ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ ): ଘରୁ ଡ଼ାକିନେଇ ବ୍ଲକ କର୍ମଚାରୀଙ୍କୁ ହାଣିଦେଲେ ଦୁର୍ବୃତ୍ତ। ଏଭଳି ଏକ ଜଘନ୍ୟ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ରେ ଦେଖିବାକୁ ମିଳିଛି।
ଗତକାଲି ବିଳମ୍ବିତ ରାତିପ୍ରାୟ ୩ଟା ବେଳେ ରାଜନଗର ବ୍ଲକର ଓଡିଶା ଜୀବିକା ମିଶନ ସଂଯୋଜକ ରଶ୍ମି ରଞ୍ଜନ ଦାସ ଘରେ ଶୋଇଥିବା ବେଳେ ୫ରୁ ୭ଜଣ ଯୁବକ ତାଙ୍କ ଘର କବାଟ ବାଡେଇଥିଲେ । ରଶ୍ମି ରଞ୍ଜନ ଉଠିବାରୁ ତାଙ୍କୁ BDO ଡାକୁଛନ୍ତି ଚାଲ ବୋଲି ସେମାନେ କହିଥିଲେ ।
ମାତ୍ର ମନରେ ସନ୍ଦେହ ହେବାରୁ ସେ ଯାଇନଥିଲେ । ଫଳରେ ଯୁବକମାନେ ଖଣ୍ଡା, ଭୁଜାଲି, ଭଳି ମାରାଣାସ୍ତ୍ରରେ ତାଙ୍କୁ ଅତର୍କିତ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସେହିଠାରେ ଟଳି ପଡ଼ିଥିଲେ ରଶ୍ମି ରଞ୍ଜନ। ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଓ ସାହି ପଡ଼ିଶା ଉଠିଆସିବାରୁ ଅପରାଧିମାନେ ଖସି ଯାଇଥିଲେ ।
ଗୁରୁତର ରଶ୍ମିରଞ୍ଜନଙ୍କୁ ଭୁବନେଶ୍ୱର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ତାଙ୍କ ସ୍ତ୍ରୀ ଏନେଇ ରାଜନଗର ଥାନାରେ ଅଭିଯୋଗ କରିବାପରେ ପୁଲିସ୍ ଛାନଭିନ ଆରମ୍ଭ କରିଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଓଏଏସ୍ ବଦଳି: ଯସ୍ମିନ ପଟ୍ଟନାୟକ ଓଡ଼ିଆ ବିଶ୍ୱବିଦ୍ୟାଳୟ କୁଳସଚିବ, ମନୋଜ ପାଢ଼ୀ ଶିକ୍ଷକ ପ୍ରତିଷ୍ଠାନ ନିର୍ଦ୍ଦେଶକ
ବରିଷ୍ଠ ଓଏଏସ୍ ପୁରିନ୍ଦର ଧରୁଆଙ୍କୁ ଖାଦ୍ୟଯୋଗାଣ ଓ ଖାଉଟିକଲ୍ୟାଣ ବିଭାଗର ସ୍ୱତନ୍ତ୍ର ସଚିବ ଏବଂ ଓଏଏସ୍ ରୀନା ମହାପାତ୍ରଙ୍କୁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି ହୋଇଛି ।
Miscellaneous
୧.୩୬ଲକ୍ଷ କୋଟି ଟଙ୍କାର ଶିଳ୍ପପ୍ରକଳ୍ପକୁ ମଞ୍ଜୁରୀ ଦେଲେ ମୋହନ ସରକାର
ବିଜେପି ସରକାର କ୍ଷମତାକୁ ଆସିବା ପରେ ଦ୍ୱିତୀୟ ଏଚଏଲସିଏ ବୈଠକରେ ମଞ୍ଜୁରୀ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ରାଜ୍ୟରେ ୭୪୩୫୦ଟି ଅତିରିକ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
Miscellaneous
ପୁଣି ଆଳୁ ଅଟକାଇଲେ ମମତା, ବିଜେଡି-ବିଜେପି ଦୋଷ ଲଦାଲଦି
ଗତକାଲିଠୁ ସୀମାରେ ଅଟକିଛି ଶହ ଶହ ଆଳୁ ଗାଡ଼ି। ଆଳୁ ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି ପଶ୍ଚିମବଙ୍ଗ ସରକାର। ପରସ୍ପର ଉପରେ ଦୋଷ ଲଦିଲେ ବିଜେଡି-ବିଜେପି।
Crime
କାର୍ ହେଡ୍ଲାଇଟ୍ରେ ହେଉଥିଲା ଗଞ୍ଜେଇ ଚାଲାଣ
କାର ହେଡ୍ ଲାଇଟ୍ ଓ ଡିକି ତଳେ ଗଞ୍ଜେଇ ଥିବା ଅବକାରୀ ବିଭାଗ ଜାଣିବାକୁ ପାଇଥିଲା। ପରେ କାର୍ ଲାଇଟ୍ ଖୋଲି ଗଞ୍ଜେଇ ଜବତ କରାଯାଇଥିଲା।
Miscellaneous
ଭୀମସାରରୁ ଚୋରି ନବଜାତ ଶିଶୁପୁତ୍ର ଉଦ୍ଧାର
ଘଟଣାରେ ସଂପୃକ୍ତ ମହିଳା ଓ ତାଙ୍କ ସ୍ୱାମୀ ଅଟକ। ଚୋରିର ଉଦ୍ଦେଶ୍ୟ ଜଣାପଡି ନାହିଁ, ଅଧିକ ତଦନ୍ତ କରୁଛି ପୁଲିସ।