ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଚୋରି। ଝରକା ଭାଙ୍ଗି ଘରେ ପଶି ନେଇଗଲେ ୨୫ ଲକ୍ଷ ଟଙ୍କାର ସୁନାଗହଣା। ଶନିବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ବୈରାଗୀ ନଗର ଅଞ୍ଚଳରେ ଘଟିଛି ଏହି ଘଟଣା।
ସୂଚନା ଅନୁସାରେ ଘର ମାଲିକ କିଛି ଦିନ ହେଲା ନ ଥିଲେ। ସେ ଗୁଜରାଟରେ ଥିବା ତାଙ୍କ ପତ୍ନୀଙ୍କ ପାଖକୁ ଯାଇଥିଲେ। ତେବେ ତାଙ୍କ ବଡ଼ ଭାଇ ତଳ ମହଲାରେ ଥିଲେ।
ବାଲକୋନି ପଟେ ଥିବା ଝରକା ଭାଙ୍ଗି ଚୋର ଘର ଭିତରେ ପଶିଥିବା କୁହାଯାଇଛି। ଜଣେ ପଡ଼ୋଶୀ ବିଳମ୍ବିତ ରାତିରେ ଅସ୍ୱାଭାବିକ ଶବ୍ଦ ଶୁଣି ପରିବାର ଲୋକଙ୍କୁ ଜଣାଇଥିଲେ। ଯାଞ୍ଚ କରିବା ବେଳକୁ ଚୋର ଚୋରି କରି ଚମ୍ପଟ ମାରି ସାରିଥିଲା।
ଘର ମାଲିକଙ୍କ ବଡ଼ ଭାଇଙ୍କ କହିବା ଅନୁଯାୟୀ ଗତକାଲି ରାତି ପ୍ରାୟ ଗୋଟାଏରୁ ସାଢ଼େ ଗୋଟାଏ ମଧ୍ୟରେ ଏ ଘଟଣା ଘଟିଛି। ପ୍ରାୟ ୨୫ ଲକ୍ଷ ଟଙ୍କା ସୁନାଗହଣା ସହିତ ଚୋର ଘରେ ଥିବା ନଗଦ ଟଙ୍କା ମଧ୍ୟ ନେଇ ଯାଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ସୀମାରେ ଅଟକିଛି ଶହ ଶହ ଆଳୁ ବୋଝେଇ ଟ୍ରକ୍; ଛାଡ଼ୁନି ପଶ୍ଚିମବଙ୍ଗ ସରକାର
ବୁଧବାର ରାତିରୁ ଲକ୍ଷ୍ମଣନାଥ ଟୋଲ ଗେଟ୍ରୁ ୨୫ କିମି ଦୂରରେ ତଥା ବେଲଦାରେ ଶତାଧିକ ଆଳୁ ଟ୍ରକ୍ ଅଟକି ରହିଛି।
Accident
ଜଳିଗଲା ଧାନ ଗଦା, ୧୦ ଏକର ଜମିର ଧାନ ଫସଲ ଭସ୍ମ
ଗତକାଲି କିଛି ଦୁର୍ବୃତ୍ତମାନେ ଧାନ ଗଦାରେ ନିଆଁ ଲଗାଇ ଦେଇଥିଲେ।
Miscellaneous
ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍; ଏଣିକି ମଣ୍ଡି ଜଗୁଛି ସିସିଟିଭି
ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏହି ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍କୁ ଉଦ୍ଘାଟନ କରିଛନ୍ତି। ମଣ୍ଡି ସଂପର୍କିତ ଅସୁବିଧା ନେଇ ଟୋଲ୍ ଫ୍ରି ନମ୍ବର ୧୯୬୭ରେ କଲ୍ କରିପାରିବେ ଚାଷୀ।
Accident
ଡମ୍ଫରକୁ ପିଟିଲା ଆମ୍ବୁଲାନ୍ସ; ଜଣେ ମୃତ, ୩ ଆହତ
ଗତକାଲି ରାତିରେ ପଶ୍ଚିମବଙ୍ଗରୁ ଏକ ଆମ୍ବୁଲାନ୍ସଟି ରୋଗୀ ନେଇ ଭୁବନେଶ୍ୱର ଅଭିମୁଖେ ଆସୁଥିଲା।
Accident
ଟ୍ରାକ୍ରେ ଦୌଡ଼ୁଥିଲା ଟ୍ରେନ୍, ତଳେ ଲାଗିଲା ନିଆଁ
କୋରାପୁଟ ଜିଲ୍ଲା ମାଛକୁଣ୍ଡ ଷ୍ଟେଶନ ନିକଟରେ ଗତକାଲି ବିଶାଖାପାଟଣା-କିରାଣ୍ଡୁଳକୁ ସଂଯୋଗ କରୁଥିବା କେକେ ରେଳପଥରେ ଏକ ମାଲବାହୀ ଟ୍ରେନରେ ନିଆଁ ଲାଗି ଯାଇଥିଲା। ଏଥିଯୋଗୁ ମାଲବାହୀ ଟ୍ରେନ୍ର ପ୍ରାୟ ୮ଟି ବଗି କ୍ଷତିଗ୍ରସ୍ତ ହୋଇଛି।