ଲକଡାଉନ୍‌-୪: ରାତ୍ରିକାଳୀନ କର୍ଫ୍ୟୁ ଓ ପଞ୍ଚାୟତ ହେବ ଜୋନ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକଡାଉନ୍ -୪ରେ ଜିଲ୍ଲା ଅବା ପୌରାଞ୍ଚଳ ପରିବର୍ତ୍ତେ ପଞ୍ଚାୟତକୁ ଜୋନ୍ ଭାବେ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନର ନିର୍ଦ୍ଧାରଣ କରିପାରିବେ। ରାଜ୍ୟବ୍ୟାପୀ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ଓ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାରର ଚଳପ୍ରଚଳ ଓ ଯାତାୟତ ବନ୍ଦ ରହିବ। […]

pradeep

pradeep

Manoranjan Sial
  • Published: Monday, 18 May 2020
  • Updated: 18 May 2020, 09:45 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଂକ୍ରମଣ ରୋକିବା ନିମନ୍ତେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ୍ ପାଇଁ ରାଜ୍ୟ ସରକାର ଆଜି ବିଧିବଦ୍ଧ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଲକଡାଉନ୍ -୪ରେ ଜିଲ୍ଲା ଅବା ପୌରାଞ୍ଚଳ ପରିବର୍ତ୍ତେ ପଞ୍ଚାୟତକୁ ଜୋନ୍ ଭାବେ ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନର ନିର୍ଦ୍ଧାରଣ କରିପାରିବେ। ରାଜ୍ୟବ୍ୟାପୀ ସନ୍ଧ୍ୟା ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରିକାଳୀନ କର୍ଫ୍ୟୁ ଜାରି ରହିବ ଓ କେବଳ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଅନ୍ୟ ସମସ୍ତ ପ୍ରକାରର ଚଳପ୍ରଚଳ ଓ ଯାତାୟତ ବନ୍ଦ ରହିବ। ମେ’ ୩୧ତାରିଖ ପର୍ଯ୍ୟନ୍ତ ଲକଡାଉନ-୪ ବଳବତ୍ତର ରହିବ। ତେବେ ଚଳିତଥର ଅଧିକାଂଶ କଟକଣାକୁ କୋହଳ କରାଯାଇଛି।ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର(ଏସଆରସି)ଙ୍କ ପକ୍ଷରୁ ଲକଡାଉନ-୪ ପାଇଁ ଆବଶ୍ୟକ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶନାମା ଅନୁସାରେ ମାସ୍କ, ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ ଶ୍ରେଣୀରେ ରଖାଯାଇଛି ଓ ସାର୍ବଜନୀନ ସ୍ଥାନରେ ଛେପ ପକାଇଲେ ଜୋରିମାନା ଆଦାୟ କରାଯିବ।

ଘରୋଇ ଓ ଆନ୍ତର୍ଜାତିକ ବିମାନ ସେବା ବନ୍ଦ ରହିବ। କେବଳ ଏୟାର ଆମ୍ବୁଲାନ୍ସ ପାଇଁ ଅନୁମତି ଦିଆଯାଇଛି। ସ୍କୁଲ, କଲେଜ ଓ କୋଚିଂ ସେଣ୍ଟର ବନ୍ଦ ରହିବ କିନ୍ତୁ ଅନଲାଇନ ଶିକ୍ଷା ଓ ପତ୍ର ବିନିମୟ ପାଠ୍ୟକ୍ରମ ଉପରେ ଗୁୁରୁତ୍ୱ ଦିଆଯିବ। ହୋଟେଲ ଓ ରେଷ୍ଟୁରାଣ୍ଟ ଖୋଲା ରହିବ କିନ୍ତୁ କେବଳ ହୋମ୍ ଡେଲିଭରିର ଅନୁମତି ମିଳିବ। ସିନେମା ହଲ, ସପିଂ ମଲ, ଅଡିଟୋରିୟମ ବନ୍ଦ ରହିବ। ସ୍ପୋଟର୍ସ କମ୍ପେ୍ଲକ୍ସ, ଷ୍ଟାଡ଼ିୟମ ଖୋଲା ରହିବ। କ୍ରୀଡ଼ାବିତମାନେ ସେଠାରେ ପ୍ରାକ୍ଟିସ କରିପାରିବେ। କୌଣସି ମ୍ୟାଚ ଖେଳା ଯାଇପାରିବ ନାହିଁ। ସମସ୍ତ ପ୍ରକାର ସଭା,ଧାର୍ମିକ କାର୍ଯ୍ୟକ୍ରମ ଓ ର‌୍ୟାଲି ଉପରେ କଟକଣା ଜାରି ହୋଇଛି। ତେବେ ଧାର୍ମିକ ଅନୁଷ୍ଠାନରେ ପୂଜାପାଠ ଜାରି ରହିବ କିନ୍ତୁ ସାଧାରଣ ଲୋକଙ୍କ ପାଇଁ ଏହା ବନ୍ଦ ରହିବ। ଏସବୁ ବ୍ୟତୀତ ଅନ୍ୟ ସମସ୍ତ ସେବା ଉପଲବ୍ଧ ହେବ।

ରାଜ୍ୟରେ ସମସ୍ତ ପ୍ରକାରର ଯାନବାହନ ଚଳାଚଳ କରିପାରିବ। ଦୁଇଚକିଆ ଯାନ, ପ୍ରାଇଭେଟ୍ କାର, କ୍ୟାବ୍ ସର୍ଭିସ ଓ ସମସ୍ତ ପ୍ରକାରର ଗାଡ଼ି ଯାତାୟତ ନିମନ୍ତେ ଅନୁମତି ଦିଆଯାଇଛି। ସହମତି ଭିତ୍ତିରେ ଅନ୍ୟ ରାଜ୍ୟରୁ ମଧ୍ୟ ଯାତ୍ରୀଙ୍କୁ ଅଣାଯାଇ ପାରିବ। ରାଜ୍ୟ ଭିତରେ ସାମାଜିକ ଦୂରତ୍ୱ ବଜାୟ ରଖି ସମସ୍ତ ପ୍ରକାରର ଯାନବାହନ ଚଳାଚଳ ପାଇଁ ଅନୁମତି ମିଳିବ।

ସେହିପରି ଜିଲ୍ଲାପାଳ ଓ ମ୍ୟୁନିସପାଲଟି କମିଶନରଙ୍କୁ ‘ଲୋକାଲ୍ ଅଥରିଟି’ର କ୍ଷମତା ନ୍ୟସ୍ତ ହୋଇଛି। ରେଡ୍‌, ଅରେଞ୍ଜ, ଗ୍ରୀନ୍ ଓ କଣ୍ଟେନମେଣ୍ଟ ଓ ବଫର ଜୋନକୁ ସେମାନେ ଗାଇଡଲାଇନ୍ ଅନୁସାରେ ନିର୍ଦ୍ଧାରଣ କରିପାରିବେ। କଣ୍ଟେନମେଣ୍ଟ ଜୋନରେ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ ପାଇଁ ଅନୁମତି ମିଳିବ ନାହିଁ। କ୍ୱାରେଣ୍ଟାଇନ ସେଣ୍ଟରଗୁଡ଼ିକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ବିବେଚନା କରାଯିବ । କୋଭିଡ୍ ସେଣ୍ଟର ଓ କୋଭିଡ୍ ହସ୍ପିଟାଲ ମଧ୍ୟ କଣ୍ଟେନମେଣ୍ଟ ଜୋନରେ ଆସିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story