ସର୍ବସାଧାରଣ ସ୍ଥାନକୁ କାହାକୁ ମନା ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୧୧ ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ୍‌ଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ଖୋଲିବନି। ସ୍କୁଲ କଲେଜ କି କୋଚିଂ ସେଣ୍ଟର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‌ଲକ୍ ଓ୍ୱାନ୍ ସତ୍ତ୍ୱେ କରୋନା କଟକଣାକୁ ଆଜି ଆହୁରି ଶକ୍ତ କରିଛନ୍ତି ରାଜ୍ୟ ସରକାର ଜୁନ୍ ୩୦ ତାରିଖ ଯାଏଁ ଧାର୍ମିକ ସ୍ଥଳରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍, ମଲ ଗୁଡ଼ିକୁ ନଖୋଲିବାକୁ ନିଷ୍ପତ୍ତି ସହ ପୂର୍ବର ପ୍ରାୟ ସମସ୍ତ କରୋନା କଟକଣାକୁ ବଳବତ୍ତର ରଖାଯାଇଛି। […]

790-1-1

Tapas Behera
  • Published: Monday, 01 June 2020
  • , Updated: 01 June 2020, 09:16 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ୧୧ ଜିଲ୍ଲାରେ ସପ୍ତାହକୁ ଦୁଇ ଦିନିଆ ସଟ୍‌ଡାଉନ୍ ଜୁଲାଇ ୩୧ ତାରିଖ ଯାଏଁ ଖୋଲିବନି। ସ୍କୁଲ କଲେଜ କି କୋଚିଂ ସେଣ୍ଟର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନ୍‌ଲକ୍ ଓ୍ୱାନ୍ ସତ୍ତ୍ୱେ କରୋନା କଟକଣାକୁ ଆଜି ଆହୁରି ଶକ୍ତ କରିଛନ୍ତି ରାଜ୍ୟ ସରକାର ଜୁନ୍ ୩୦ ତାରିଖ ଯାଏଁ ଧାର୍ମିକ ସ୍ଥଳରେ ସର୍ବସାଧାରଣଙ୍କ ପ୍ରବେଶ ଉପରେ ରୋକ୍, ମଲ ଗୁଡ଼ିକୁ ନଖୋଲିବାକୁ ନିଷ୍ପତ୍ତି ସହ ପୂର୍ବର ପ୍ରାୟ ସମସ୍ତ କରୋନା କଟକଣାକୁ ବଳବତ୍ତର ରଖାଯାଇଛି। ତେବେ ଦୁଇ ଘଣ୍ଟାର ରିହାତି ସହ ରାତ୍ରକାଳୀନ କର୍ଫ୍ୟୁକୁ ସଂଧ୍ୟା ୭ଟାରୁ ସକାଳ ୫ଟା ଯାଏଁ ରଖାଯାଇଛି । ସେହିପରି ସର୍ବସାଧାରଣ ସ୍ଥାନରେ ଛେପ ନପକାଇବା ଓ ମାସ୍କ ପିନ୍ଧିବା ନିୟମକୁ ଆହୁରି କଡ଼ାକଡି କରାଯାଇଛି।

ଦେଶରେ ଲକଡାଉନ୍‌ରେ ସୁରକ୍ଷା କବଚ ଖସୁ ନଖସୁଣୁ ରାଜ୍ୟରେ ଦ୍ରୁତ ଗତିରେ ମାଡ଼ିଚାଲିଲାଣି ମହାମାରୀ। ତେଣୁ ସଂକ୍ରମଣକୁ ରୋକିବାକୁ ଢିଲା ନଛାଡ଼ି କଡ଼ା ବାଟ ଆପଣେଇବାକୁ ଦେଶରେ ଅନ୍ ଲକ୍ ଓ୍ୱାନ୍ ସତ୍ତ୍ୱେ କଟକଣାକୁ ଶକ୍ତ କରିଛନ୍ତି ରାଜ୍ୟ ସରକାର। ନିଷ୍ପତ୍ତି ଅନୁଯାୟୀ ଜୁନ ୩୦ ତାରିଖ ଯାଏଁ ରାଜ୍ୟର ସବୁ ଧର୍ମୀୟ ଅନୁଷ୍ଠାନ ବନ୍ଦ।  ସପିଂ କଂପ୍ଲେକ୍ସ ବନ୍ଦ, ସିନେମା ହଲ, ଥିଏଟର, ଅଡିଟୋରିୟମ୍, ଜିମ୍ନାସିୟମ, ସୁଇମିଂ ପୁଲ ବନ୍ଦ ସାମାଜିକ, ରାଜନୈତିକ ଓ ଧର୍ମୀୟ ସମାବେଶ ମଧ୍ୟ ବନ୍ଦ ।  ତେବେ ଏବେଠୁ  ୩୦ ପ୍ରତିଶତ କ୍ଷମତାରେ ହୋଟେଲ ଖୋଲିବ ଏବଂ କେବଳ ହୋଟେଲକୁ  ଆସୁଥିବା ଅତିଥିମାନଙ୍କ ପାଇଁ ହିଁ ରେସ୍ତୋରାଁ ଖୋଲିବାକୁ ଅନୁମତି ମିଳିଛି।

କେବଳ ରାୟଗଡ଼ାକୁ ଛାଡ଼ି ରାଜ୍ୟର ସବୁ ଜିଲ୍ଲାରେ ଏବେ କରୋନା କହର।  ହେଲେ ଦ୍ରୁତ ସଂକ୍ରମଣ ଦୃଷ୍ଟିରୁ ଚିନ୍ତା ବଢାଇଛନ୍ତି ୧୧ ଜିଲ୍ଲା । ତେଣୁ ଏଇ ୧୧ ଜିଲ୍ଲାରେ କଟକଣାକୁ ଆହୁରି କଠୋର କରି ସପ୍ତାହକୁ ଦୁଇ ଦିନ ଶନିବାର ଓ ରବିବାର ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରକାର । ସଟ୍‌ଡାଉନ ୨ ଦିନ ଏହିସବୁ ଜିଲ୍ଲାରେ ଔଷଧ ଦୋକାନ, ପେଟ୍ରୋଲ ପଂପ୍ ସହ ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଂସ୍ଥାକୁ ଛାଡ଼ି ସବୁ ବନ୍ଦ ରହିବ। କୌଣସି ସରକାରୀ ଅଫିସ୍ ଖୋଲା ରହିବ ନାହିଁ। ରାସ୍ତାରେ କେବଳ ଯାହା ଅତ୍ୟାବଶ୍ୟକ ସେବା ପ୍ରଦାନକାରୀଙ୍କୁ ଯାଆସର ଅନୁମତି ରହିବ। ସପ୍ତାହକୁ ଦୁଇ ଦିନିଆ ସଟ୍‌ଡାଉନ୍ ଜୁନ୍ ମାସ ସାରା ରହିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।

ଏପଟେ ରାତ୍ରକାଳୀନ କର୍ଫ୍ୟୁରେ ଦୁଇଘଣ୍ଟାର କୋହଳ କରିଛନ୍ତି ରାଜ୍ୟ ସରକାର । ଏଣିକି ସଂଧ୍ୟା ୭ରୁ ସକାଳ ୫ଟା ଯାଏଁ କର୍ଫ୍ୟୁ ଜାରି ରହିବ।  ସେହିପରି ବାହାରେ ଛେପ ପକାଇଲେ କିମ୍ବା ମାସ୍କ ନ ପିନ୍ଧିଲେ ଏଣିକି ଅଧିକ ତଣ୍ଡ ଗଣିବାକୁ ହେବ। ଏଥିପାଇଁ ଥିବା ସର୍ବନିମ୍ନ ଜରିମାନାକୁ ୨ ଶହ ଟଙ୍କାରୁ ୫ ଶହ ଟଙ୍କାକୁ ବଢ଼ାଇ ଦିଆଯାଇଛି ।  ପ୍ରଥମ ଓ ୨ୟ ଥର ନିୟମ ଉଲ୍ଲଂଘନକାରୀଙ୍କୁ ୫ଶହ ଟଙ୍କା ଏବଂ କିନ୍ତୁ ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ୧ ହଜାର ଟଙ୍କା ଗଣିବାକୁ ପଡ଼ିବ। ଏମିତିକି ବାରମ୍ବାର ଉଲଙ୍ଘନ କଲେ ଏପିଡେମିକ ଆକ୍ଟ ଅନୁସାରେ ମାମଲା ରୁଜ୍ଜୁ ସହ ଗିରଫ ବି କରାଯିବ ବୋଲି ଡିଜିପି  ସୂଚନା ଦେଇଛନ୍ତି। ସେହିପରି ଅନ୍ତ୍ୟେଷ୍ଟି କ୍ରିୟା ନିମନ୍ତେ ଅନୁମତି ନେଇ ୨୦ ଜଣ ଏବଂ ବିବାହ କାର୍ଯ୍ୟ ପାଇଁ ଅନୁମତି ନେଇ ୫୦ ଜଣ ଏକାଠି ହୋଇପାରିବେ ବୋଲି କହିଛନ୍ତି ଡିଜିପି ।

କରୋନା ସଂକ୍ରମଣ ଦୃଷ୍ଟିରୁ ସମ୍ବେଦନଶୀଳ ମନେ କରାଯାଉଥିବା ୬୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ, ୧୦ ବର୍ଷରୁ କମ୍ ଶିଶୁ, ଗର୍ଭବତୀ ଓ ପୂର୍ବରୁ ରୋଗଥିବା ବ୍ୟକ୍ତିଙ୍କୁ ସର୍ବସାଧାରଣ ସ୍ଥାନକୁ ଯିବାକୁ ଅନୁମତି ମିଳିବନି। ଏପରିକି ସେମାନେ ଘରୁ ନବାହାରିବାକୁ ପରାମର୍ଶ ଦିଆଯାଇଛି ।

Related story