ମାରଣାସ୍ତ୍ର ଦେଖାଇ ଟ୍ରକ୍‌ ଡ୍ରାଇଭରଙ୍କ ଠାରୁ ଲୁଟ୍

ବଣାଇ(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲା ବଣାଇ ଚୁନାଘାଟିରେ ମାତିଲେ ଲୁଟେରା। ମାରଣାସ୍ତ୍ର ଦେଖାଇ ପ୍ରାୟ ୨୦ଟି ଟ୍ରକ୍‌ ଡ୍ରାଇଭରଙ୍କ ଠାରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଗତକାଲି ରାତିରେ କାଲ୍‌ଟା ଫାଣ୍ଡି ଅନ୍ତର୍ଗତ ଚୁନାଘାଟିରେ ଟ୍ରକ୍‌ ଡ୍ରାଇଭରଙ୍କୁ ଲୁଟି ଦୁର୍ବୃତ୍ତମାନେ ଫେରାର ହୋଇଯାଇଛନ୍ତି। ଘାଟି ରାସ୍ତାରେ ପଥର ପକାଇ ପ୍ରଥମେ ଟ୍ରକ୍‌ ଗୁଡ଼ିକୁ ଅଟକାଇବା ପରେ ମାରଣାସ୍ତ୍ର ଦେଖାଇ ଲକ୍ଷାଧିକ ଟଙ୍କା ଓ ମୋବାଇଲ୍ ଲୁଟ୍ ଅଭିଯୋଗ ହୋଇଛି।