ଭଦ୍ରକ (ପାର୍ଥ ସାରଥୀ ନାୟକ): ଏସ୍ବିଆଇ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବାକୁ ଯାଇଥିବା ବେଳେ ହେଲା ଲୁଟ୍ । ଲୁଟେରାମାନେ ବନ୍ଧୁକ ଦେଖାଇ ନେଇ ଗଲେ ଟଙ୍କା ଭର୍ତ୍ତି ବାକ୍ସ। ସେଥିରେ ଥିଲା ୨୯ ଲକ୍ଷ ଟଙ୍କା। ଏମିତି ଏକ ଅଭିଯୋଗ ଆସିଛି ଭଦ୍ରକ ଟାଉନ୍ ଥାନା ଅଞ୍ଚଳରୁ।
ଅଭିଯୋଗ ଅନୁଯାୟୀ, ଏସ୍ବିଆଇ ଏଟିଏମ୍ରେ ଟଙ୍କା ଭର୍ତ୍ତି କରିବା ପାଇଁ ସିଏମ୍ଏସ୍ ସଂସ୍ଥାର ଚାରି ଜଣ କର୍ମଚାରୀ ଯାଇଥିଲେ। ରାତି ପ୍ରାୟ ୮ଟା ବେଳେ ସେମାନେ ଟାଉନ ଥାନା ଅନ୍ତର୍ଗତ ଚରମ୍ପା ଲକ୍ଷ୍ମୀ ନାରାୟଣ ମନ୍ଦିର ନିକଟସ୍ଥ ଏକ ଏଟିଏମକୁ ଟଙ୍କା ଲୋଡ୍ କରିବାକୁ ଯାଇଥିଲେ। ଏହି ସମୟରେ ୩ଟି ବାଇକ୍ରେ ୬ ଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଓ ଭୁଜାଲି ଦେଖାଇ ସେମାନଙ୍କ ଠାରୁ ଟଙ୍କା ଭର୍ତ୍ତି ବାକ୍ସ ନେଇ ଯାଇଥିଲେ।
ଭଦ୍ରକ ଟାଉନ୍ ଥାନା ପୁଲିସ୍ ଘଟଣାର ତଦନ୍ତ କରୁଛି। ଟଙ୍କା ଡିପୋଜିଟ୍ କରିବାକୁ ଯାଇଥିବା ସିଏମ୍ସି ସଂସ୍ଥାର ୪ କର୍ମଚାରୀଙ୍କୁ ଥାନାରେ ରଖି ପୁଲିସ୍ ପଚରାଉଚରା କରୁଛି। ସେମାନଙ୍କ ମଧ୍ୟରେ ଜଣେ ସୁରକ୍ଷା କର୍ମଚାରୀ ଓ ଗାଡ଼ି ଡ୍ରାଇଭର ଅଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘୧୫ ଦିନରେ ସରିବ ସୁଭଦ୍ରା ଯାଞ୍ଚ; ଯୋଗ୍ୟ ମହିଳା ପାଇବେ ଟଙ୍କା’
୨୧ ବର୍ଷ ପୂରିଥିଲ ‘ସୁଭଦ୍ରା’ ଆବେଦନ କରିପାରିବେ। ଯେଉଁମାନଙ୍କର ଏହି ମାସରେ ୨୧ ବର୍ଷ ପୂରିଥିବ ସେ ବି ସୁଭଦ୍ରା ପାଇଁ ଆବେଦନ କରି ପାରିବେ। ଆବେଦନ କଲେ ସୁଭଦ୍ରା ଟଙ୍କା ପାଇପାରିବେ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ।
Crime
ଝିଅ ମୃତ୍ୟୁ ପରେ ମୁଣ୍ଡ ପିଟୁଛି ମା’; କହିଲା- ଯିଏ ନେଇଥିଲା, ସିଏ ଆସିଲେ ଉଠିବ ମୃତଦେହ
‘ମୋ’ ଝିଅ ୮ ମାସ ହେବ ଘରୁ ଚାଲି ଯାଇଥିଲା। ଗାଁର ଜଣେ ଯୁବକ ତାକୁ ନେଇ ଯାଇଥିଲା। ମାତ୍ର ଏବେ ତା’ ମୃତଦେହ ପାଇଲୁ। ତେଣୁ ସେ ଯାହା ସହ ଯାଇଥିଲା, ସେ ନ ଆସିବା ପର୍ଯ୍ୟନ୍ତ ଝିଅର ଶବ ପଡ଼ି ରହିବ ।’
Crime
ଦାଦନ ଖଟିବାକୁ ଯାଇ ଆଖି ବୁଜିଲେ ଓଡ଼ିଆ ଶ୍ରମିକ; ମା’ ଆଣିଲେ ହତ୍ୟା ଅଭିଯୋଗ
ଗତ ୨୩ ତାରିଖରେ ଗଣେଶ ଦାଦନ ଖଟିବାକୁ ଆନ୍ଧ୍ରପ୍ରଦେଶ ଯାଇଥିଲେ।
Miscellaneous
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଛାଡ଼ୁନି ପଶ୍ଚିମବଙ୍ଗ ସରକାର
ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି।
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।