ବ୍ୟାଙ୍କରୁ ଚାଲି ଚାଲି ଯାଉଥିଲେ ବୃଦ୍ଧ ଦମ୍ପତି, ଦୁର୍ବୃତ୍ତ ଝାମ୍ପିନେଲେ ୩ ଲକ୍ଷ

ପାରାଦୀପ (ଓଡ଼ିଶା ରିପୋର୍ଟର): ଏକ ବୃଦ୍ଧ ଦମ୍ପତି ବ୍ୟାଙ୍କରୁ ଟଙ୍କା ଉଠାଇ ଚାଲି ଚାଲି ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି। ଲୁଟେରା ମାନେ ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପାତ୍ର ଛକ ନିକଟରେ ଘଟିଛି ଏହି ଘଟଣା। ଲୁଟ୍‌ର ଶିକାର ହୋଇଥିବା ଏହି ଦମ୍ପତି କୁଜଙ୍ଗର ବଡ଼ବନ୍ଧ ଗାଁର। ଝିଅ ବାହାଘର ପାଇଁ ସେମାନେ ଆଜି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ସେମାନେ ଏକ […]

Victim

Victim

Jitendra Garnayak
  • Published: Tuesday, 07 December 2021
  • Updated: 07 December 2021, 02:56 PM IST

Sports

Latest News

ପାରାଦୀପ (ଓଡ଼ିଶା ରିପୋର୍ଟର): ଏକ ବୃଦ୍ଧ ଦମ୍ପତି ବ୍ୟାଙ୍କରୁ ଟଙ୍କା ଉଠାଇ ଚାଲି ଚାଲି ଯାଉଥିବା ବେଳେ ଲୁଟର ଶିକାର ହୋଇଛନ୍ତି। ଲୁଟେରା ମାନେ ସେମାନଙ୍କ ଠାରୁ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ପାତ୍ର ଛକ ନିକଟରେ ଘଟିଛି ଏହି ଘଟଣା।

ଲୁଟ୍‌ର ଶିକାର ହୋଇଥିବା ଏହି ଦମ୍ପତି କୁଜଙ୍ଗର ବଡ଼ବନ୍ଧ ଗାଁର। ଝିଅ ବାହାଘର ପାଇଁ ସେମାନେ ଆଜି ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଆସିଥିଲେ। ଟଙ୍କା ଉଠାଇ ସେମାନେ ଏକ ବ୍ୟାଗରେ ଭର୍ତ୍ତି କରିଥିଲେ। ତା’ପରେ ଚାଲି ଚାଲି ସେମାନେ ବ୍ୟାଙ୍କରୁ ପାତ୍ର ଛକ ନିକଟକୁ ଅଟୋ ଧରିବାକୁ ଆସୁଥିଲେ। ଏହି ସମୟରେ ଦୁଇ ଜଣ ବ୍ୟକ୍ତି ବାଇକ୍‌ରେ ଆସି ଟଙ୍କା ଭର୍ତ୍ତି ବ୍ୟାଗ୍‌ଟିକୁ ଝାମ୍ପି ନେଇଥିଲେ।

ଲୁଟର ଶିକାର ହୋଇଥିବା ଏହି ଦମ୍ପତି ଥାନାରେ ଅଭିଯୋଗ କରିଛନ୍ତି। କୁଜଙ୍ଗ ଥାନା ପୁଲିସ୍‌ ଘଟଣାର ଖୋଳତାଡ଼ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos