ନିଯୁକ୍ତି ସହ ବକେୟା ପ୍ରଦାନ ଦାବିରେ ପେପର ମିଲ କର୍ମଚାରୀଙ୍କ ଧାରଣା

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):ଟିଟିଲାଗଡ଼ ବ୍ଲକ୍ ବିଜେପୁର ନିକଟରେ ଥିବା ପେପର ମିଲରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହ ବକେୟା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି। ପେପର ମିଲ୍ ସାମ୍ନାରେ କମ୍ପାନୀର ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି। କମ୍ପାନୀ ପୂର୍ବରୁ ଠିକଠାକ୍ ଚାଲୁଥିବାବେଳେ ପରିଚାଳନାଗତ ତ୍ରୁଟି ଯୋଗୁ କମ୍ପାନୀ ବନ୍ଦ ହୋଇଥିଲା। ତେବେ କମ୍ପାନୀ କାର୍ଯ୍ୟକ୍ଷମ ସମୟରେ କାର୍ଯ୍ୟରତ ଶ୍ରମିକଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବକେୟା ଥିବାରୁ […]

uio

Tapas Behera
  • Published: Wednesday, 24 April 2019
  • , Updated: 24 April 2019, 11:51 AM IST

ଟିଟିଲାଗଡ଼(ମାନସ ରଞ୍ଜନ ମହାନ୍ତି):ଟିଟିଲାଗଡ଼ ବ୍ଲକ୍ ବିଜେପୁର ନିକଟରେ ଥିବା ପେପର ମିଲରେ କର୍ମଚାରୀମାନେ ଧାରଣାରେ ବସିଛନ୍ତି। ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସହ ବକେୟା ପ୍ରଦାନ ଦାବିରେ ସେମାନେ ଆନ୍ଦୋଳନ କରିଛନ୍ତି।

ପେପର ମିଲ୍ ସାମ୍ନାରେ କମ୍ପାନୀର ପୂର୍ବତନ କର୍ମଚାରୀ ଓ ସ୍ଥାନୀୟ ଲୋକେ ଧାରଣାରେ ବସିଛନ୍ତି। କମ୍ପାନୀ ପୂର୍ବରୁ ଠିକଠାକ୍ ଚାଲୁଥିବାବେଳେ ପରିଚାଳନାଗତ ତ୍ରୁଟି ଯୋଗୁ କମ୍ପାନୀ ବନ୍ଦ ହୋଇଥିଲା। ତେବେ କମ୍ପାନୀ କାର୍ଯ୍ୟକ୍ଷମ ସମୟରେ କାର୍ଯ୍ୟରତ ଶ୍ରମିକଙ୍କ ଦରମା ଓ ଅନ୍ୟାନ୍ୟ ଭତ୍ତା ବକେୟା ଥିବାରୁ ଏହାକୁ ପ୍ରଦାନ କରିବାକୁ ଶ୍ରମିକମାନେ ଦାବି କରିଛନ୍ତି।

ଏବେ ପେପର ମିଲ୍‌ ବିକ୍ରି ହୋଇଯାଇଥିବାବେଳେ ବାହାରୁ ଶ୍ରମିକ ଆସି ଏହାକୁ ଚଳାଇବାକୁ ଉଦ୍ୟମ ଚାଲିଛି। ଏହାକୁ ସ୍ଥାନୀୟ ଶ୍ରମିକ ବିରୋଧ କରିବା ସହ ସେମାନେ ନିଯୁକ୍ତି ଦାବି କରିଛନ୍ତି।

Related story