ଆଜି ଉପାସରେ ରହିବେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗର ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍‌ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ୨ ନିଯୋଗର କର୍ମକର୍ତ୍ତା। ସେମାନଙ୍କ କହିବାନୁଯାୟୀ,  ଲିଙ୍ଗରାଜଙ୍କ ନୂଆଗାଁ ଜମିକୁ ହଡ଼ପ କରାଯାଉଛି। ସେଠାରେ ଜବରଦଖଲକାରୀମାନେ ବେଆଇନ ଭାବେ  ନିର୍ମାଣ କାର୍ଯ୍ୟ ଚଳାଇଥିବା […]

lingaraj-1..1

Niharika Rout
  • Published: Tuesday, 03 September 2019
  • , Updated: 03 September 2019, 10:36 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବ୍ରାହ୍ମଣ ନିଯୋଗ-ପୂଜାପଣ୍ଡା ନିଯୋଗଙ୍କ ଅସହଯୋଗର ପରିଣାମ ଭୋଗୁଛନ୍ତି ମହାପ୍ରଭୁ ଲିଙ୍ଗରାଜ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୋଷ ହୋମ ନୀତି ବନ୍ଦ ରହିଛି। ଫଳରେ ଉପାସରେ ରହିବେ ପ୍ରଭୁ। ଏହା ଶ୍ରଦ୍ଧାଳୁଙ୍କୁ ଖୁବ୍‌ ବ୍ୟଥିତ କରିଛି। ହେଲେ ଏଥିନିମନ୍ତେ ମନ୍ଦିର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଭାବେ ଦାୟୀ ବୋଲି କହିଛନ୍ତି ୨ ନିଯୋଗର କର୍ମକର୍ତ୍ତା।

ସେମାନଙ୍କ କହିବାନୁଯାୟୀ,  ଲିଙ୍ଗରାଜଙ୍କ ନୂଆଗାଁ ଜମିକୁ ହଡ଼ପ କରାଯାଉଛି। ସେଠାରେ ଜବରଦଖଲକାରୀମାନେ ବେଆଇନ ଭାବେ  ନିର୍ମାଣ କାର୍ଯ୍ୟ ଚଳାଇଥିବା ବେଳେ ଏହାକୁ ରୋକିବାକୁ ପ୍ରଶାସନିକ ସ୍ତରରେ ପଦକ୍ଷେପ ଗ୍ରହଣ କରାଯାଉ ନାହିଁ। ଜବରଦଖଲ ପାଇଁ ମନ୍ଦିର ଓ ଜିଲ୍ଲା ପ୍ରଶାସନକୁ ସେମାନେ ସମ୍ପୂର୍ଣ୍ଣ ଭାବେ ଦୋଷ ଦେଇଛନ୍ତି। ଏହାକୁ ରୋକିବା ଲାଗି ପ୍ରଶାସନିକ ସ୍ତରର ଉଦାସୀନତାକୁ ସେମାନେ କଡ଼ା ସମାଲୋଚନା କରିଛନ୍ତି।

Related story