ନଦୀକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଯାଜପୁର (ଓଡ଼ିଶା ରିପୋର୍ଟର) ନଦୀକୁ ଡେଇଁ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଚନ୍ତି। ଯାଜପୁର ପାଣିକୋଇଲି ଥାନା ଆଖୁଆପଦା ନିକଟ ବୈତରଣୀ ନଦୀ ବ୍ରିଜ ଉପରେ ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

ଜଣେ ମହିଳା ବ୍ରିଜ ଉପରେ ଚଢ଼ି ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏହା ଦେଖି ରାସ୍ତାରେ ଯାଉଥିବା କିଛି ଲୋକଙ୍କ ମହିଳାଙ୍କୁ ବୁଝାସୁଝା କରିଥିଲେ।  ଏହାପରେ ମହିଳା ଜଣଙ୍କୁ ପାଣିକୋଇଲି ଥାନାରେ ହସ୍ତାନ୍ତର କରିଥିଲେ । ମହିଳା ଜଣକ ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି । ଗତ ୨ ମାସ ପୂର୍ବରୁ ମହିଳା ଜଣଙ୍କ କେନ୍ଦୁଝର ଜିଲ୍ଲାରେ ବିବାହ କରିଥିଲେ।  ତେବେ କାହିଁକି ମହିଳା ଜଣକ ଆତ୍ମହତ୍ୟା ଉଦ୍ୟମ କରୁଥିଲେ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି  ମାମଲାର ତଦନ୍ତ କରୁଛି ପୁଲିସ ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।