ହୋଣ୍ଡା ଶୋ’ ରୁମ୍‌ରୁ ୧୪ ଲକ୍ଷ ଲୁଟିଲେ ଦୁର୍ବୃତ୍ତ

ଝାରସୁଗୁଡ଼ା: (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ବାଇପାସ୍‌ ବେହେରାପାଟ ନିକଟରେ ଥିବା ଗତକାଲି ରାତିରେ ଏକ ହୋଣ୍ଡା ଶୋ’ ରୁମ୍‌ରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଶୋ ରୁମ୍‌ ପଛ କବାଟ ତାଡ଼ି ଦୁର୍ବୃତ୍ତମାନେ ଟ୍ରେଜେରୀ ବାକ୍ସରୁ ୯ ଲକ୍ଷ ଟଙ୍କା ସହ ୫ ଲକ୍ଷ ଟଙ୍କାର ଗାଡ଼ି ପାର୍ଟସ୍ ଲୁଟ୍‌ କରିଛନ୍ତି ବୋଲି ଅଭିଯୋଗ ହୋଇଛି। ଆଜି ସକାଳେ ଶୋ ରୁମ୍‌ ଖୋଲିବା ପରେ ଚୋରି ହୋଇଛି ବୋଲି ମାଲିକ ହରିଶ୍‌ ମୋଦି ଜାଣିବାକୁ ପାଇଥିଲେ। ଏ ନେଇ ସେ ବିଟିଏମ୍‌ […]

loot

loot

Puspanjali Panda
  • Published: Sunday, 25 August 2019
  • Updated: 25 August 2019, 04:06 PM IST

Sports

Latest News

ଝାରସୁଗୁଡ଼ା: (ଓଡ଼ିଶା ରିପୋର୍ଟର): ଝାରସୁଗୁଡ଼ା ବାଇପାସ୍‌ ବେହେରାପାଟ ନିକଟରେ ଥିବା ଗତକାଲି ରାତିରେ ଏକ ହୋଣ୍ଡା ଶୋ’ ରୁମ୍‌ରେ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି । ଶୋ ରୁମ୍‌ ପଛ କବାଟ ତାଡ଼ି ଦୁର୍ବୃତ୍ତମାନେ ଟ୍ରେଜେରୀ ବାକ୍ସରୁ ୯ ଲକ୍ଷ ଟଙ୍କା ସହ ୫ ଲକ୍ଷ ଟଙ୍କାର ଗାଡ଼ି ପାର୍ଟସ୍ ଲୁଟ୍‌ କରିଛନ୍ତି ବୋଲି ଅଭିଯୋଗ ହୋଇଛି।

ଆଜି ସକାଳେ ଶୋ ରୁମ୍‌ ଖୋଲିବା ପରେ ଚୋରି ହୋଇଛି ବୋଲି ମାଲିକ ହରିଶ୍‌ ମୋଦି ଜାଣିବାକୁ ପାଇଥିଲେ। ଏ ନେଇ ସେ ବିଟିଏମ୍‌ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପାଇବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ପ୍ରତି ଶନିବାର ଶୋ’ ରୁମ୍ ବନ୍ଦ ରହିଥାଏ। ତେଣୁ ଗତକାଲି ରାତି କିମ୍ୱା ଶୁକ୍ରବାର ଏହି ଲୁଟ୍‌ ହୋଇଛି ବୋଲି ପୁଲିସ୍ ସନ୍ଦେହ କରୁଛି। ଏଥିରେ କର୍ମଚାରୀଙ୍କ ସମ୍ପୃକ୍ତି ଥିବା ମଧ୍ୟ ଆଶଙ୍କା କରାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos