ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି ୬୦ ହଜାର ଏକର, ଜବରଦଖଲରେ ୨୫ ହଜାର ଏକର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୋଟ ସମ୍ପତ୍ତି ୬୦,୮୨୨ ଏକର। ଏଥିରେ ୩୯୫.୨୫୨ ଏକର ଜମି ରାଜ୍ୟ ବାହାରେ ଅଛି। ତେବେ ମୋଟ ସମ୍ପତ୍ତି ମଧ୍ୟରୁ ମାତ୍ର ୩୪,୮୦୩ ଏକର ଜମିର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଥିବାବେଳେ ବାକି ୨୫ହଜାର ଏକରରୁ ଊର୍ଦ୍ଧ୍ୱ ଜମିର ରେକର୍ଡ ଏବେବି ପ୍ରଶାସନ ପାଖରେ ନଥିବା ଜଣାପଡ଼ିଛି। ଆଜି ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନର ଲିଖିତ ଦେଇ କହିଛନ୍ତି ଯେ, ରାଜ୍ୟର ୨୪ଟି ଜିଲ୍ଲାରେ […]

jagannath

jagannath

Manoranjan Sial
  • Published: Tuesday, 25 February 2020
  • Updated: 25 February 2020, 07:43 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱପ୍ରସିଦ୍ଧ ପୁରୀ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ମୋଟ ସମ୍ପତ୍ତି ୬୦,୮୨୨ ଏକର। ଏଥିରେ ୩୯୫.୨୫୨ ଏକର ଜମି ରାଜ୍ୟ ବାହାରେ ଅଛି। ତେବେ ମୋଟ ସମ୍ପତ୍ତି ମଧ୍ୟରୁ ମାତ୍ର ୩୪,୮୦୩ ଏକର ଜମିର ସତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ପାଖରେ ଥିବାବେଳେ ବାକି ୨୫ହଜାର ଏକରରୁ ଊର୍ଦ୍ଧ୍ୱ ଜମିର ରେକର୍ଡ ଏବେବି ପ୍ରଶାସନ ପାଖରେ ନଥିବା ଜଣାପଡ଼ିଛି।

ଆଜି ବିଧାନସଭାରେ ଆଇନମନ୍ତ୍ରୀ ପ୍ରତାପ ଜେନା ଏକ ପ୍ରଶ୍ନର ଲିଖିତ ଦେଇ କହିଛନ୍ତି ଯେ, ରାଜ୍ୟର ୨୪ଟି ଜିଲ୍ଲାରେ ଶ୍ରୀଜଗନ୍ନାଥ ମହାପ୍ରୁଭଙ୍କର ୬୦,୪୨୬.୪୯୩ ଏକର ପରିମିତ ଜମି ରହିଥିବା ଚିହ୍ନଟ କରାଯାଇଛି। ସେଥିରୁ ଏପର୍ଯ୍ୟନ୍ତ ୩୪,୮୦୩ ଏକର ଜମିର ଚୂଡ଼ାନ୍ତ ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ପ୍ରାପ୍ତ ହୋଇଅଛି। ଓଡ଼ିଶା ବାହାରେ ଅନ୍ୟ ୬ଟି ରାଜ୍ୟରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ୩୯୫.୨୫୨ ଏକର ଜମି ଚିହ୍ନଟ ହୋଇଛି। ପଶ୍ଚିମବଙ୍ଗରେ ସର୍ବାଧିକ ୩୨୩ଏକର ଜମି , ମହାରାଷ୍ଟ୍ରରେ ୨୮.୨ ଏକର, ଆନ୍ଧ୍ରପ୍ରଦେଶରେ ୧୭,୦୨୦ଏକର ଜମି ରହିଛି।

ଶ୍ରୀଜୀଉଙ୍କ ଜମିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତି ବିଶେଷଙ୍କୁ ସରଜମିନ୍ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଏହାକୁ ଉଚ୍ଛେଦ କରିବା ନିମନ୍ତେ ୭ଟି ଜିଲ୍ଲାରେ ୮୬୪ଟି ବେଆଇନ ଅବରୋଧ ମକଦ୍ଦମା ୧୫୧,୪୬୫ ପରିମିତ ଜମି ଉପରେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରାରେ ସମ୍ପୃକ୍ତ ତହସିଲଦାରଙ୍କ ଇଜିଲାସରେ ଉଚ୍ଛେଦ ନିମନ୍ତେ ଦାଏର କରାଯାଇଛି ବୋଲି ଆଇନ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି। ତେବେ ପ୍ରଶ୍ନ ଉଠୁଛି, ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦିରର ପାରିପାଶ୍ୱିର୍କ ବିକାଶ ପାଇଁ ପ୍ରାୟ ୩୨୦୦କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରୁଥିବାବେଳେ ମହାପ୍ରଭୁଙ୍କ ଜମିକୁ ଫେରାଇ ଆଣିବା ନିମନ୍ତେ କାହିଁକି ସ୍ଥାୟୀ ପଦକ୍ଷେପ ନେଉନାହାନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story