ବିନା ମଙ୍ଗନରେ ଆଜି ହେବ ତ ଦେବ ଦମ୍ପତ୍ତିଙ୍କ ବିବାହ ? ଅଣ୍ଟା ଭିଡ଼ିଛି ପ୍ରଶାସନ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ ହୋଇ ପାରି ନ ଥିବା ବେଳେ ଆଜି ବିବାହକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଆଜି ମା’ ପାର୍ବତୀଙ୍କ ସହ ମହାପ୍ରଭୁଙ୍କ ହାତ ଗଣ୍ଠି ପଡ଼ି ପାରିବ ନା ନାହିଁ, ତାହା ଏବେ ଅନିଶ୍ଚତତା ଭିତରେ ରହିଛି। ଗତକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି, ମଙ୍ଗନ କାର୍ଯ୍ୟ ଆଦି ସବୁ ବନ୍ଦ ରହିଛି। ହେଲେ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣ ମେଲା ଦର୍ଶନ ଚାଲୁ ରହିଛି। ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ […]

Lingaraj Temple

Lingaraj Temple

Niharika Rout
  • Published: Saturday, 04 June 2022
  • Updated: 04 June 2022, 01:15 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ମହାପ୍ରଭୁ ଲିଙ୍ଗରାଜଙ୍କ ମଙ୍ଗନ ହୋଇ ପାରି ନ ଥିବା ବେଳେ ଆଜି ବିବାହକୁ ନେଇ ଦେଖାଦେଇଛି ଦ୍ୱନ୍ଦ୍ୱ । ଆଜି ମା’ ପାର୍ବତୀଙ୍କ ସହ ମହାପ୍ରଭୁଙ୍କ ହାତ ଗଣ୍ଠି ପଡ଼ି ପାରିବ ନା ନାହିଁ, ତାହା ଏବେ ଅନିଶ୍ଚତତା ଭିତରେ ରହିଛି।

ଗତକାଲି ଅପରାହ୍ନ ୫ଟାରୁ ମହାପ୍ରଭୁଙ୍କ ନୀତିକାନ୍ତି, ମଙ୍ଗନ କାର୍ଯ୍ୟ ଆଦି ସବୁ ବନ୍ଦ ରହିଛି। ହେଲେ ଶ୍ରଦ୍ଧାଳୁଙ୍କ ପାଇଁ ସାହାଣ ମେଲା ଦର୍ଶନ ଚାଲୁ ରହିଛି। ପ୍ରଭୁ ଲିଙ୍ଗରାଜଙ୍କ ଶୀତଳଷଷ୍ଠୀ ଯାତ୍ରା ପୂର୍ବରୁ ବିଭିନ୍ନ ନିଯୋଗ ଓ ସେବାୟତଙ୍କ ମଧ୍ୟରେ ଦେଖାଦେଇଥିଲା ବିବାଦ । ସେବାୟତଙ୍କୁ ପୂର୍ବରୁ ଦିଆଯାଇଥିବା ଜମି ଠାକୁରଙ୍କ ଖାତାକୁ ଫେରିଯିବା ଏବଂ କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ନହେବାରୁ ଅସହଯୋଗ କରିଛନ୍ତି ଉଭୟ ନିଯୋଗ । ଏହାର ପରିଣାମ ସ୍ୱରୂପ ଏପରି ସ୍ଥିତି ସୃଷ୍ଟି ହୋଇଛି। ଏବେ ଏହାକୁ ମେଣ୍ଟାଇବାକୁ ଅଣ୍ଟା ଭିଡ଼ିଛି ପ୍ରଶାସନ ।

