ଏମିତି କରିଥିଲେ ଲୁଟ୍‌ ଉଦ୍ୟମ, ହେଲେ ଚୋରଙ୍କଠୁ ଚାଲାକ ପଡ଼ିଗଲେ ମହିଳା: ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Wednesday, 02 May 2018
  • , Updated: 02 May 2018, 07:46 PM IST
<p>ଭୁବନେଶ୍ୱର (ଆଲୋକ ମହାନ୍ତି): ଘର ଆଗରୁ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟ୍ ଉଦ୍ୟମ। ଉପସ୍ଥିତ ବୁଦ୍ଧି ଯୋଗୁଁ ବର୍ତ୍ତିଗଲେ ମହିଳା। ଭୁବନେଶ୍ୱର ଖଣ୍ଡଗିରି ଥାନା ସୌଭାଗ୍ୟନଗର ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଏହି ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛନ୍ତି। ଯାହା ଓଡ଼ିଶା ରିପୋର୍ଟର ହାତରେ ଲାଗିଛି। ଏନେଇ ଅଭିଯୋଗ ହେବା ପରେ ପୋଲିସ ଘଟଣାର ଛାନଭିନ୍ ଆରମ୍ଭ କରିଛି।</p> <p>୨୦୧୮ ମାର୍ଚ୍ଚ ୨୭ ତାରିଖ ସମୟ ଅପରାହ୍ନ ପ୍ରାୟ ୩ଟା ୩୫। ସାହିରେ ପାଣି ପାଇପ ଖୋଳା ଚାଲିଥିଲା। ଏହି ସମୟରେ ହଠାତ ଦୁଇଜଣ ଯୁବକ ବ୍ଲାକ ପଲସରରେ ଆସନ୍ତି। ସେମାନେ ପ୍ରଥମେ ସାହି ଭିତରେ ଗୋଟିଏ ରାଉଣ୍ଡ ମାରି ଚାଲିଯାଆନ୍ତି। ପରେ ଜଣେ ମହିଳା ସାହି ଭିତରକୁ ଆସନ୍ତି। ପୂର୍ବରୁ ପଲସରରେ ଆସିଥିବା ଯୁବକମାନେ ପୁନର୍ବାର ଆସି ମହିଳାଙ୍କ ବେକରୁ ସୁନା ଚେନ୍&zwnj; ଲୁଟି ପାଇଁ ଉଦ୍ୟମ କରୁଥିଲେ। ତେବେ ମହିଳା ଜଣଙ୍କ ହତ ଦେଖାଇ ପ୍ରତିରୋଧ କରିବା ପରେ ଲୁଟ୍ ବିଫଳ ହୋଇଥିଲେ ଲୁଟେରା। ପରେ ଲୁଟେରାମାନେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ଏ ସମସ୍ତ ଘଟଣା ସିସିଟିଭିରେ କଏଦ ହୋଇଛି।</p>

Related story