କଣ୍ଟାବାଞ୍ଜି(ଅନ୍ତିମ ପାଣିଗ୍ରାହୀ): ଟିଟିଲାଗଡ଼ ବଙ୍ଗୋମୁଣ୍ଡା ଥାନା ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀ ତୁଳସୀ ଜୈନଙ୍କ ଘରୁ ୩୬ ଭରି ସୁନା, ୫ ଲକ୍ଷ ଟଙ୍କା ଓ ହୀରାର ୨ଟି ହାର ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଘଟଣାସ୍ଥଳରେ ସନ୍ଧନୀ କୁକୁର , ସାଇଣ୍ଟିଫିକ୍ ଟିମ ଓ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତୁଳସୀଙ୍କ କହିବା ଅନୁସାରେ ଗତକାଲି ପୁଅର ବିବାହ ଟିଟିଲାଗଡରେ ଥିଲା। ତେଣୁ ପରିବାର ଲୋକଙ୍କୁ ନେଇ ସମସ୍ତେ ଟିଟିଲାଗଡକୁ ଯାଇଥିଲେ ଓ ସେଠି ବାହାଘର ହୋଇଥିଲା।
ବିବାହ ସମ୍ପନ୍ନ ହେଲା ପରେ ବଙ୍ଗୋମୁଣ୍ଡା ସ୍ଥିତ ଘରକୁ ଫେରିଲା ବେଳେ ଘରର ମୁଖ୍ୟ ଗେଟ ଭାଙ୍ଗିଥିବା ଦେଖିଥିଲେ । ଘର ଭିତରକୁ ଗଲାପରେ ଜଣାପଡିଲା ଯେ, ଚୋରି ହୋଇଛି। ଘର କବାଟ ଭଙ୍ଗା ଯାଇଥିବା ବେଳେ ଘରେ ଥିବା ଟଙ୍କା , ସୁନା ଓ ହୀରା ଚୋରି ହୋଇଛି ।
ବଙ୍ଗୋମୁଣ୍ଡା ପୋଲିସ ଖବର ପାଇ ଘଟଣା ସ୍ଥଳରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଜାରି ରଖିଥିବା କଣ୍ଟାବାଞ୍ଜି ପୁଲିସ ଏସଡିପିଓ ସରୋଜ କୁମାର ମହାପାତ୍ର କହିଛନ୍ତି ।