ସୀତାଙ୍କୁ ରାମ ଅପହରଣ କରିଥିଲେ !

ଅହମଦାବାଦ: ସୀତାଙ୍କୁ କିଏ ଅପହରଣ କରିଥିଲେ? ଗୋଟିଏ ଛୋଟ ଛୁଆ ବି ଏ ପ୍ରଶ୍ନର ଉତ୍ତର ଦେଇ ଦେବ। ଏହାର ଉତ୍ତର ହେଉଛି ରାବଣ। କିନ୍ତୁ ଗୁଜରାଟ ବୋର୍ଡର ଦ୍ୱାଦଶ ଶ୍ରେଣୀର ଏକ ପାଠ୍ୟ ପୁସ୍ତକରେ ଏହାର ଉତ୍ତର ଭିନ୍ନ ଅଛି। ଏଥିରେ ଲେଖାହୋଇଛି ମାତା ସୀତାଙ୍କର ଅପହରଣ ଭଗବାନ ରାମ କରିଥିଲେ। ‘ସଂସ୍କୃତ ସାହିତ୍ୟ ସହ ପରିଚୟ’ ନାମକ ପାଠ୍ୟ ପୁସ୍ତକଟିର ୧୦୬ ନମ୍ବର ପୃଷ୍ଠାରେ ଏକ ପାରାରେ ଲେଖା ହୋଇଛି, “ଏଥିରେ କବି ନିଜର […]

sita

sita

Rakesh Mallick
  • Published: Friday, 01 June 2018
  • Updated: 01 June 2018, 12:25 PM IST

ଅହମଦାବାଦ: ସୀତାଙ୍କୁ କିଏ ଅପହରଣ କରିଥିଲେ? ଗୋଟିଏ ଛୋଟ ଛୁଆ ବି ଏ ପ୍ରଶ୍ନର ଉତ୍ତର ଦେଇ ଦେବ। ଏହାର ଉତ୍ତର ହେଉଛି ରାବଣ। କିନ୍ତୁ ଗୁଜରାଟ ବୋର୍ଡର ଦ୍ୱାଦଶ ଶ୍ରେଣୀର ଏକ ପାଠ୍ୟ ପୁସ୍ତକରେ ଏହାର ଉତ୍ତର ଭିନ୍ନ ଅଛି। ଏଥିରେ ଲେଖାହୋଇଛି ମାତା ସୀତାଙ୍କର ଅପହରଣ ଭଗବାନ ରାମ କରିଥିଲେ।

‘ସଂସ୍କୃତ ସାହିତ୍ୟ ସହ ପରିଚୟ’ ନାମକ ପାଠ୍ୟ ପୁସ୍ତକଟିର ୧୦୬ ନମ୍ବର ପୃଷ୍ଠାରେ ଏକ ପାରାରେ ଲେଖା ହୋଇଛି, “ଏଥିରେ କବି ନିଜର ମୌଳିକ ଚିନ୍ତା ଓ ଭାବନା ସହ ରାମଙ୍କ ଚରିତ୍ରର ସୁନ୍ଦର ଚିତ୍ର ବ୍ୟକ୍ତ କରିଛନ୍ତି। ରାମ ସୀତାଙ୍କୁ ଅପହରଣ କରିନେବା ପରେ ଲକ୍ଷ୍ମଣ ରାମଙ୍କୁ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଦେଇଛନ୍ତି।”

ତେବେ କେବଳ ଇଂରାଜୀ ମାଧ୍ୟମ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଏହି ବହିରେ ଏଭଳି ତ୍ରୁଟି ହୋଇଥିବା ବେଳେ ଗୁଜରାଟୀ ମାଧ୍ୟମ ପିଲାଙ୍କ ପାଇଁ ଉଦ୍ଦିଷ୍ଟ ପାଠ୍ୟପୁସ୍ତକରେ ଏହି ତ୍ରୁଟି ନାହିଁ। ସେଠାରେ ଠିକ୍‌ ଲେଖା ହୋଇଛି।

ଅବସରପ୍ରାପ୍ତ ସଂସ୍କୃତ ଅଧ୍ୟାପକ ବସନ୍ତ ଭଟ୍ଟ କହିଛନ୍ତି, ସଭିଏଁ ଜାଣନ୍ତି ରାବଣ ସୀତାଙ୍କୁ ଅପହରଣ କରିଥିଲେ। ‘ରଘୁବଂଶମ୍‌’ରେ ମଧ୍ୟ ଏହା ବର୍ଣ୍ଣିତ।

‘ଗୁଜରାଟ ଷ୍ଟେଟ୍‌ ବୋର୍ଡ ଅଫ୍‌ ସ୍କୁଲ୍‌ ଟେକ୍ସଟ୍‌ବୁକ୍ସ’ର ଜଣେ ଅଧିକାରୀଙ୍କୁ ଏ ବିଷୟରେ ପଚରାଯିବାରେ ପ୍ରଥମେ ସେ ଏ ବିଷୟରେ ଅବଗତ ନାହାଁନ୍ତି ବୋଲି କହିଥିଲେ। ଅବଶ୍ୟ ପରେ ସେ ଏହି ତ୍ରୁଟିକୁ ସ୍ୱୀକାର କରିଥିଲେ।

ସେ କହିଛନ୍ତି, ଏହା ଏକ ଅନୁବାଦଜନିତ ତ୍ରୁଟି। ଭୁଲ୍‌ବଶତଃ ରାବଣଙ୍କ ସ୍ଥାନରେ ରାମ ଲେଖା ହୋଇଯାଇଛି। ତେବେ ଗୁଜରାଟୀ ଭାଷାରେ ଲିଖିତ ପାଠ୍ୟପୁସ୍ତକରେ ସେମିତି କିଛି ତ୍ରୁଟି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos