୧୪ ଜିଲ୍ଲାରେ ଲକ୍‌ଡାଉନ୍‌ କଟକଣା: କାଲିଠୁ ବସ୍‌, ଟ୍ରେନ୍‌ ଚଳାଚଳ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ବିରୋଧୀ ଲଢ଼େଇ ପାଇଁ କଟକଣାକୁ ଆହୁରି କଠୋର କରିଛନ୍ତି ରାଜ୍ୟ ସରକାର। ଆଗରୁ ଖୋର୍ଦ୍ଧା, କଟକ, ଗଞ୍ଜାମ, ଅନୁଗୋଳ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏଥିରେ ଯୋଡ଼ି ହୋଇଛି ଆଉ ୯ ଜିଲ୍ଲା- ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ଏହି ୯ ଜିଲ୍ଲା ପାଇଁ କଟକଣା ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଜାରି ରହିବ। […]

bus

bus

Manoranjan Sial
  • Published: Monday, 23 March 2020
  • Updated: 24 March 2020, 07:17 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ବିରୋଧୀ ଲଢ଼େଇ ପାଇଁ କଟକଣାକୁ ଆହୁରି କଠୋର କରିଛନ୍ତି ରାଜ୍ୟ ସରକାର। ଆଗରୁ ଖୋର୍ଦ୍ଧା, କଟକ, ଗଞ୍ଜାମ, ଅନୁଗୋଳ, କେନ୍ଦ୍ରାପଡ଼ା ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା ହୋଇଥିଲା। ଏଥିରେ ଯୋଡ଼ି ହୋଇଛି ଆଉ ୯ ଜିଲ୍ଲା- ପୁରୀ, ନୟାଗଡ, ଜଗତସିଂହପୁର, ଯାଜପୁର, ଭଦ୍ରକ, ବାଲେଶ୍ୱର, ଢେଙ୍କାନାଳ, ସମ୍ବଲପୁର ଓ ଝାରସୁଗୁଡ଼ା। ଏହି ୯ ଜିଲ୍ଲା ପାଇଁ କଟକଣା ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହୋଇ ମାର୍ଚ୍ଚ ୨୯ ରାତି ୯ଟା ଯାଏଁ ଜାରି ରହିବ। ଏଥିସହ ବସ୍‌ ଓ ଟ୍ରେନ ସେବାକୁ ମଧ୍ୟ ରାଜ୍ୟରେ ସଂପୂର୍ଣ୍ଣ ବନ୍ଦ ରଖାଯାଇଛି। ଫଳରେ ସମସ୍ତ ରେଳ ଷ୍ଟେସନ ଓ ବସ ଷ୍ଟାଣ୍ଡ ବି କଟକଣା ଅନ୍ତର୍ଭୁକ୍ତ ହେବ। ଆଜିଠୁ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ରୋକ୍ ଥିବା ବେଳେ କାଲି ଦିନ ୧୧ଟାରୁ ରାଜ୍ୟ ଭିତରର ସମସ୍ତ ବସ ଚଳାଚଳ ୨୯ ତାରିଖ ଯାଏଁ ବନ୍ଦ ରହିବ ବୋଲି ସୂଚନା ଦେଇଛନ୍ତି କୋଭିଡ୍-୧୯ ମୁଖପାତ୍ର ସୁବ୍ରତ ବାଗ୍‌ଚୀ। ଏଥିସହ ଅଙ୍ଗନବାଡ଼ି କେନ୍ଦ୍ରଗୁଡିକ ଏପ୍ରିଲ୍‌ ୩୦ ତାରିଖ ଯାଏ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି। ହେଲେ ଶିଶୁ ଓ ପ୍ରସୂତିଙ୍କ ଘରେ ଶୁଖିଲା ଖାଦ୍ୟ ପହଞ୍ଚାଯିବ ବୋଲି ବାଗ୍‌ଚୀ ସୂଚନା ଦେଇଛନ୍ତି। ସେହିପରି ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ ହୋମ୍‌ କ୍ୱାରେଣ୍ଟାଇନରେ ରହୁଥିବା ଲୋକଙ୍କ ଘର ଆଗରେ ସ୍ୱତନ୍ତ୍ର ଷ୍ଟିକର ଲଗାଯିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସଂପୃକ୍ତ ବ୍ୟକ୍ତିଙ୍କ ପୃଥକବାସ ଓ ପରିବାରର ଅନ୍ୟ ବିବରଣୀ ରହିବ।

ଏପଟେ ‘କରୋନା’ ପାଇଁ ରାଜ୍ୟ ସରକାର ଘୋଷଣା କରିଥିବା ଲକ ଡାଉନ୍‌କୁ କଡ଼ାକଡ଼ି ଭାବେ ପାଳନ କରାଯାଇଛି। ହେଲେ କିଛି ସ୍ଥାନରେ ଢିଲା ମାରିଦେଲେ ଜନତା। ଯାହାର ଅତି ଆବଶ୍ୟକ ତ ସିଏ ବାହାରିଲେ। ଆଉ କିଛି ଲୋକ ବିନା କାରଣରେ ଯାଇ ନାନା ଆଳ ଦେଖାଇ ଖସି ଯିବାକୁ ଚେଷ୍ଟା କରୁଛନ୍ତି। ଯାହାକୁ ନେଇ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଛି। କାର୍ଯ୍ୟାନୁଷ୍ଠାନ ବି ହୋଇଛି। ଭଦ୍ରକରେ ଲକଡାଉନ କଟକଣା ଭାଙ୍ଗିବା ଅଭିଯୋଗରେ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯିବା ସହ ବିନା କାରଣରେ ବାହାରେ ବୁଲୁଥିବା ୧୧ ଜଣ ଗାଡ଼ି ଚାଳକଙ୍କୁଠୁ ୬୭ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି। କଟକରେ ମଧ୍ୟ ଅନୁରୂପ ସ୍ଥିତି ଉପୁଜିବାରୁ ବିନା ପାସରେ ଅଯଥାରେ ବାହାରେ ବୁଲୁଥିବା ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ଚେତାବନୀ ଦେଇଛି କମିଶନରେଟ ପୁଲିସ୍।

ସେପଟେ ଏଭଳି ଘଡ଼ି ସନ୍ଧି ମୁହୂର୍ତ୍ତରେ ଲୋକଙ୍କୁ ଅତ୍ୟାବଶ୍ୟକ ସେବା ସୁନିଶ୍ଚିତ କରିବାକୁ ଜରୁରୀ ସେବା ପ୍ରଦାନକାରୀଙ୍କ ଉପରେ ଏସ୍‌ମା ଲାଗୁ କରିଛନ୍ତି ରାଜ୍ୟ ସରକାର। ଆଗାମୀ ୬ ମାସ ପାଇଁ ଏହି କଟକଣା ଲାଗିଛି। ଏହି ସମୟ ଭିତରେ ପୌର, ଜଳ ଯୋଗାଣ, ପରିମଳ ଭଳି ଅତ୍ୟାବଶ୍ୟକ ସେବାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଆନ୍ଦୋଳନ ନକରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos