ଲକ୍‌ଡାଉନ୍‌ର ଅଗ୍ନିପରୀକ୍ଷା ପରେ କାଲିଠୁ କଟକଣା କୋହଳ, ସର୍ତ୍ତ ଜାରି  

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ୭ ଦିନର ଅଗ୍ନିପରୀକ୍ଷା ପରେ କାଲିଠୁ ଅଣସମ୍ବେଦନଶୀଳ ଅଞ୍ଚଳରେ କୋହଳ ହେବ କରୋନା କଟକଣା । ତେବେ ଫୋକସରେ ରହିବ କୃଷି ଓ ଶ୍ରମିକଙ୍କ ପେଟ ପାଟଣା । ଯେଉଁ ସ୍ଥାନରେ କରୋନା କାୟା ମେଲାଇଛି ସେଠି କଟକଣା ପୂର୍ବବତ୍ ରହିବ । ବାକି ସ୍ଥାନରେ ସାମାଜିକ ଦୂରତାକୁ ପ୍ରାଥମିକତା ଦେଇ ଅନ୍ୟ କାର୍ଯ୍ୟକଳାପକୁ ବି ଅନୁମତି ମିଳିବ କାଲିଠୁ ସରକାରୀ କାଯର୍ୟାଳୟ ଖୋଲିବ, ନିର୍ମାଣ କାମ ବି ଚାଲିବ। […]

n-909-1

Tapas Behera
  • Published: Sunday, 19 April 2020
  • , Updated: 19 April 2020, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ର ୭ ଦିନର ଅଗ୍ନିପରୀକ୍ଷା ପରେ କାଲିଠୁ ଅଣସମ୍ବେଦନଶୀଳ ଅଞ୍ଚଳରେ କୋହଳ ହେବ କରୋନା କଟକଣା । ତେବେ ଫୋକସରେ ରହିବ କୃଷି ଓ ଶ୍ରମିକଙ୍କ ପେଟ ପାଟଣା । ଯେଉଁ ସ୍ଥାନରେ କରୋନା କାୟା ମେଲାଇଛି ସେଠି କଟକଣା ପୂର୍ବବତ୍ ରହିବ । ବାକି ସ୍ଥାନରେ ସାମାଜିକ ଦୂରତାକୁ ପ୍ରାଥମିକତା ଦେଇ ଅନ୍ୟ କାର୍ଯ୍ୟକଳାପକୁ ବି ଅନୁମତି ମିଳିବ କାଲିଠୁ ସରକାରୀ କାଯର୍ୟାଳୟ ଖୋଲିବ, ନିର୍ମାଣ କାମ ବି ଚାଲିବ।

କରୋନାର ନାକାବନ୍ଦୀ ଭିତରେ ଫୋକସରେ କୃଷି ଓ ଶ୍ରମିକଙ୍କ ପେଟ ଚିନ୍ତା । ଯଦିଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷି କାର୍ଯ୍ୟକ୍ରମକୁ କଟକଣାରୁ ମୁକ୍ତ ରଖିଛନ୍ତି ତଥାପି କାଲିଠୁ ଅଧିକ କୋହଳ ହେବ ଚାଷ କାମ ଓ ନିର୍ମାଣ କ୍ଷେତ୍ର । ଏବେ ରବି ଧାନ ଅମଳର ବେଳ।। ଖରିଫ ଚାଷ ପାଇଁ ଜମି ବି ପ୍ରସ୍ତୁତ କରିବେ ଚାଷୀ । ତେଣୁ ରବିଧାନ ମଣ୍ଡିକୁ ନେବା ସହ ଖରିଫ ଫସଲ ପାଇଁ ବିହନ, ସାର, କୀଟନାଶକ ଓ ଆବଶ୍ୟକ କୃଷି ଯନ୍ତ୍ରପାତି ପାଇଁ ଦୋକାନ ଖୋଲା ରହିବ। ଉଦ୍ୟାନ କୃଷି ଓ ମତ୍ସ୍ୟ ଚାଷ କ୍ଷେତ୍ରରେ ସମସ୍ତ କାର୍ଯ୍ୟକୁ ମଧ୍ୟ କଟକଣା ମୁକ୍ତ କରାଯାଇଛି । ସେମିତି ସାମାଜିକ ଦୂରତା ରଖି ଆରମ୍ଭ ହୋଇଛି MGNREGA କାମ। ତେବେ ନିର୍ମାଣ କାମ ଚାଲୁ ରଖିବା ପାଇଁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା  SOP  ପାଳନକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।  ଉଭୟ ସରକାରୀ ଓ ବେସରକାରୀ କ୍ଷେତ୍ରରେ ନିର୍ମାଣ ପାଇଁ ଅନୁମତି ମିଳିଛି। ହେଲେ୬୦ ବର୍ଷରୁ ଅଧିକ ବୟସର ଶ୍ରମିକଙ୍କୁ କାମ କରିବାକୁ ଅନୁମତି ନାହିଁ।

