ବୈଜୟନ୍ତଙ୍କ ଇସ୍ତଫା ଲୋକସଭାରେ ଗୃହୀତ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ ହୋଇଛି। ଆଜି ଲୋକସଭାରେ ବାଚସ୍ପତି ସୁମିତ୍ରା ମହାଜନ ଏନେଇ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ଇସ୍ତଫାପତ୍ର ଗତକାଲି ଗୃହୀତ ହୋଇଥିବା ସଦସ୍ୟମାନଙ୍କୁ ଜଣାଇଛନ୍ତି ବାଚସ୍ପତି। ବୈଜୟନ୍ତଙ୍କ ଇସ୍ତଫା ସହ ଲୋକସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୯କୁ ହ୍ରାସ ପାଇଛି। ଗତକାଲି ବୈଜୟନ୍ତ ଟ୍ୱିଟ୍‌ କରି ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ […]

Baijayant-Panda

Rakesh Mallick
  • Published: Thursday, 19 July 2018
  • , Updated: 19 July 2018, 06:37 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ପଦରୁ ବୈଜୟନ୍ତ ପଣ୍ଡାଙ୍କ ଇସ୍ତଫା ଗୃହୀତ ହୋଇଛି। ଆଜି ଲୋକସଭାରେ ବାଚସ୍ପତି ସୁମିତ୍ରା ମହାଜନ ଏନେଇ ଘୋଷଣା କରିଛନ୍ତି। କେନ୍ଦ୍ରାପଡ଼ା ଲୋକସଭା ଆସନରୁ ନିର୍ବାଚିତ ହୋଇଥିବା ବୈଜୟନ୍ତଙ୍କ ଇସ୍ତଫାପତ୍ର ଗତକାଲି ଗୃହୀତ ହୋଇଥିବା ସଦସ୍ୟମାନଙ୍କୁ ଜଣାଇଛନ୍ତି ବାଚସ୍ପତି। ବୈଜୟନ୍ତଙ୍କ ଇସ୍ତଫା ସହ ଲୋକସଭାରେ ବିଜେଡି ସଦସ୍ୟଙ୍କ ସଂଖ୍ୟା ୧୯କୁ ହ୍ରାସ ପାଇଛି।

ଗତକାଲି ବୈଜୟନ୍ତ ଟ୍ୱିଟ୍‌ କରି ୧୮ ବର୍ଷ ୩ ମାସ ୨ ସପ୍ତାହ ଓ ଗୋଟିଏ ଦିନ ପରେ ସେ ସଂସଦରୁ ବିଦାୟ ନେଉଥିବା ଦର୍ଶାଇଥିଲେ। ଏଥିସହ ଗତ ମଙ୍ଗଳବାର ଲୋକସଭା ବାଚସ୍ପତିଙ୍କୁ ଭେଟି ତାଙ୍କ ଇସ୍ତଫାପତ୍ର ଗ୍ରହଣ କରିବାକୁ ଅନୁରୋଧ କରିଥିବା ଟ୍ୱିଟ୍‌ରେ ଉଲ୍ଲେଖ କରିଥିଲେ।

Related story