ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ୬୦ହଜାର ଏକରରୁ ଅଧିକ ଜମି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ୍ ୬୦ହଜାର ୮୨୨ଏକର ୧୯୫ଡିସିମିଲ୍ ଜମି ଥିବାବେଳେ ଏଥିରୁ ୩୯୫ଏକର ୨୫୨ ଡିସିମିଲ୍ କେବଳ ରାଜ୍ୟ ବାହାରେ ବୋଲି ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି । ଆଇନ ମନ୍ତ୍ରୀ ଶ୍ରୀ ସାରକା ଶନିବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉମାକାନ୍ତ ସାମନ୍ତରାୟ ଓ ଦାଶରଥୀ ଗମାଙ୍ଗଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ, ଓଡ଼ିଶା ଭିତରେ ଓ ବାହାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୋଟ ୬୦ହଜାର ୮୨୨ଏକର […]

Puri Temple

Puri Temple

Ordigital Desk
  • Published: Sunday, 24 July 2022
  • Updated: 24 July 2022, 02:11 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ମୋଟ୍ ୬୦ହଜାର ୮୨୨ଏକର ୧୯୫ଡିସିମିଲ୍ ଜମି ଥିବାବେଳେ ଏଥିରୁ ୩୯୫ଏକର ୨୫୨ ଡିସିମିଲ୍ କେବଳ ରାଜ୍ୟ ବାହାରେ ବୋଲି ଆଇନମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ।

ଆଇନ ମନ୍ତ୍ରୀ ଶ୍ରୀ ସାରକା ଶନିବାର ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ଉମାକାନ୍ତ ସାମନ୍ତରାୟ ଓ ଦାଶରଥୀ ଗମାଙ୍ଗଙ୍କ ଭିନ୍ନ ଭିନ୍ନ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ, ଓଡ଼ିଶା ଭିତରେ ଓ ବାହାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୋଟ ୬୦ହଜାର ୮୨୨ଏକର ୧୯୫ ଡିସିମିଲ ପରିମିତ ଜମି ରହିଥିବାର ତଥ୍ୟ ସଂଗ୍ରହ ହୋଇଛି । ତେବେ ଏଥିରୁ ଏପର୍ଯ୍ୟନ୍ତ ମାତ୍ର ୩୫ହଜାର ୩୨୧ଏକର ୪୩୩ ଡିସିମିଲ୍ ପରିମିତ ଜମିର ସଂଶୋଧିତ ସତ୍ତ୍ୱଲିପି ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମିଳିଛି । ମହାପ୍ରଭୁଙ୍କର ୬୧୩ ଏକର ୪୧୭ ଡିସିମିଲ ପରିମିତ ଜମିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ଚିହ୍ନଟ କରାଯାଇ ସେହି ବେଆଇନ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନର ଧାରା-୧୬(କ)ରେ ସମ୍ପୃକ୍ତ ତହସିଲଦାରଙ୍କ ପାଖରେ ବେଆଇନ ଅବରୋଧକାରୀଙ୍କ ବିରୁଦ୍ଧରେ ମୋଟ ୯୬୬ଟି ମାମଲା ରୁଜୁ ହୋଇଛି । ସେଥିରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ମିଳିତ ଉଦ୍ୟମରେ ୪ଟି ମୌଜା ଭଁସର, କନ୍ତିଆ, ବୁଢ଼ାପଡ଼ା ଓ କୁଦିଆରୀସ୍ଥିତ ଶ୍ରୀଜୀଉଙ୍କର ୪୪୮ଏକର ୪୦୬ ଡିସିମିଲ ଜମିକୁ ଜବରଦଖଲମୁକ୍ତ କରାଯାଇଛି । ଅବଶିଷ୍ଟ ଜମିକୁ ଜବରଦଖଲମୁକ୍ତ କରିବା ପାଇଁ ପ୍ରଚେଷ୍ଟା ଚାଲିଛି ।

ସେହିପରି ବିଧାୟକ ଶ୍ରୀ ସାମନ୍ତରାୟଙ୍କୁ ଲିଖିତ ଭାବେ ମନ୍ତ୍ରୀ ଶ୍ରୀ ସାରକା ଦର୍ଶାଇଛନ୍ତି ଯେ, ଓଡ଼ିଶାର ୨୪ଟି ଜିଲ୍ଲାରେ ସାବିକ ବନ୍ଦୋବସ୍ତ ରେକର୍ଡକୁ ଭିତ୍ତିକରି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୬୦ହଜାର ୪୨୬ଏକର ୯୪୩ଡିସିମିଲ ଜମି ରହିଥିବା ତଥ୍ୟ ସଂଗ୍ରହ କରାଯାଇଛି । ଓଡ଼ିଶା ବାହାରେ ୬ଟି ରାଜ୍ୟରେ ୩୯୫ଏକର ୨୫୨ ଡିସିମିଲ୍ ଜମି ରହିଛି । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜମିକୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ନିୟୋଜିତ କର୍ମଚାରୀ ଓ ଅଧିକାରୀମାନଙ୍କ ଦ୍ୱାରା ସରଜମିନ୍ ତଦନ୍ତ କରାଯାଇ ଜମି ବ୍ୟବହାର କରୁଥିବା ଲୋକଙ୍କଠୁ ବାର୍ଷିକ ରାଜଭାଗ ଆଦାୟ କରାଯାଉଛି ।

ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ରେକର୍ଡଭୁକ୍ତ ଜମିକୁ ବେଆଇନ ଭାବେ ଦଖଲ କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ୭ଟି ଜିଲ୍ଲାରେ ମୋଟ ୯୬୬ଟି ବେଆଇନ ଅବରୋଧ ମକଦ୍ଦମା ମାମଲା ଦାଏର କରାଯାଇଛି । ମହାପ୍ରଭୁଙ୍କ ଭୂସମ୍ପତ୍ତି ବିଭିନ୍ନ କିସମରେ ଥାଇ ରାଜ୍ୟର ବିଭିନ୍ନ ସହର ଓ ଗାଁରେ ଥିବାରୁ ଏହାର ସଠିକ୍ ମୂଲ୍ୟ ଆକଳନ କରାଯିବା ସମ୍ଭବପର ନୁହେଁ ବୋଲି ମନ୍ତ୍ରୀ ଶ୍ରୀ ସାରକା କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos