ଟଙ୍କା ଲୁଟ୍ ପାଇଁ ଆସି ଏଟିଏମ୍‌ ଜାଳିଦେଲେ!

ଉଦଳା(ମାନସ ପାଣି): ଟଙ୍କା ଲୁଟ୍ ପାଇଁ ଆସି ବିଫଳ ହେବା ପରେ ଏଟିଏମ୍‌ ଜାଣିଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ। ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଉଦଳା କଲେଜ ରୋଡରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ପାଇଁ ଯାଇଥିଲେ। ହେଲେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରି ବିଫଳ ହେବାପରେ ଦୁର୍ବୃତ୍ତମାନେ ଏଟିଏମ୍‌ ଜାଳି ଦେଇ ସେଠାରୁ ପଳାଇଯାଇଥିବା ଅନୁମାନ କରାଯାଉଛି। ଏଟିଏମ୍ ପାଖରୁ ଗ୍ୟାସ୍ କଟର୍ […]

atmmm

Tapaswini Nayak
  • Published: Tuesday, 18 August 2020
  • , Updated: 18 August 2020, 08:25 AM IST

ଉଦଳା(ମାନସ ପାଣି): ଟଙ୍କା ଲୁଟ୍ ପାଇଁ ଆସି ବିଫଳ ହେବା ପରେ ଏଟିଏମ୍‌ ଜାଣିଦେଲେ ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଉଦଳାରେ।

ମିଳିଥିବା ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଉଦଳା କଲେଜ ରୋଡରେ ଥିବା ଏସ୍‌ବିଆଇ ଏଟିଏମ୍‌ରୁ ଟଙ୍କା ଲୁଟ୍‌ ପାଇଁ ଯାଇଥିଲେ। ହେଲେ ଏଟିଏମ୍‌ରୁ ଟଙ୍କା ଲୁଟ୍‌ କରି ବିଫଳ ହେବାପରେ ଦୁର୍ବୃତ୍ତମାନେ ଏଟିଏମ୍‌ ଜାଳି ଦେଇ ସେଠାରୁ ପଳାଇଯାଇଥିବା ଅନୁମାନ କରାଯାଉଛି। ଏଟିଏମ୍ ପାଖରୁ ଗ୍ୟାସ୍ କଟର୍ ମେସିନ୍ ଜବତ ହୋଇଛି। ତେବେ ଏଟିଏମ୍‌ରୁ ଟଙ୍କା ଲୁଟ୍ ହୋଇଛି କି ନାହିଁ, ସେ ସମ୍ପର୍କରେ ଜଣାପଡ଼ିନି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଏଟିଏମ୍‌ରେ ୨୦ ଲକ୍ଷ ଥିବା  ବ୍ୟାଙ୍କ ପକ୍ଷରୁ ସୂଚନା  ଦିଆଯାଇଛି।

 

 

Related story