ମୋ ବାପାଙ୍କର ସୁନା, ରୁପା ଓ ଟଙ୍କା ଲୁଟିନେଲେ କୋଭିଡ୍ ହସପିଟାଲ

ବାରିପଦା (ମାଣିକଲାଲ ପାଣି ): କୋଭିଡ ମୃତ୍ୟୁ ପରେ ମୃତକଙ୍କ ବ୍ୟବହାର ଜିନିଷ ଫେରି ପାଉନାହାନ୍ତି ସମ୍ପର୍କୀୟ । କୋଭିଡ ଡାକ୍ତରଖାନା ମାନଙ୍କରେ ଡ୍ୟୁଟିରେ ଥିବା ଷ୍ଟାଫମାନେ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି। ବାରିପଦା ସହର ୨୬ନଂ ୱାର୍ଡ ମୁର୍ଗାବାଡି ଅଞ୍ଚଳର ବିଭୂତି ଭୂଷଣ ଦୀକ୍ଷିତଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟବହାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଭୂତି ଭୂଷଣ ହେଉଛନ୍ତି ଅବସରପ୍ରାପ୍ତ ଅବକାରୀ ବିଭାଗର କନେଷ୍ଟବଳ । ଗତ ମାସ ୧୭ ତାରିଖରେ […]

7890

Tapas Behera
  • Published: Sunday, 11 October 2020
  • , Updated: 11 October 2020, 04:37 PM IST

ବାରିପଦା (ମାଣିକଲାଲ ପାଣି ): କୋଭିଡ ମୃତ୍ୟୁ ପରେ ମୃତକଙ୍କ ବ୍ୟବହାର ଜିନିଷ ଫେରି ପାଉନାହାନ୍ତି ସମ୍ପର୍କୀୟ । କୋଭିଡ ଡାକ୍ତରଖାନା ମାନଙ୍କରେ ଡ୍ୟୁଟିରେ ଥିବା ଷ୍ଟାଫମାନେ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି।

ବାରିପଦା ସହର ୨୬ନଂ ୱାର୍ଡ ମୁର୍ଗାବାଡି ଅଞ୍ଚଳର ବିଭୂତି ଭୂଷଣ ଦୀକ୍ଷିତଙ୍କ ମୃତ୍ୟୁ ପରେ ତାଙ୍କ ବ୍ୟବହାର ସାମଗ୍ରୀ ଚୋରି ହୋଇଥିବା ଅଭିଯୋଗ ହୋଇଛି। ବିଭୂତି ଭୂଷଣ ହେଉଛନ୍ତି ଅବସରପ୍ରାପ୍ତ ଅବକାରୀ ବିଭାଗର କନେଷ୍ଟବଳ । ଗତ ମାସ ୧୭ ତାରିଖରେ ତାଙ୍କୁ କରୋନା ପଜିଟିଭ ଆସିଥିଲା ଏବଂ ବାରିପଦା କୋଭିଡ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ୧୮ ତାରିଖରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅବନ୍ନତି ହେବାରୁ ତାଙ୍କୁ କିମ୍ସ କୋଭିଡ ହସ୍ପିଟାଲ ଭୁବନେଶ୍ୱରରେ ଭର୍ତ୍ତି କରାଯାଇଥିଲା ।

ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ସତ୍ୟନଗର ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ହୋଇଥିଲା । ମୃତ୍ୟୁ ବେଳେ ବିଭୂତି ଭୂଷଣଙ୍କ ପାଖରେ ତାଙ୍କ ମୋବାଇଲ ଓ ପର୍ସ ରେ ୮ ରୁ ୧୦ ହଜାର ଟଙ୍କା ଏବଂ ହାତରେ ୨ ଟି ସୁନା ଓ ରୂପାର ମୁଦି ଥିଲା । ତେବେ ଏହିସବୁ ଜିନିଷ ପୁଅକୁ ଫେରାଇ ଦିଆଯିବ ବୋଲି ଡାକ୍ତରଖାନାର ହେଲ୍ପଡେକ୍ସରୁ ଜଣାଇଥିଲେ ।

ତେବେ ସେପ୍ଟେମ୍ବର ମାସ ୨୦ରୁ ଆଜକୁ ୨୦ ଦିନ ହେଲାଣି ତାଙ୍କୁ ବାରମ୍ବାର ଯୋଗାଯୋଗ କରିବା ପରେ ମଧ୍ୟ ସେସବୁ ସାମଗ୍ରୀ ମିଳୁନାହିଁ । ଏହା ଭିତରେ ବିଭୂତି ଭୂଷଣଙ୍କ ପୁଅ ନନ୍ଦ କିଶୋର ୩ ଥର ବାରିପଦାରୁ ଭୁବନେଶ୍ୱର ଯାଇ ଫେରିଲେଣି । କିନ୍ତୁ ବାପାଙ୍କ ଶେଷ ସନ୍ତକ ମିଳିପାରୁ ନ ଥିବା ଅଭିଯୋଗ କରିଛନ୍ତି । ଶେଷରେ ବାଧ୍ୟ ହୋଇ ସେ ଥାନାର ଆଶ୍ରୟ ନେବେ ବୋଲି ଜଣାଇଛନ୍ତି ।

Related story