ଏମିତି ଲୁଟ୍ କରିଥିଲେ ଲୁଟେରା:ଦେଖନ୍ତୁ ଭିଡ଼ିଓ

ପୁରୀ(ମଧୁସୂଦନ ମିଶ୍ର): ଦିନ ଦ୍ୱିପହରେ ବିଚ୍ ରାସ୍ତାରେ ଲୁଟ୍ ହୋଇଛି। ପୁରୀ ଟାଉନ ଥାନ ଅନ୍ତର୍ଗତ ମରିଚିକୋଟ ଗଳିରେ ଜଣେ ବ୍ୟକ୍ତିଙ୍କ ଠାରୁ ଦୁଇ ବାଇକ୍ ଲୁଟେରା ଦୁଇ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏହି ଲୁଟ୍ର ପୂରା ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି।
ଆହୁରି ପଢ଼ନ୍ତୁ
ଜଣେ ବ୍ୟକ୍ତି ୟୁକୋ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ମିରିଚିକୋଟ ଗଳି ଦେଇ ଘରକୁ ଫେରୁଥିଲେ। ହଠାତ୍ ଦୁଇ ଜଣ ଯୁବକ ଦ୍ରୁତ ଗତିରେ ବାଇକ୍ରେ ଆସି ବ୍ୟକ୍ତିଙ୍କ ପାଖରୁ ଟଙ୍କା ବ୍ୟାଗଟିକୁ ଝାମ୍ପି ନେଇଥିଲେ। ତୁରନ୍ତ ସେଠାରୁ ଚମ୍ପଟ ମାରିଥିଲେ। ସିସିଟିଭିରେ ଜଣେ ଲୁଟେରାର ହେଲମେଟ୍ ପିନ୍ଧିଥିବା ବେଳେ ଜଣଙ୍କର ମୁହଁ ଦେଖାଯାଉଛି ଟାଉନ ଥାନା ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।