ବନ କର୍ମଚାରୀଙ୍କ ୟୁନିଫର୍ମରେ ଆସି ଲୁଟିନେଲେ ୧୦ ଲକ୍ଷ

ନୀଳଗିରି (ବିଶ୍ୱମ୍ଭର ଦାସ): ଜଙ୍ଗଲୀ ରାସ୍ତା ଦେଇ ଗହଣା କିଣିବାକୁ ଯାଉଥିଲେ ଦିନେଶ ସାଂଘଭି। ହଠାତ୍‌ ବନ କର୍ମଚାରୀଙ୍କ ପୋଷାକ ପିନ୍ଧି ୫ ଜଣ ଯୁବକ ଆସି ଚେକିଂ ବାହାନାରେ ୧୦ ଲକ୍ଷ ଟଙ୍କା ଲୁଟିନେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ନୀଳଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହି ନାଟକୀୟ […]

Nilagiri

Nilagiri

Manoranjan Sial
  • Published: Friday, 18 June 2021
  • Updated: 18 June 2021, 05:20 PM IST

Sports

Latest News

ନୀଳଗିରି (ବିଶ୍ୱମ୍ଭର ଦାସ): ଜଙ୍ଗଲୀ ରାସ୍ତା ଦେଇ ଗହଣା କିଣିବାକୁ ଯାଉଥିଲେ ଦିନେଶ ସାଂଘଭି। ହଠାତ୍‌ ବନ କର୍ମଚାରୀଙ୍କ ପୋଷାକ ପିନ୍ଧି ୫ ଜଣ ଯୁବକ ଆସି ଚେକିଂ ବାହାନାରେ ୧୦ ଲକ୍ଷ ଟଙ୍କା ଲୁଟିନେଲେ। ଏପରି ଘଟଣା ବାଲେଶ୍ୱର ଜିଲ୍ଲାରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ନୀଳଗିରି ଥାନା ପୁଲିସ ଏକ ମାମଲା ରୁଜୁ କରି ୫ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ୪ ଲକ୍ଷରୁ ଅଧିକ ଟଙ୍କା ଜବତ କରିଛି। ଏହି ନାଟକୀୟ ଲୁଟ୍‌ରେ ଆଉ କେଉଁମାନଙ୍କ ଭୂମିକା ରହିଛି, ପୁଲିସ ଏବେ ତାହା ଉପରେ ତଦନ୍ତ କରୁଛି।

ବାଲେଶ୍ୱର ଟାଉନ୍‌ର ଦିନେଶ ସାଂଘଭି ସ୍କୁଟିରେ ଗହଣା କିଣିବାକୁ ନୀଳଗିରି ଥାନା ଅନ୍ତର୍ଗତ ଖୁମ୍‌କୁଟ୍‌କୁ ଯାଉଥିଲା। ଖୁମ୍‌କୁଟ ଗାଁ ପୂର୍ବରୁ ୫ ଜଣ ଯୁବକ ମାଟିଆ ଚିତ୍ରା ଡ୍ରେସ୍ ପିନ୍ଧି ତାଙ୍କୁ ଅଟକାଇଥିଲେ। ବନ କର୍ମଚାରୀ ଭାବି ସାଂଘଭି ଗାଡ଼ି ଅଟକାଇ ଥିଲେ। ସେମାନେ ତାଙ୍କୁ ସ୍କୁଟି ଡିକି ଖୋଲିବାକୁ କହିଥିଲେ।

ଶ୍ରୀ ସାଂଘଭି ଡିକି ଖୋଲିଥିଲେ। ଏହା ପରେ ନକଲି ବନ କର୍ମଚାରୀମାନେ ଡିକିରେ ଥିବା ୧୦ ଲକ୍ଷ ଟଙ୍କା ଓ ଶ୍ରୀ ସାଂଘଭିଙ୍କ ବନ୍ଧୁକ ନେଇ ଯାଇଥିଲେ। ଗୁରୁବାର ଅପରାହ୍ନରେ ଏହି ଘଟଣା ଘଟିଥିଲା। ଏନେଇ ଶ୍ରୀ ସାଂଘଭି ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ପୁଲିସ ଅଭିଯୋଗକୁ ଭିତ୍ତି  କରି ମାମଲା ରୁଜୁ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରି ୪ ଲକ୍ଷ ୯୭ ଲକ୍ଷ ଟଙ୍କା ଓ ଚୋରି ହୋଇଥିବା ବନ୍ଧୁକ ଜବତ କରିଛି। ଏହି ମାମଲାରେ ୫ ଅଭିଯୁକ୍ତଙ୍କୁ ଗିରଫ କରିଛି। ତଦନ୍ତରେ ବ୍ୟାଘାତ ହେବା ଆଶଙ୍କାରେ ଅଭିଯୁକ୍ତଙ୍କ ନାମ ପ୍ରକାଶ କରିନାହିଁ। ତେବେ ଏଥିରେ ଆଉ କେଉଁମାନଙ୍କର ସମ୍ପୃକ୍ତି ଅଛି, ପୁଲିସ ତାହା ଉପରେ ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos