ଜ୍ୱରରେ ପୀଡ଼ିତ ମହାପ୍ରଭୁ ଆଜି ଖାଇବେ ଦଶମୂଳ ମୋଦକ

ପୁରୀ: ସ୍ନାନଯାତ୍ରାରେ ମାତ୍ରାଧିକ ସ୍ନାନ ଯୋଗୁ ଜ୍ୱରରେ ପଡ଼ି ଅସୁସ୍ଥ ଥିବା ଶ୍ରୀଜୀଉଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଗତକାଲି ମହାପ୍ରଭୁଙ୍କ ଚକାବିଜେ ହୋଇଥିବାବେଳେ ଆଜି ଚତୁର୍ଦ୍ଧାମୂରତି ଦଶମୂଳ ମୋଦକ ସେବନ କରିବେ ।

ଏହାପରେ ଶ୍ରୀଜୀଉ ସମ୍ପୂର୍ଣ୍ଣ ସୁସ୍ଥ ହେବେ। ସେପଟେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନରୁ  ବଞ୍ଚିତ ଶ୍ରଦ୍ଧାଳୁ ଓ ଭକ୍ତଙ୍କ ଭିଡ଼ ଅଲାରନାଥଙ୍କ ପୀଠରେ ଜମୁଛି । ଅନବସର ଏକାଦଶୀ ଅବସରରେ ଅଲାରନାଥ ଆଜି ନଟବର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି।