ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସମଲିଙ୍ଗୀ ସଂପର୍କ ପାଇଁ ଡାକି ଲକ୍ଷେ ଟଙ୍କା ଚୂନ ମାରିଲେ ଲୁଟେରା। ଭୁବନେଶ୍ୱରର ଏକ ପ୍ରତିଷ୍ଠିତ ମେଡିକାଲର ଫାର୍ମାସିଷ୍ଟଙ୍କଠାରୁ ଲକ୍ଷେ ଲୁଟ୍ ହୋଇଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍ ପୁଲିସ୍ ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଅନ୍ୟ ୨ ଜଣ ଫେରାର ହୋଇ ଯାଇଛନ୍ତି। ସେମାନଙ୍କୁ ଗିରଫ ପାଇଁ ପୁଲିସ ଉଦ୍ୟମ ଆରମ୍ଭ କରିଛି।
ସଂପୃକ୍ତ ଫର୍ମାସିଷ୍ଟ ଜଣକ ଏକ ସମଲିଙ୍ଗୀ ଆପରେ ରେଜିଷ୍ଟ୍ରେସନ୍ କରିଥିଲେ। ଆପ୍ରେ ରେଜିଷ୍ଟ୍ରେସନ କରିବା ପରେ ତାଙ୍କୁ ଏକ ଫୋନ୍ କଲ୍ ଆସିଥିଲା। ଫୋନ କରିଥିବା ବ୍ୟକ୍ତି ତାଙ୍କୁ ତମାଣ୍ଡୋ ଅଞ୍ଚଳକୁ ଡକାଇଥିଲେ। ଏହା ପରେ ଫାର୍ମାସିଷ୍ଟ ଜଣକ ସେଠାକୁ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଧମକ ଚମକ ଦେଇ ତାଙ୍କ ଆକାଉଣ୍ଟରୁ ଲକ୍ଷେ ଟଙ୍କା ନେଇଯାଇଥିଲେ। ଲୋକ ଲଜ୍ଜା ପାଇଁ ସେ ପ୍ରଥମେ ଚୁପ୍ ରହିଥିଲେ। ପରେ ତମାଣ୍ଡୋ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ହେଉଛି ଶୁଭ୍ମ ସିଂ।