କରୋନା ପରେ ନିଦ ହଜାଇଛନ୍ତି ପଙ୍ଗପାଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଭାରତରେ ଚାଷୀଙ୍କ ନିଦ ଉଡ଼ାଇଥିବା ପଙ୍ଗପାଳକୁ ଓଡ଼ିଶାରେ ବି ଭୟ । ରାତାରାତି ଏକର ଏକର ଜମିରେ ଫସଲ ଚରି ଯାଉଥିବା ଏହି କୀଟ ମଧ୍ୟପ୍ରଦେଶ ଯାଏଁ ମାଡ଼ି ଆସିଲେଣି । ଯଦି ଓଡ଼ିଶାକୁ ଏମାନେ ମାଡ଼ି ଆସିବେ, ତାହାଲେ ସେମାନଙ୍କର କିଭଳି ମୁକାବିଲା କରାଯିବ ସେଥିପାଇଁ ଆଜି କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକେରେ ଆଲୋଚନା ହୋଇଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ପଙ୍ଗପାଳ ପଶି ଆସିବାର […]

pangapal-1

Tapas Behera
  • Published: Wednesday, 27 May 2020
  • , Updated: 27 May 2020, 08:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଶ୍ଚିମ ଭାରତରେ ଚାଷୀଙ୍କ ନିଦ ଉଡ଼ାଇଥିବା ପଙ୍ଗପାଳକୁ ଓଡ଼ିଶାରେ ବି ଭୟ । ରାତାରାତି ଏକର ଏକର ଜମିରେ ଫସଲ ଚରି ଯାଉଥିବା ଏହି କୀଟ ମଧ୍ୟପ୍ରଦେଶ ଯାଏଁ ମାଡ଼ି ଆସିଲେଣି । ଯଦି ଓଡ଼ିଶାକୁ ଏମାନେ ମାଡ଼ି ଆସିବେ, ତାହାଲେ ସେମାନଙ୍କର କିଭଳି ମୁକାବିଲା କରାଯିବ ସେଥିପାଇଁ ଆଜି କୃଷି ବିଭାଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକେରେ ଆଲୋଚନା ହୋଇଥିଲା । ବିଶେଷ କରି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ପଙ୍ଗପାଳ ପଶି ଆସିବାର ଭୟ ଥିବାରୁ ଓୟୁଏଟି ପକ୍ଷରୁ ମାର୍ଗଦର୍ଶିକା ଜାରି କରାଯାଇଛି।

ଏକର ଏକର ଫସଲକୁ ରାତାରାତି ଚରି ଯାଉଛନ୍ତି ଝିଣ୍ଟିକା ଭଳି ଦେଖାଯାଉଥିବା ଏହି କୀଟ । ପ୍ରତ୍ୟେକ ଦିନ ନିଜ ଓଜନ ସହ ସମାନ ଖାଦ୍ୟ ଖାଇଦିଅନ୍ତି  । ତେଣୁ ଏକ କିଲୋମିଟର ଅଂଚଳରେ ଥିବା ପଙ୍ଗପାଳ ଦିନକୁ ୩୫ ହଜାର ଲୋକଙ୍କ ଖାଦ୍ୟ ଚରି ଯାଉଥିବା କୁହାଯାଉଛି । ସବୁଜ ପନିପରିବା, ମକା, ଧାନ, ଆଖୁ ଆଦି ଫସଲର ମୂଳ, ଡାଳ, ପତ୍ର, ଫଳ, ଫୁଲ ସବୁକୁ ଏମାନେ ନଷ୍ଟ କରି ଦେଉଥିବାରୁ ଚାଷୀ ଏବେ ଚିନ୍ତାରେ । ମଧ୍ୟପ୍ରଦେଶ ଯାଏଁ ପଙ୍ଗପାଳ ପହଞ୍ଚି ସାରିଥିବାରୁ ଓଡ଼ିଶାକୁ ବି ମାଡ଼ି ଆସିବାର ଆଶଙ୍କା ରହିଛି। କାରଣ ଗୋଟିଏ ପଙ୍ଗପାଳ ଦିନକୁ ଦେଢ଼ ଶହ କିଲୋମିଟର ଅତିକ୍ରମ କରିବାର କ୍ଷମତା ରଖିଥାଏ। ସେ ଦୃଷ୍ଟିରୁ ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାକୁ ପଙ୍ଗପାଳ ପଶି ଆସିବା ଆଶଙ୍କା ଥିବା ଓୟୁଏଟି ପକ୍ଷରୁ ଚାଷୀଙ୍କୁ ସତର୍କ କରାଇଛି ତାସହିତ  ଜାରି ହୋଇଛି ମାର୍ଗଦର୍ଶିକା।

Related story