ରାମ ମନ୍ଦିରରୁ ଚୋରି, ନେଇ ଗଲେ ୩ଟି ମୂଲ୍ୟବାନ ରୁପା ମୁକୁଟ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତରେ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରର ତାଲା ଭାଙ୍ଗି ଚୋରି କରିଛନ୍ତି ଦୁର୍ବୃତ୍ତ। ଭଗବାନ ଶ୍ରୀରାମଙ୍କ ସହିତ ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି ହୋଇଯାଇଛି। ଏହା ସହିତ ମନ୍ଦିର ଭିତରେ ଥିବା ଭେଟି ଟଙ୍କା ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ। ସ୍ଥାନୀୟ ଲୋକେ ଆଜି ସକାଳେ ମନ୍ଦିରର […]

Temple

Temple

Jitendra Garnayak
  • Published: Sunday, 10 October 2021
  • Updated: 10 October 2021, 12:25 PM IST

Sports

Latest News

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଦୈସିଂ ପଞ୍ଚାୟତରେ ସାଳନ୍ଦୀ ନଦୀ କୂଳରେ ଥିବା ରାମ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିରର ତାଲା ଭାଙ୍ଗି ଚୋରି କରିଛନ୍ତି ଦୁର୍ବୃତ୍ତ।

ଭଗବାନ ଶ୍ରୀରାମଙ୍କ ସହିତ ଲକ୍ଷ୍ମଣ ଓ ଦେବୀ ସୀତାଙ୍କର ତିନୋଟି ମୂଲ୍ୟବାନ ରୁପା ମୁକୁଟ ଚୋରି ହୋଇଯାଇଛି। ଏହା ସହିତ ମନ୍ଦିର ଭିତରେ ଥିବା ଭେଟି ଟଙ୍କା ମଧ୍ୟ ନେଇଯାଇଛନ୍ତି ଦୁର୍ବୃତ୍ତ।

ସ୍ଥାନୀୟ ଲୋକେ ଆଜି ସକାଳେ ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ଏହା ପରେ ମନ୍ଦିର ପୂଜାରୀ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଚୋରି ହୋଇଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ପୁଲିସ୍ ମନ୍ଦିରରେ ପହଞ୍ଚି ତଦନ୍ତ କରିଥିବା ଜଣାପଡ଼ିଛି। ତେବେ ଲୁଟେରାଙ୍କ ପତ୍ତା ମିଳିପାରି ନାହିଁ। ଏହି ଘଟଣାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos