ଭଗବାନ ରାମ ସନ୍ତୁଷ୍ଟ କରିପାରିନଥିଲେ, ଆଉ ମୁଁ ?

ନୟାଗଡ଼ (ଓଡ଼ିଶା ରିପୋର୍ଟର): ପରୀ ମୃତ୍ୟୁ ଘଟଣାର ଗୋଟିଏ ପରେ ଅନ୍ୟ ଏକ ରହସ୍ୟ ଉନ୍ମୋଚନ କରି ଚହଳ ପକାଇଛନ୍ତି ଓଏସଆରଟିସି ଏମଡି ତଥା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତକାଲି ରାତିରେ ପୋଖରୀରୁ ମୃତ ପରୀର ଲେଗିଙ୍ଗସ୍ ଉଦ୍ଧାର ହୋଇଥିଲା। ଏହା ପରୀର ବୋଲି ଏସଆଇଟି ଦାବି କରୁଛି। ହେଲେ ଲେଗିଙ୍ଗସଟି ପରୀର କି ନାହିଁ ସେ ନେଇ ପରୀ ବାପା, ମା’ଙ୍କ ମତାମତକୁ ଏସଆଇଟି ଅଣଦେଖା କରୁଛି। ଯାହାକି ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଛି।  ତଣ୍ଟି ଚିପି […]

BOTHRA

Subhransu Sekhar
  • Published: Wednesday, 23 December 2020
  • , Updated: 23 December 2020, 08:47 PM IST

ନୟାଗଡ଼ (ଓଡ଼ିଶା ରିପୋର୍ଟର): ପରୀ ମୃତ୍ୟୁ ଘଟଣାର ଗୋଟିଏ ପରେ ଅନ୍ୟ ଏକ ରହସ୍ୟ ଉନ୍ମୋଚନ କରି ଚହଳ ପକାଇଛନ୍ତି ଓଏସଆରଟିସି ଏମଡି ତଥା ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା। ଗତକାଲି ରାତିରେ ପୋଖରୀରୁ ମୃତ ପରୀର ଲେଗିଙ୍ଗସ୍ ଉଦ୍ଧାର ହୋଇଥିଲା। ଏହା ପରୀର ବୋଲି ଏସଆଇଟି ଦାବି କରୁଛି। ହେଲେ ଲେଗିଙ୍ଗସଟି ପରୀର କି ନାହିଁ ସେ ନେଇ ପରୀ ବାପା, ମା’ଙ୍କ ମତାମତକୁ ଏସଆଇଟି ଅଣଦେଖା କରୁଛି। ଯାହାକି ତଦନ୍ତ ପ୍ରକ୍ରିୟାକୁ ସନ୍ଦେହ ଘେରକୁ ଆଣିଛି।

 ତଣ୍ଟି ଚିପି ହତ୍ୟା ବେଳେ ପରୀ ନାକରୁ ରକ୍ତ ବାହାରିଥିଲା ବୋଲି ଏବେ ଏସଆଇଟି କହିଛି। ଏସ୍ଆଇଟି ହାତରେ ଉକ୍ତ ଗାମୁଛା ଲାଗିଥିବା ସୂଚନା ମିଳିଛି। ଘଟଣାଟି ୪ ମାସରୁ ଅଧିକ ଦିନର। ହେଲେ ଏସଆଇଟି ଏବେ ତଦନ୍ତ କରି ଗାମୁଛାରେ ରକ୍ତ ଚିହ୍ନ ପାଇବା ତଦନ୍ତ ପ୍ରକ୍ରିୟାକୁ ରୋଚକ କରିଛି।

ତେବେ ଲେଗିଙ୍ଗସ୍‌ ମିଳିବା ପୂର୍ବରୁ ଏସଆଇଟି ଟିମର ନିର୍ଦ୍ଦେଶ କ୍ରମେ ଓଡ୍ରାଫ୍ ଟିମ୍ ଯଦୁପୁର ଗାଁରେ ଥିବା ପୋଖରୀକୁ ଖୋଳିଥିଲା। ଯେଉଁଠି ପରୀର ଲେଗିଙ୍ଗସ୍‌ ରହିଛି ବୋଲି ଏସଆଇଟି ଦାବି କରିଥିଲା। ହେଲେ ଲେଗିଙ୍ଗସ୍‌ ଉଦ୍ଧାର ହେବା ପରେ ଓଡ୍ରାଫ୍ ଟିମର ଅଧିକାରୀ କହିଥିଲେ’ ସରକାର ଯାହା ଚାହୁଁଥଲେ ମିଳିଗଲା, ଲେଗିଙ୍ଗସ୍‌ ମିଳିଯାଇଛି’। ଉକ୍ତ ଘଟଣା ଶାସକ ଦଳର ମନ୍ତ୍ରୀ ଅରୁଣ ସାହୁଙ୍କ ସଂପୃକ୍ତି ନେଇ ପରୀର ବାପା ମା କହିଛନ୍ତି। ଯାହାକି ସରକାରଙ୍କ ଛବିକୁ ଖରାପ କରିଛି। ଏବେ ଓଡ୍ରାଫ୍ ଟିମର ଅଧିକାରୀଙ୍କ ବୟାନ ମଧ୍ୟ ସନ୍ଦେହ ଘେରରେ। କାରଣ ସେ ଲେଗିଙ୍ଗସ୍‌ ପରୀର କି ଆଉ କାହାର ବୋଲି ଏସଆଇଟି ଜାଣିଲା କିପରି? ସେ ପୋଖରୀରେ ଆଉ କାହାର ପିନ୍ଧା ଲୁଗା କଣ ପଡ଼ିନି? ନା ପୋଖରୀରୁ କେବଳ ଏହି ଲେଙ୍ଗଇଙ୍ଗସ ମିଳିଲା? ଅନ୍ୟପଟେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସଆଇଟି ମୁଖିଆ କହିଥିଲେ ‘ଭଗବାନ ରାମ ବି ସମସ୍ତଙ୍କୁ ସନ୍ତୁଷ୍ଟ କରିପାରିନଥିଲେ’। ଅର୍ଥାତ୍ ବୋଥ୍ରାଙ୍କ ତଦନ୍ତ ପ୍ରକ୍ରିୟା ନେଇ ଯେଉଁ ସନ୍ଦେହ ଉଠିଛି ତାର ଜବାବ ଦେବାକୁ ଯାଇ ବୋଥ୍ରା ଏଭଳି କହିଛନ୍ତି। ତେବେ ବୋଥ୍ରା କାହାକୁ ସନ୍ତୁଷ୍ଟ କରିଛନ୍ତି? ଦୀର୍ଘ ବର୍ଷ ପରେ ତଦନ୍ତ ଦାୟିତ୍ୱ ଦେଇଥିବା ସରକାରଙ୍କୁ ବୋଥ୍ରା ସନ୍ତୁଷ୍ଟ କଲେ ନା ପୀଡ଼ିତାଙ୍କ ପରିବାରଙ୍କୁ? ଯେତେବେଳେ ପୀଡ଼ିତାଙ୍କ ପରିବାର ସମେତ ସାଧାରଣ ଲୋକେ ବୋଥ୍ରାଙ୍କ ତଦନ୍ତ ପ୍ରକ୍ରିୟାକୁ ନେଇ ଅସମାହିତ ପ୍ରଶ୍ନ କରୁଛନ୍ତି, ସେତେବେଳେ ବୋଥ୍ରା କାହାକୁ ସନ୍ତୁଷ୍ଟ କଥା କହୁଛନ୍ତି, ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସବୁଠୁ ବଡ଼ କଥା ହେଲା ବୋଥ୍ରା ନିକଟରେ ପ୍ରେସମିଟ୍ କରିଥିଲେ ଆଉ ସେ ଘଟଣା ବାବଦରେ କହିଥିଲେ। ଯାହାକୁ ବିରୋଧୀ କଂଗ୍ରେସ କହିଛି ଘଟଣାକୁ ଅନ୍ୟ ଦିଗକୁ ନେବା ପାଇଁ ବୋଥ୍ରା ଏଭଳି ପ୍ରେସମିଟ୍ କରିଛନ୍ତି।

ତେବେ ବଡ଼ କଥା ହେଉଛି ହାଇକୋର୍ଟରେ ଏହି ସମ୍ବେଦନଶୀଳ ମାମଲାର ତଦନ୍ତ ରିପୋର୍ଟ ଜଉମୁଦ ଲଫାଫାରେ ବୋଥ୍ରାଙ୍କ ଏସଆଇଟି ଟିମ୍ ଦାଖଲ କରିଥିବାବେଳେ ଏହାର ମାତ୍ର କେଇ ଦିନ ପରେ ଗଣମାଧ୍ୟମରେ ନିଜେ ବୋଥ୍ରା ସାହେବ କାହିଁକି ଓ କିପରି ଆମୂଳଚୂଳ ବର୍ଣ୍ଣନା କଲେ, ତାହା ମଧ୍ୟ ଅନେକ ଅସମାହିତ ପ୍ରଶ୍ନ ସୃଷ୍ଟି କରିଛି।

Related story