ପୋଲିସ ବେଶରେ ଚକମା ଦେଖାଇ ଗହଣା ଚୋରି

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୋଲିସ ବେଶରେ ଚୋରି। ରାଜଧାନୀରେ ଏବେ ନୂଆ ତରିକାରେ ଲୁଟେରା ଲୁଟ୍ କରିବା ଆରମ୍ଭ କରିଛନ୍ତି। ଇନଫୋସିଟି ଥାନା ଅଞ୍ଚଳରେ ଏଭଳି ଏକ ଲୁଟ୍ ହୋଇଛି। ପୋଲିସ ବେଶରେ ଏହି ଗ୍ୟାଙ୍ଗ ଆସି ସହାନୁଭୂତି ଦେଖାଇ ଜଣେ ଲୋକଙ୍କୁ ପିନ୍ଧିଥିବା ସୁନାଗହଣାକୁ କାଢିବାକୁ କହିଥିଲେ। ଚୋରି ହେଉଥିବାରୁ ଏପରି ଖୋଲାଖୋଲି ଗହଣା ନ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ପୋଲିସ ବେଶରେ ଥିବା ଚୋରଠାରୁ ଏପରି ଶୁଣିବାପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ କଥାକୁ […]

666

Rakesh Mallick
  • Published: Friday, 23 March 2018
  • , Updated: 23 March 2018, 06:54 PM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ପୋଲିସ ବେଶରେ ଚୋରି। ରାଜଧାନୀରେ ଏବେ ନୂଆ ତରିକାରେ ଲୁଟେରା ଲୁଟ୍ କରିବା ଆରମ୍ଭ କରିଛନ୍ତି। ଇନଫୋସିଟି ଥାନା ଅଞ୍ଚଳରେ ଏଭଳି ଏକ ଲୁଟ୍ ହୋଇଛି। ପୋଲିସ ବେଶରେ ଏହି ଗ୍ୟାଙ୍ଗ ଆସି ସହାନୁଭୂତି ଦେଖାଇ ଜଣେ ଲୋକଙ୍କୁ ପିନ୍ଧିଥିବା ସୁନାଗହଣାକୁ କାଢିବାକୁ କହିଥିଲେ। ଚୋରି ହେଉଥିବାରୁ ଏପରି ଖୋଲାଖୋଲି ଗହଣା ନ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ପୋଲିସ ବେଶରେ ଥିବା ଚୋରଠାରୁ ଏପରି ଶୁଣିବାପରେ ସଂପୃକ୍ତ ବ୍ୟକ୍ତି ଜଣଙ୍କ ତାଙ୍କ କଥାକୁ ବିଶ୍ୱାସ କରି ନିଜ ପିନ୍ଧା ସୁନା ଚେନ, ମୁଦି କାଢିଥିଲେ। ଏହାପରେ ପୋଲିସ ବେଶରେ ଆସିଥିବା ଚୋର ଚତୁରତାର ସହିତ ଅସଲି ସୁନା ନେଇ ନକଲି ଜିନିଷ ଦେଇ ସେଠାରୁ ଫୋରାର ହୋଇଯାଇଥିଲେ। ଏନେଇ ସଂପୃକ୍ତ ବ୍ୟକ୍ତି ଜଣଙ୍କ ଇନଫୋସିଟି ଥାନାରେ ଅଭିଯୋଗ  କରିଛନ୍ତି। ଏଭଳି ନୂଆ ଟେକନିକ୍‌ ଚୋରିକୁ ନେଇ ପୋଲିସ ତାଜୁବ ହୋଇଯାଇଛି।

Related story