ଚେକ୍‌ରେ ଦସ୍ତଖତକୁ ନେଇ ସାବଧାନ ! ମ୍ୟାଜିକ୍‌ ପେନ୍‌ରେ ଖେଳ, ଆକାଉଣ୍ଟରୁ ଖୋଳ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚେକ୍‌ରେ ଦସ୍ତଖତ କିମ୍ବା ପୂରଣ କରିବା ପାଇଁ ନିଜ ପେନ୍ ହିଁ ବ୍ୟବହାର କରନ୍ତୁ । ନଚେତ୍ ଆପଣଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଇଦେବେ କଳାକନା। ଏଭଳି ଅଭିନବ ଢଙ୍ଗରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିବା ଏକ ରାକେଟ୍ ବର୍ତ୍ତମାନ ରାଜଧାନୀରେ ସକ୍ରିୟ ରହିଛି । ଯେଉଁମାନଙ୍କ ଲୁଟ୍‌ର ତରିକା ଦେଖିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ । ଯେଉଁମାନେ ମ୍ୟାଜିକ୍ ପେନ୍‌ରେ  ଲୁଟ୍‌ରାରାଜ୍‌ର ଅଭିନବ ଫଣ୍ଡା ଅାପଣାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଖୋଳ କରିଦେଇଛନ୍ତି। ମାମଲା […]

bmo

Tapas Behera
  • Published: Saturday, 07 March 2020
  • , Updated: 07 March 2020, 07:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଚେକ୍‌ରେ ଦସ୍ତଖତ କିମ୍ବା ପୂରଣ କରିବା ପାଇଁ ନିଜ ପେନ୍ ହିଁ ବ୍ୟବହାର କରନ୍ତୁ । ନଚେତ୍ ଆପଣଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଇଦେବେ କଳାକନା। ଏଭଳି ଅଭିନବ ଢଙ୍ଗରେ ବ୍ୟାଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିବା ଏକ ରାକେଟ୍ ବର୍ତ୍ତମାନ ରାଜଧାନୀରେ ସକ୍ରିୟ ରହିଛି । ଯେଉଁମାନଙ୍କ ଲୁଟ୍‌ର ତରିକା ଦେଖିଲେ ମୁଣ୍ଡରେ ହାତ ଦେଇଦେବେ ଆପଣ । ଯେଉଁମାନେ ମ୍ୟାଜିକ୍ ପେନ୍‌ରେ  ଲୁଟ୍‌ରାରାଜ୍‌ର ଅଭିନବ ଫଣ୍ଡା ଅାପଣାଇ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟକୁ ଖୋଳ କରିଦେଇଛନ୍ତି। ମାମଲା ଏବେ ଥାନାରେ, ଲୁଟ୍‌ର ଶିକାର ବ୍ୟକ୍ତି ହତାସ୍ ।

ଭୁବନେଶ୍ୱର ଖଣ୍ଡଗିରିର ସୋମନାଥ ସାହୁ। ଯାହାଙ୍କ ଆକାଉଣ୍ଟରେ ଦୁର୍ବୃତ୍ତ ବୁଲାଇଛନ୍ତି କଳାକନା । ମାର୍ଚ୍ଚ ୪ । ସୋମନାଥଙ୍କ ପାଖକୁ ଲକ୍ଷେ ଟଙ୍କାର ପର୍ସନାଲ୍ ଲୋନ୍ ପାଇଁ ଆସିଥିଲା ଟେଲିଫୋନ କଲ୍। ନିଜକୁ ବିକାଶ ସିଂ ଏବଂ ଏକ ଘରୋଇ ବ୍ୟାଙ୍କର କର୍ମଚାରୀ ଦର୍ଶାଇ ସୋମନାଥଙ୍କୁ ଲୋଭନୀୟ ହୋଲି ଅଫର୍ ଦେଇଥିଲେ । ଅଫରରେ ଢଳିଯାଇ ହଁ ଭରିବା ପରେ ସୋମନାଥଙ୍କ ଅଫିସରେ ତାପରଦିନ ଜଣେ ବ୍ୟକ୍ତି ପହଞ୍ଚି ଲୋନ କାଗଜପତ୍ର ପ୍ରୋସେସିଂ କରାଇ ନେଇଥିଲେ। ତେବେ କିଛି ସମୟ ପରେ ସୋମନାଥଙ୍କ ଆକାଉଣ୍ଟରେ ଥିବା ଟଙ୍କା ଗାୟବ ହୋଇଯାଇଥିଲା।