ଡାକ୍ତରଖାନା, ପଶୁଚିକିତ୍ସା ସେବା ଓ ଅତ୍ୟାବଶ୍ୟକ ସେବା ପରିବହନ ପାଇଁ ଘରୋଇ ଗାଡି ଯାତାୟତକୁ ଅନୁମତି ମିଳିବ। ତେବେ ଚାରି ଚକିଆରେ ଡ୍ରାଇଭର ବାଦ୍।  ଜଣେ ଲୋକ ଓ ଦୁଇ ଚକିଆରେ କେବଳ ଚାଳକକୁ ଅନୁମିତି ମିଳବ । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଏ ନେଇ ନିର୍ଦ୍ଦେଶନାମା ପ୍ରକାଶ କରିଛି। ତେବେ ଯେଉଁ ସହର ଗୁଡିକରେ କରୋନା ପାଦ ରଖିଛି ତାକୁ ହାଇରିସ୍କ ଜୋନ୍ ଭାବେ ଗ୍ରହଣ କରାଯାଇ ସେସବୁ ସ୍ଥାନରେ ଘରୋଇ ଗାଡିରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଉପରେ ବି କଟକଣାକୁ ବଳବତ୍ତର ରଖାଯିବ। ଏସବୁ ଜିଲ୍ଲାରେ ରହିଛି ଖୋର୍ଦ୍ଦା, ଭଦ୍ରକ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା, କଟକ, ପୁରୀ, କଳାହାଣ୍ଡି ଓ ଢେଙ୍କାନାଳ  । ତେବେ ଗ୍ରାମାଞ୍ଚଳରେ ସବୁ ପ୍ରକାର ରାସ୍ତା, ବ୍ରିଜ ଓ ଫ୍ଲାଏଓଭର ନିର୍ମାଣ ସହ ମରାମତି, ଜଳସେଚନ କାମ , ଘର ଓ ଶିଳ୍ପ ପାଇଁ ବି ନିର୍ମାଣ କାମକୁ ଅନୁମତି ମିଳିବ ।  ପିଇବା ପାଣି ପ୍ରକଳ୍ପର କାର୍ଯ୍ୟକାରିତା ଓ ମରାମତି ମଧ୍ୟ କରାଯାଇପାରିବ।  ସେହିପରି ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ସଚେତନତା କାଯର୍ୟକ୍ରମ ବି ଚାଲିବ।  ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ଓ କେଉଁ କର୍ମଚାରୀ ଆସିବେ ସେ ନେଇ ବି ଗାଇଡଲାଇନ ଜାରି ହୋଇଛି  । ଜିଲ୍ଲାପାଳ, ଉପଜିଲ୍ଲାପାଳ, ଆରଡିସି, ତହସିଲ ଓ ଆରଆଇ ଅଫିସର ସବୁ କର୍ମଚାରୀ ଅଫିସ ଆସିବେ। ୯ଟି ଜିଲ୍ଲାର ଗ୍ରୁପ ବି, ସି ଓ ଡିର ୩୩ ପ୍ରତିଶତ କର୍ମଚାରୀ ରୋଷ୍ଟର ଭିତ୍ତିରେ କାମ କରିବେ। କାଲିଠୁ ସମସ୍ତ ଷ୍ଟାମ୍ପ ଭେଣ୍ଡରକୁ କାର୍ଯ୍ୟକ୍ଷମ କରାଯିବ। ନିର୍ମାଣ କାମ ପାଇଁ ବାଲିଘାଟ, କ୍ରସର ୟୁନିଟି ଓ କ୍ୱାରୀ ଗୁ଼ଡିକ ଚାଲିବ । ତେବେ ଏସବୁ ସ୍ଥାନରେ ସାମାଜିକ ଦୁରତା ମାନିବାକୁ କୁହାଯାଇଛି।

କାଲିଠୁ କିଛି ଔଦ୍ୟୋଗିକ କ୍ଷେତ୍ରରେ ମଧ୍ୟ କଟକଣାକୁ କୋହଳ କରାଯିବ। ଏଥିରେ ତୈଳ, ଗ୍ୟାସ , ରିଫାଇନାରୀ, କୋଇଲା ଉତ୍ପାଦନ, ଖଣିଜ ଉତ୍ତୋଳନ ପରିବହନକୁ ବି ଅନୁମତି ମିଳିବ । ଆଇଟି, ହାର୍ଡ଼ଓ୍ୱର ନିର୍ମାଣ, ଔଷଧ ଓ ଚିକିତ୍ସା ଉପକରଣ ଉତ୍ପାଦନ, ସ୍ପେଶାଲ ଇକୋନମିକ ଜୋନ ରପ୍ତାନୀ ଭିତ୍ତିକ ଶିଳ୍ପ, ଇଣ୍ଡଷ୍ଟ୍ରିଆଲ୍ ଇଷ୍ଟେଟ ଓ ଇଣ୍ଡଷ୍ଟ୍ରିଆଲ ଟାଉନସିପରେ ଥିବା ଶିଳ୍ପଦ୍ୟୋଗ ଗୁଡ଼ିକ ବି ଚାଲିବ।

Related story