ଭୁବନେଶ୍ୱର ଉପଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ କପିଳେଶ୍ୱର ମନ୍ଦିରର ଖୁଣ୍ଟିଆ ଓ ମାଲିଆ ସେବାୟତଙ୍କ ସହ ଆଲୋଚନା ଆରମ୍ଭ ହୋଇଛି । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦିନ ୧୧ଟାରୁ ବୈଠକ ବସିଥିବା ବେଳେ ଏହାର ନିଷ୍କର୍ସ ବାହାରି ପାରିନି ।  ଲିଙ୍ଗରାଜ ମନ୍ଦିରର ଉଭୟ ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା ନିଯୋଗ କର୍ମକର୍ତ୍ତାଙ୍କ ମଧ୍ୟରେ ପୃଥକ ଭାବେ ଆଲୋଚନା କରାଯିବ ।  ଦେବ ଦମ୍ପତ୍ତିଙ୍କ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ସମ୍ଭବ ହେବ କି ନାହିଁ ତାହା ଆଜିର ବୈଠକ ଉପରେ ନିର୍ଭର କରୁଛି।   ଗତକାଲି ମଙ୍ଗନ ନୀତି ହୋଇପାରିନଥିବାରୁ ଆଜି ଦେବ ଦମ୍ପତିଙ୍କ ବିବାହ କିପରି ହେବ ତାକୁ ନେଇ ଆଶା ଆଶଙ୍କା ଲାଗି ରହିଛି ।

ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କହିଛନ୍ତି, ରାଜାରାଜୁଡ଼ା ଅମଳରୁ ସେବାପୂଜା କରିବା ନିମନ୍ତେ ସେବାୟତଙ୍କୁ ଦିଆଯାଇଥିବା ଜମି ସେମାନଙ୍କ ଠାରୁ ଛଡ଼ାଇ ନେଇ ଠାକୁରଙ୍କ ଖାତାଭୁକ୍ତ  କରି ଦିଆଯାଉଛି। ସମ୍ପତ୍ତି ସୁରକ୍ଷା ନେଇ ତାଙ୍କ ଦାବିକୁ କେହି ସମାଧାନ କରୁନାହାନ୍ତି। କପିଳନାଥ ଓ ପ୍ରଭୁ ଲିଂଗରାଜଙ୍କ ସେବାୟତଙ୍କ ମଧ୍ୟରେ ଥିବା ବିବାଦ ସମାଧାନ ହେଉନି। କରୋନା ସମୟରେ ବହୁ ଅନୁରୋଧ ସତ୍ତ୍ୱେ ସରକାର ଠାକୁରଙ୍କ ଅଶୋକାଷ୍ଟମୀ ଯାତ୍ରା ଓ ଚନ୍ଦନଯାତ୍ରା ବନ୍ଦ କରିଦେଲେ। ପରମ୍ପରା ଭାଙ୍ଗିଦେଲେ। ସେହିପରି ସେବାୟତଙ୍କ ଦାବି ପୂରଣ ନ ହେଲେ ଶୀତଳ ଷଷ୍ଠୀ ମଧ୍ୟ ହେବ। ଏହା ଆସନ୍ତା ବର୍ଷ ହେବ। ଏଥିରେ କିଛି ଅସୁବିଧା ନାହିଁ। କୋଟିକୋଟି ଟଙ୍କା ଖର୍ଚ୍ଚ କରି ସରକାର ମନ୍ଦିରର ବିକାଶ କାମ କରୁଛନ୍ତି। ହେଲେ ଠାକୁରଙ୍କ ପରମ୍ପରା ଠିକ ଭାବେ କରିବାକୁ ଚେଷ୍ଟା ହେଉନି। ଜିଲ୍ଲାପାଳ ଲିଙ୍ଗରାଜ ମନ୍ଦିର ଟ୍ରଷ୍ଟ ବୋର୍ଡ ହୋଇ ଥାଇ ମଧ୍ୟ କୌଣସି ସମାଧାନ ବାଟ ବାହାର କରୁନାହାନ୍ତି। ହାଇକୋର୍ଟଙ୍କ ନିଷ୍ପତ୍ତି ପାଳନ କରାଯାଉନି। ତେଣୁ ସେବକଙ୍କ ସମସ୍ୟା ସମାଧାନ ନ ହେଲେ ସେମାନେ ଶୀତଳଷଷ୍ଠୀ ପାଳନରେ ଅସହଯୋଗ କରିବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story