ସରେ ଥିବା ୮ଲକ୍ଷ ୬୦ହଜାରରୁ ଅଧିକ ଟଙ୍କା ସାଥିରେ ଆଣିଥିବା ଏକ ବ୍ୟାଗରେ ଭର୍ତ୍ତି କରିଥିଲା । ତାପରେ କର୍ମଚାରୀଙ୍କୁ ଲକର ଚାବି ମାଗି ସେଥିରୁ ପ୍ରାୟ ୮ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ବି ଲୁଟ୍ କରିଥିଲା । ପାଖାପାଖି ୪୫ ମିନିଟ୍‌ରେ ଲୁଟ୍ ଅପରେସନ ପରେ ଲୁଟେରା ଖସି ଯାଉଥିବାବେଳେ ବ୍ୟାଙ୍କ କର୍ମଚାରୀ ପାଟି କରିବାରୁ ସେଠି ଖେଳୁଥିବା ଜଣେ ଯୁବକ ଲୁଟେରାକୁ ବ୍ୟାଟ୍ରେ ପିଟିଥିଲେ । ଏହାପରେ ଲୁଟେରା ପାଖ ବିଲ ଭିତରକୁ ପଶିଯିବା ପରେ ତାକୁ ଗୋଡ଼େଇ ଧରିଥିଲେ ୭ଜଣ ଯୁବକ । ଆଉ ବହେ ଛେଛିଥିଲେ।  ପୋଲିସକୁ ହସ୍ତାନ୍ତର କରିଥିଲେ । ପୋଲିସ ଲୁଟେରାକୁ ଗିରଫ କରିବା ସହ ତାଠାରୁ ଲୁଟ୍ ଟଙ୍କା ଓ ଗହଣା ଉଦ୍ଧାର କରିଥିଲା। 

ବଡ଼ କଥା ହେଲା ଲୁଟେରା ବାହାର ଅଞ୍ଚଳର ନୁହେଁ, ବରଂ ସେହି ବାଲିଅନ୍ତାର ତା ନାଁ ଶଙ୍କର ପରିଡ଼ା।  ଘର ବ୍ୟାଙ୍କଠାରୁ ମାତ୍ର ଅଢ଼େଇ କିଲୋମିଟର ଦୂର । ଗତକାଲି ସେ ବ୍ୟାଙ୍କକୁ ଦୁଇଥର ଆସିଛି ପ୍ରଥମେ ଦିନ ସାଢ଼େ ୧୧ ଓ ପରେ ଅପରାହ୍ନ ୩ଟା ୪୫ରେ ପ୍ରଥମେ ୨୦ଲକ୍ଷ ଟଙ୍କା ଉଠାଇବାକୁ ଚାହୁଁଥିବା ଓ ପରେ ଲୋନ୍ ଦରକାର ବୋଲି ବ୍ୟାଙ୍କ କର୍ମଚାରୀଙ୍କୁ କହି ଦୀର୍ଘ ସମୟ ଧରି ବ୍ୟାଙ୍କ ଭିତରେ ବସି ରହିଥିଲା ଲୁଟେରା । ତେବେ ଖେଳଣା ବନ୍ଧୁକରେ ଲୁଟ୍ ଖେଳକୁ ଖତମ୍ କରିଦେଇଥିଲେ ସ୍ଥାନୀୟ ଯୁବକ।  ଯେଉଁମାନଙ୍କୁ ଆଜି ସମ୍ବର୍ଦ୍ଧିତ କରିଛନ୍ତି ଭୁବନେଶ୍ୱର ଡିସିପି । ତେବେ ଏଠି ପ୍ରଶ୍ନ-ବ୍ୟାଙ୍କରେ ଲୁଟେରା ଦୀର୍ଘ ସମୟ ଧରି ବସିରହିଥିଲେ ବି କେମିତି ତା ଉପରେ ସନ୍ଦେହ ହୋଇନଥିଲା ? କାହିଁକି ବ୍ୟାଙ୍କରେ ସୁରକ୍ଷା ଗାର୍ଡ ନଥିଲେ ? ଆଲାରାମ ବ୍ୟବସ୍ଥା ଥାଇ ବି କାହିଁକି କର୍ମଚାରୀମାନେ ତାକୁ ବ୍ୟବହାର କରିନଥିଲେ ? ଗତକାଲିର ଘଟଣା ପରେ ଉଙ୍କି ମାରିଛି ଏମିତି ଅନେକ ପ୍ରଶ୍ନ।

Related story