ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ନନ୍ଦନବିହାର ନିକଟ ଏକ ବ୍ୟାଙ୍କରୁ ଗତକାଲି ହୋଇଥିବା ଲୁଟ୍ ମାମଲାରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି। ତେବେ ଏଯାଏ ଲୁଟେରାଙ୍କ ଟେର୍ ପାଇପାରି ନଥିବା ବେଳେ ଅଭିଯୁକ୍ତ ବ୍ୟବହାର କରିଥିବା ବନ୍ଧୁକ ଖେଳନା ବନ୍ଧୁକ ହୋଇଥାଇପାରେ ବୋଲି ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି ପୁଲିସ୍।
ଅଭିଯୋଗ ଅନୁଯାୟୀ, ଗତକାଲି ଅପରାହ୍ନ ୩ଟା୪୦ ବେଳେ ଘଟିଥିଲା ଲୁଟ୍। ହେଲମେଟ ପିନ୍ଧିଥିବା ଜଣେ ଦୁର୍ବୃତ୍ତ ହଠାତ୍ ବ୍ୟାଙ୍କ ଭିତରକୁ ପଶି ବନ୍ଧୁକ ଦେଖାଇ କର୍ମଚାରୀଙ୍କୁ ଭୟଭୀତ କରିଥିଲା । ଏହି ସମୟରେ ବ୍ୟାଙ୍କରେ ୩ ଜଣ କର୍ମଚାରୀ ଥିବା ସୂଚନା ମିଳିଛି । ବନ୍ଧୁକ
ଦେଖାଇ ଦୁର୍ବୃତ୍ତଜଣକ ବ୍ୟାଙ୍କରେ ଥିବା ୨ ଲକ୍ଷ ୭୮ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ଇନଫୋସିଟି ଥାନା ପୁଲିସ୍ ଘଟଣାସ୍ଥଳକୁ ଯାଇ ତନାଘନା କରୁଥିଲା ବେଳେ ସିସିଟିଭି ଯାଞ୍ଚରୁ ବନ୍ଧୁକଟି ଖେଳନା ବନ୍ଧୁକ ହୋଇଥାଇପାରେ
ବୋଲି ପୋଲିସ୍ ସୂଚନା ଦେଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ହଂସିକାଙ୍କ ଠକେଇ ସିଣ୍ଡିକେଟ୍ : ଅନୀଲଙ୍କ ମାଲିକାନାରେ ସିରାଜୁଦ୍ଦିନ ପରିବାରର ୨ କମ୍ପାନୀ, ଖୋଲିବ କି ବିଜେଡି ଲିଙ୍କ୍
୨ଟି କମ୍ପାନୀ ରାଜ୍ୟର ପରିଚିତ ଖଣି ବ୍ୟବସାୟୀ ସିରାଜୁଦ୍ଦିନ ପରିବାରର, ଆଉ ଗୋଟିଏ ରିଏଲ ଇଷ୍ଟେଟ୍ କମ୍ପାନୀକୁ ନିଜର ଅନ୍ୟ ଦୁଇଜଣ ଭାଇ ଅସିତ୍ ଓ ଅଜିତଙ୍କ ସହ ମିଶି ୨୦୨୩ ଜୁନ୍ ମାସରେ ତିଆରି କରିଛନ୍ତି ଅନୀଲ ।
Miscellaneous
‘ଆଜିର ସମାଜରେ ପିଲାମାନେ ବାପା, ମାଆଙ୍କୁ ବୋଝ ବୋଲି ଭାବୁଛନ୍ତି’
ବିଦ୍ୟାଳୟର ପ୍ରଧାନଶିକ୍ଷକ ବୀରେନ୍ଦ୍ର କୁମାର ସେଣଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରାଚୀତନୟା ଗିରି ଯୋଗଦେଇ ଶିକ୍ଷାର୍ଥୀଙ୍କ ଚରିତ୍ର ଗଠନରେ ମାଆମାନଙ୍କ ସଂସ୍କାର ଜରୁରୀ ବୋଲି କହିଥିଲେ।
Politics
ଖୋଲିବ ଠକ ଯୋଡ଼ି ହଂସିକା ଓ ଅନୀଲଙ୍କ ରାଜନୀତି ଲିଙ୍କ?
ଚିତାକଟା ଯୋଡ଼ି ହଂସିକା ଅଭିଲିପ୍ସା ଓ ଅନୀଲ ମହାନ୍ତି ମିଛିମିଛିକା ଅନେକ ପ୍ରଭାବଶାଳୀଙ୍କୁ ନିଜର ସମ୍ପର୍କୀୟ ଦର୍ଶାଇ ଓଡ଼ିଶା-ଛତିଶଗଡ଼-ଝାଡ଼ଖଣ୍ଡରେ ବିସ୍ତାର କରିଥିଲେ ନିଜର ଠକ ସାମ୍ରାଜ୍ୟ।