କାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ ଓ ରନ୍ଧା ମଦ। ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ଦେଶୀ ମଦ କାଉଣ୍ଟରରେ ମିଳିବ। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲିବନାହିଁ। ଦେଶୀ ମଦ କାଉଣ୍ଟରରେ ମିଳିବା ନେଇ ଅବକାରୀ ବିଭାଗର ସୂଚନା। ୧ ତାରିଖରୁ ଦେଶୀ ମଦର ହୋମ୍‌ ଡେଲିଭରି ଅରମ୍ଭ ହୋଇଥିଲା। ପୂର୍ବରୁ ବିଦେଶୀ ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ […]

desi-mada

Manoranjan Sial
  • Published: Monday, 06 July 2020
  • , Updated: 06 July 2020, 04:36 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତାକାଲିଠାରୁ କାଉଣ୍ଟରରେ ମିଳିବ ଦେଶୀ ମଦ ଓ ରନ୍ଧା ମଦ। ସକାଳ ୭ଟାରୁ ସଂଧ୍ୟା ୬ଟା ଭିତରେ ଦେଶୀ ମଦ କାଉଣ୍ଟରରେ ମିଳିବ। କିନ୍ତୁ କଣ୍ଟେନମେଣ୍ଟ ଜୋନରେ ଥିବା ମଦ ଦୋକାନ ଖୋଲିବନାହିଁ। ଦେଶୀ ମଦ କାଉଣ୍ଟରରେ ମିଳିବା ନେଇ ଅବକାରୀ ବିଭାଗର ସୂଚନା। ୧ ତାରିଖରୁ ଦେଶୀ ମଦର ହୋମ୍‌ ଡେଲିଭରି ଅରମ୍ଭ ହୋଇଥିଲା।

ପୂର୍ବରୁ ବିଦେଶୀ ମଦ ହୋମ୍ ଡେଲିଭରି ଲାଗି ଓଡ଼ିଶା ରାଜ୍ୟ ପାନୀୟ ନିଗମ (ଓଏସବିସି) ପକ୍ଷରୁ ପୋର୍ଟାଲ୍ ଲଞ୍ଚ୍ କରାଯାଇଛି। । ଏନଆଇସି ସହଭାଗିତାରେ ଏହି ପୋର୍ଟାଲ୍ ନିର୍ମିତ ହୋଇଥିଲା। ସେହି ପୋର୍ଟାଲ୍‌ଟି ହେଉଛି www.osbc.co.in । ଏହି ପୋର୍ଟାଲରେ ସମସ୍ତ ଜିଲ୍ଲାଗୁଡ଼ିକର ମଦ ବିକ୍ରେତାଙ୍କ ନାମ ଓ ଠିକଣା ସହିତ ଗୋଟିଏ ସ୍ଥାନରେ ପାଇପାରିବେ ଗ୍ରାହକ ।

Related story