ସୋମନାଥଙ୍କ ଅଫିସରେ ଲାଗିଥିବା ସିସିଟିଭି ଚିତ୍ରରୁ ଏହା ସାମ୍ନାକୁ ଆସିଛି। ସୋମନାଥଙ୍କ ସାମ୍ନାରେ ବସି ଡକ୍ୟୁମେଣ୍ଟସ ପ୍ରସ୍ତୁତ କରୁଛି ନିଜକୁ ସୟିଦ୍ ଭାବେ ପରିଚିତ କରାଇଥିବା ଜଣେ ବ୍ୟକ୍ତି । ଆବଶ୍ୟକତା ଅନୁଯାୟୀ ସୋମନାଥ ଦୁଇଟି ଚେକ୍ ଦେଇଥିଲେ।  ଗୋଟିଏ କ୍ୟାନ୍ସଲ୍ ଚେକ୍ ଥିବା ବେଳେ ଅନ୍ୟଟି ଥିଲା ପ୍ରୋସେସିଂ ଫି ବାବଦକୁ ଶହେ ଟଙ୍କାର ଚେକ୍। ତେବେ ଏହାର କିଛି ସମୟ ପରେ ସୋମନାଥଙ୍କ ଆକାଉଣ୍ଟରୁ ରଜତ କୁମାର ଶର୍ମା ନାମକ ଜଣେ ବ୍ୟକ୍ତି ଉଠାଇ ନେଇଥିଲେ  ୨୨,୫୦୦ ଟଙ୍କା।

ତେବେ ପ୍ରୋସେସିଂ ପାଇଁ ଆସିଥିବା ବ୍ୟକ୍ତି ଜଣକ ଚାଲାକି କରି ମ୍ୟାଜିକ୍ ପେନ୍ ବା ଉଭେଇ ଯାଉଥିବା ଇଙ୍କରେ କ୍ୟାନସଲ୍ ଶଦ୍ଦ ଲେଖିଥିବା ବେଳେ ଅସଲି ପେନ୍‌ରେ ଦସ୍ତଖତ କରାଇନେଇ ଏଭଳି ଠକେଇ କରିଥିବା ନଜରକୁ ଆସିଛି। ସ୍ୱତନ୍ତ୍ର କାଳି ବ୍ୟବହାର କରାଯାଉଥିବା ପେନ୍ ହେଉଛି ମ୍ୟାଜିକ୍ ପେନ୍ । ସେହି ପେନ୍‌ରେ ଯାହା ବି ଲେଖିବେ, କିଛି ସମୟ ପରେ ଉଭାନ୍ ହୋଇଯାଏ। ୨୦୧୮, ଡିସେମ୍ବର ୧୫ରେ ମଧ୍ୟ ଭୁବନେଶ୍ୱରରେ ସାମ୍ନାକୁ ଆସିଥିଲା ଏଭଳି ଘଟଣା। ଲୋନ୍ ନାଁରେ ଲୁଟ୍ ହୋଇଥିଲା ଦେଢ଼ ଲକ୍ଷ ଟଙ୍କା।

ଏଠି ପ୍ରଶ୍ନ ଉଠୁଛି, ଲୁଟ୍‌ର ଶିକାର ବ୍ୟକ୍ତିଙ୍କ ଆକାଉଣ୍ଟରେ କେତେ ଟଙ୍କା ଅଛି ବୋଲି କେମିତି ଜାଣିପାରୁଛନ୍ତି ଦୁର୍ବୃତ୍ତ ? ଏସବୁ ରାକେଟ୍ ପଛରେ ବ୍ୟାଙ୍କ କର୍ମଚାରୀଙ୍କ ଲିଙ୍କ୍ ରହୁଛି କି? ଅଭିଯୋଗକାରୀ ସୋମନାଥଙ୍କ ଏତଲା ପରେ ଖଣ୍ଡଗିରି ପୁଲିସ ଏକ ମାମଲା ରୁଜୁ କରିଥିବାବେଳେ ଏବେ ମ୍ୟାଜିକ୍ ପେନ୍‌ରେ ଖୁଲାସାକୁ ଅପେକ୍ଷା ରହିଛି।

Related story