ସବୁ ନିୟମକୁ ଫୁ, ଟ୍ରକରେ ଖୁନ୍ଦାଖୁନ୍ଦି ହୋଇ ସଙ୍ଗରୋଧକୁ ଗଲେ

କଟକ/ରାଇରଙ୍ଗପୁର(‌ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର ମୁଖ୍ୟ ବାହକ ସାଜିଛନ୍ତି ପ୍ରବାସୀ ଓଡ଼ିଆ। ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ ଯେନତେନ ପ୍ରକାରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସଂଗରୋଧ ଭାବେ ରଖିବାକୁ ହୋଇଛି କଡ଼ା ନିୟମ । ହେଲେ ସେ ସବୁ ନିୟମ ଯେମିତି ବେଫିକର କରାଯିବା ଭଳି ଚିତ୍ର ଆସୁଛି। ଆଜି ଏମିତି ଚିତ୍ର ଦେଖିବାକୁ ମିଳିଛି କଟକ, ରାଇରଙ୍ଗପୁର ଓ ବାଲେଶ୍ୱରରେ। କଟକ ଓଏମ୍ପି ଛକ। ତାମିଲନାଡ଼ୁର କାଞ୍ଚିପୁରମ୍‌ରୁ ବସ୍‌ରେ ଆସି ଆଜି […]

6nm1

Tapas Behera
  • Published: Monday, 11 May 2020
  • , Updated: 11 May 2020, 09:23 PM IST

କଟକ/ରାଇରଙ୍ଗପୁର(‌ଓଡ଼ିଶା ରିପୋର୍ଟର): ଏବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧିର ମୁଖ୍ୟ ବାହକ ସାଜିଛନ୍ତି ପ୍ରବାସୀ ଓଡ଼ିଆ। ଯେଉଁମାନେ ବାହାର ରାଜ୍ୟରୁ ଫେରୁଛନ୍ତି ସେମାନଙ୍କୁ ଯେନତେନ ପ୍ରକାରେ କ୍ୱାରେଣ୍ଟାଇନ୍ ସେଣ୍ଟରରେ ସଂଗରୋଧ ଭାବେ ରଖିବାକୁ ହୋଇଛି କଡ଼ା ନିୟମ । ହେଲେ ସେ ସବୁ ନିୟମ ଯେମିତି ବେଫିକର କରାଯିବା ଭଳି ଚିତ୍ର ଆସୁଛି। ଆଜି ଏମିତି ଚିତ୍ର ଦେଖିବାକୁ ମିଳିଛି କଟକ, ରାଇରଙ୍ଗପୁର ଓ ବାଲେଶ୍ୱରରେ।

କଟକ ଓଏମ୍ପି ଛକ। ତାମିଲନାଡ଼ୁର କାଞ୍ଚିପୁରମ୍‌ରୁ ବସ୍‌ରେ ଆସି ଆଜି ସକାଳେ  ୩୦ ଜଣ ଓଡ଼ିଆ ପହଞ୍ଚିଥିଲେ। ଦୀର୍ଘ ୪ଘଣ୍ଟା ଧରି ଧନ୍ଦି ହୋଇଥିଲେ ସେମାନେ। ଏହି ଶ୍ରମିକମାନେ କଟକ ପୁଲିସକୁ ଦୁଃଖ ଜଣାଇଥିଲେ। ହେଲେ ନିଜ ବ୍ୟବସ୍ଥାରେ ଗାଁକୁ ପଳାଇବାକୁ ଉତ୍ତର ମିଳିଥିଲା॥ ତେଣୁ ଉପାୟଶୂନ୍ୟ ହୋଇ କେନ୍ଦ୍ରାପଡ଼ାର ୧୫ଜଣ ଶ୍ରମିକ ଅଧିକ ଭଡ଼ା ଦେଇ ବସ୍‌ରେ ପଳାଇଥିବାବେଳେ ଟଙ୍କା ଅଭାବରୁ ଜଗତସିଂହପୁରର ୧୫ ଶ୍ରମିକ ଚାଲି ଚାଲି ଗାଁକୁ ବାହାରିଥିଲେ । କିନ୍ତୁ କିଛି ବାଟ ଯିବା ପରେ ଏକ ଅଟୋ ଭଡ଼ା କରିଥିଲେ। ସେହିପରି ରାଇରଙ୍ଗପୁର ଓ ବାଲେଶ୍ୱରର ଚିତ୍ର ଥିଲା ସାଂଘାତିକ। ପ୍ରବାସୀ ଶ୍ରମିକ ମାନେ ଦୟନୀୟ ଭାବେ ଆଳୁବସ୍ତା ଭଳି ଖୁନ୍ଦାଖୁନ୍ଦି ହୋଇ ଯାଉଥିଲେ।

ସେହିପରି ହାଇଦ୍ରାବାଦରୁ ବାଲେଶ୍ୱର ଜିଲ୍ଲାକୁ ଫେରିଥିବା ଶତାଧିକ ପ୍ରବାସୀ ଓଡ଼ିଆଙ୍କୁ ଏକାଠି କରି ଆଜି ଏମିତି ଖୁନ୍ଦିଖାନ୍ଦି ଟ୍ରକ୍‌ରେ ଲଦି ବସ୍ତା ଅଞ୍ଚଳର ସରକାରୀ କ୍ୱାରେଣ୍ଟାଇନ୍ ସେଣ୍ଟରକୁ ପଠାଇଛି ସ୍ଥାନୀୟ ପ୍ରଶାସନ। ତେଣୁ ଏ ଚିତ୍ର ଦେଖି ପ୍ରଶ୍ନ ଏଥିରେ କରୋନା ସଂକ୍ରମଣ କମିବ ନା ଆହୁରି ହୁ ହୁ ହୋଇ ମାଡ଼ିବ ? ସାମାଜିକ ଦୂରତ୍ୱ ରକ୍ଷା ପାଇଁ ସରକାର ଦେଉଥିବା ଆହ୍ୱାନ କଣ ତା’ହାଲେ ଏମିତି ପାଳନ ହେଉଛି ?

Related story