ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଅଶାନ୍ତ ହୋଇପଡ଼ିଛି ରାଜଧାନୀ ଭୁବନେଶ୍ୱର। ସକାଳେ ସକାଳେ ଘରେ ପଶି ମହିଳାଙ୍କ ହାତ ଗୋଡ଼ ବାନ୍ଧି ଲୁଟିନେଲେ ଦୁଇ ଦୁର୍ବୃତ୍ତ। ଏନେଇ ଅଭିଯୋଗ ହେବା ପରେ ସହିଦ ନଗର ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
ସହିଦନଗର ଥାନା ଜଗନ୍ନାଥ ନଗର ଲେନ୍-୪ରେ ସପରିବାରେ ରହୁଛନ୍ତି ଗୀତାଞ୍ଜଳି ପାଲଟା ସିଂହ। ଆଜି ସକାଳେ ଗୀତାଞ୍ଜଳିଙ୍କ ସ୍ୱାମୀ ସୁଶାନ୍ତ ସ୍ୱାଇଁ କାମରେ ବାହାରକୁ ଯାଇଥିଲେ। ଘରେ ଛୋଟ ପୁଅ ଓ ଶାଶୂ ଥିଲେ। କିନ୍ତୁ ସେମାନେ ଛାତ ଉପରେ ଛାତ ଉପରେ ଥିଲେ।
ପୂର୍ବାହ୍ନ ପ୍ରାୟ ସାଢ଼େ ୧୦ଟା ହେବ। ଦୁଇ ଜଣ ଯୁବକ ଗୀତାଞ୍ଜଳିଙ୍କ ଘରେ ପଶି ଯାଇଥିଲେ। ସେମାନେ ଗୀତାଞ୍ଜଳିଙ୍କ ହାତ ଗୋଡ଼ ବାନ୍ଧି ଦେଇଥିଲେ। ମୁହଁକୁ କପଡାରେ ବାନ୍ଧି ଦେଇଥିଲେ। ପରେ ଆକ୍ରମଣ କରି ଗୀତାଞ୍ଜଳି ପିନ୍ଧିଥିବା ଅଳଙ୍କାର ଓ ମୋବାଇଲ ଧରି ଦୁର୍ବୃତ୍ତମାନେ ଚମ୍ପଟ ମାରିଥିଲେ।
ରକ୍ତାକ୍ତ ଅବସ୍ଥାରେ ଚଟାଣରେ ପଡ଼ିଥିଲେ ଗୀତାଞ୍ଜଳି। ଏହା ଦେଖି ତାଙ୍କ ଶାଶୂ ଫୋନ୍ କରି ପୁଅ ସୁଶାନ୍ତଙ୍କୁ କହିଥିଲେ। ସୁଶାନ୍ତ ତାଙ୍କୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ଗୀତାଞ୍ଜଳିଙ୍କ ବେକ ଓ ଶରୀରରେ ବିଭିନ୍ନ ସ୍ଥାନରେ ଗଭୀର କ୍ଷତି ହୋଇଛି। ଏବେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍ବେଗ ଜନକ ରହିଛି।
ଏନେଇ ଅଭିଯୋଗ ହେବା ପରେ କମିଶନରେଟ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ଦୁର୍ବୃତ୍ତଙ୍କ ପତ୍ତା ପାଇନାହିଁ ପୁଲିସ୍।