ମାରଣାସ୍ତ୍ର ଦେଖାଇ ୧୧ଟି ଟ୍ରକ୍‌ରୁ ଲୁଟିଲେ

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ନିମେଇସାପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ୧୧ଟି ଟ୍ରକରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଥିବା ଏହି ଟ୍ରକ୍‌ଗୁଡ଼ିକର ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ। ଏଥିସହ ଟ୍ରକ୍‌ ଗୁଡ଼ିକର ସାମ୍ନା କାଚ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଖବର ପାଇ ଟାଙ୍ଗି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। […]

track

Jyoshna Pradhan
  • Published: Sunday, 06 October 2019
  • , Updated: 06 October 2019, 11:07 AM IST

ଚୌଦ୍ୱାର (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଟାଙ୍ଗି ଥାନା ଅନ୍ତର୍ଗତ କହ୍ନେଇପୁର ପଞ୍ଚାୟତ ନିମେଇସାପୁର ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ୧୧ଟି ଟ୍ରକରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

ଅଭିଯୋଗ ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ କିଛି ଯୁବକ ପେଟ୍ରୋଲ୍‌ ପମ୍ପ୍‌ ନିକଟରେ ଥିବା ଏହି ଟ୍ରକ୍‌ଗୁଡ଼ିକର ଡ୍ରାଇଭରଙ୍କୁ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଲୁଟ୍‌ କରିଥିଲେ। ଏଥିସହ ଟ୍ରକ୍‌ ଗୁଡ଼ିକର ସାମ୍ନା କାଚ ଗୁଡ଼ିକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଖବର ପାଇ ଟାଙ୍ଗି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି।

ଅନ୍ୟପକ୍ଷରେ ଏହି ସ୍ଥାନରେ ସବୁ ସମୟରେ ଟ୍ରକ୍‌ ଗୁଡ଼ିକ ବେଆଇନ ଭାବେ ରହୁଥିବାରୁ ଟ୍ରାଫିକ୍‌ ସମସ୍ୟା ଦେଖାଉଛି ବୋଲି ଅଭିଯୋଗ ହୋଇଛି।  ଏନେଇ ସ୍ଥାନୀୟ ଲୋକେ ବାରମ୍ବାର ଅଭିଯୋଗ କରିଥିବା ବେଳେ ଟ୍ରକ୍‌ ଡ୍ରାଇଭରମାନେ ମାନୁ ନଥିବାରୁ ଏଭଳି ଘଟଣା ଘଟିଥିବା କିଛି ଲୋକ କହିଛନ୍ତି।

Related story