ରାତି ଅଧରେ ବସ୍‌ରୁ ଲୁଟ୍‌

ନୀଳଗିରି (ବିଶ୍ୱମ୍ୱର ଦାସ): ଜଙ୍ଗଲୀ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଡ୍ରାଇଭର୍‌ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ। ଗତକାଲି ବିଳମ୍ୱିତ ରାତିରେ ସଜନାଗଡ଼ ନିକଟ ଜଙ୍ଗଲୀ ରାସ୍ତା ଜାମୁଡ଼ିହି ସାହି ଛକ ଠାରେ ଏହି ବସ୍‌କୁ ଦୁର୍ବୃତ୍ତମାନେ ଅଟକାଇ ଥିଲେ। ଏହାପରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ‘ବିଜୟା’ […]

accident

Jyoshna Pradhan
  • Published: Sunday, 13 October 2019
  • , Updated: 13 October 2019, 12:58 PM IST

ନୀଳଗିରି (ବିଶ୍ୱମ୍ୱର ଦାସ): ଜଙ୍ଗଲୀ ରାସ୍ତାରେ ଏକ ଯାତ୍ରୀବାହୀ ବସ୍‌କୁ ଅଟକାଇ ଡ୍ରାଇଭର୍‌ ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ।

ଗତକାଲି ବିଳମ୍ୱିତ ରାତିରେ ସଜନାଗଡ଼ ନିକଟ ଜଙ୍ଗଲୀ ରାସ୍ତା ଜାମୁଡ଼ିହି ସାହି ଛକ ଠାରେ ଏହି ବସ୍‌କୁ ଦୁର୍ବୃତ୍ତମାନେ ଅଟକାଇ ଥିଲେ। ଏହାପରେ ବସ୍‌ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ମାଡ଼ ମାରି ୧୦ ହଜାରରୁ ଅଧିକ ଟଙ୍କା ଲୁଟି ନେଇଛନ୍ତି। ‘ବିଜୟା’ ନାମକ ବସ୍‌ଟି ଶରତରୁ ଭୁବନେଶ୍ୱର ଯାଉଥିଲା। ନୀଳଗିରି ପୁଲିସ ଘଟଣାର ଛାନଭିନ୍ କରୁଛି।

Related story